ରେଡ୍ ବେଳେ ଇଡି ଟିମ୍‌କୁ ଆକ୍ରମଣ; ଗାଡ଼ିକୁ ଘେରିଲେ ୩ଶହରୁ ଅଧିକ ଲୋକ

କୋଲକାତା: ରେଡ୍ ବେଳେ ଇଡି ଟିମକୁ ହମଲା । ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଇଡି ଟିମ୍ ଛାପାମାରୀ କରିବାକୁ ଯାଉଥିବା ସମୟରେ ପ୍ରାୟ ୨୫୦ରୁ ୩୦୦ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସୂଚନା ଅନୁଯାୟୀ, ପିଡିଏସ୍ ରାସନ ଘୋଟାଲାରେ ଇଡି ଟିମ୍ ତୃଣମୂଳ କଂଗ୍ରେସର ନେତା ଶାହଜହାଁ ସେଖଙ୍କ ଠିକଣାରେ ଚଢ଼ାଉ ପାଇଁ ପହଞ୍ଚିଥିଲା । ଏହି ସମୟରେ ଗାଁର ପ୍ରାୟ ୩୦୦ ଲୋକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଓ ଅର୍ଦ୍ଧସାମରିକବଳ ଟିମକୁ ଘେରିଥିଲେ । ଖାଲି ଏତିକି ନୁହେଁ ଲୋକମାନ ଅଧିକାରୀଙ୍କ ଗାଡ଼ିକୁ  ଭଙ୍ଗାରୁଜା କରିଥିଲା । ବର୍ତ୍ତମାନର ଖବର ଅନୁୟାୟୀ, ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସାମ୍ବାଦିକମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।  ଲୋକମାନେ ଇଟା ଓ ପଥରରେ ଆକ୍ରଣ କରିଥିଲେ । #WATCH उत्तर 24 परगना: पश्चिम बंगाल के संदेशखाली में प्रवर्तन निदेशालय (ईडी) की टीम पर छापेमारी के दौरान हमला हुआ। अधिक जानकारी की प्रतीक्षा है। pic.twitter.com/nIBt5ELvOD — ANI_HindiNews (@AHindinews) January 5, 2024 ଇଡି ଟିମ୍ ଗତ କିଛି ମାସ ହେଲା ରାସନ ଘୋଟାଲାରେ ଛାପାମାରୀ କରୁଛି । ପଶ୍ଚିମବଙ୍ଗରେ ସାର୍ବଜନିକ୍

ରେଡ୍ ବେଳେ ଇଡି ଟିମ୍‌କୁ ଆକ୍ରମଣ; ଗାଡ଼ିକୁ ଘେରିଲେ ୩ଶହରୁ ଅଧିକ ଲୋକ

କୋଲକାତା: ରେଡ୍ ବେଳେ ଇଡି ଟିମକୁ ହମଲା । ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଇଡି ଟିମ୍ ଛାପାମାରୀ କରିବାକୁ ଯାଉଥିବା ସମୟରେ ପ୍ରାୟ ୨୫୦ରୁ ୩୦୦ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ସୂଚନା ଅନୁଯାୟୀ, ପିଡିଏସ୍ ରାସନ ଘୋଟାଲାରେ ଇଡି ଟିମ୍ ତୃଣମୂଳ କଂଗ୍ରେସର ନେତା ଶାହଜହାଁ ସେଖଙ୍କ ଠିକଣାରେ ଚଢ଼ାଉ ପାଇଁ ପହଞ୍ଚିଥିଲା । ଏହି ସମୟରେ ଗାଁର ପ୍ରାୟ ୩୦୦ ଲୋକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଓ ଅର୍ଦ୍ଧସାମରିକବଳ ଟିମକୁ ଘେରିଥିଲେ । ଖାଲି ଏତିକି ନୁହେଁ ଲୋକମାନ ଅଧିକାରୀଙ୍କ ଗାଡ଼ିକୁ  ଭଙ୍ଗାରୁଜା କରିଥିଲା । ବର୍ତ୍ତମାନର ଖବର ଅନୁୟାୟୀ, ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସାମ୍ବାଦିକମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।  ଲୋକମାନେ ଇଟା ଓ ପଥରରେ ଆକ୍ରଣ କରିଥିଲେ ।

ଇଡି ଟିମ୍ ଗତ କିଛି ମାସ ହେଲା ରାସନ ଘୋଟାଲାରେ ଛାପାମାରୀ କରୁଛି । ପଶ୍ଚିମବଙ୍ଗରେ ସାର୍ବଜନିକ୍ ବିବରଣୀ ପ୍ରଣାଳୀରେ ପ୍ରାୟ ୩୦ ପ୍ରତିଶତ ରାସନ ଲୁଟ୍ କରି ବଜାରରେ ବିକ୍ରି ହେଉଛି । ଏହାର ଖୁଲାସା କରିଛନ୍ତି ଇଡି ଅଧିକାରୀ । ପିଡିଏସକୁ ବିକ୍ରି କରିବା ପରେ ସେଥିବାରୁ ବାହାରୁଥିବା ଟଙ୍କା ମାଲିକ୍ ଓ ପିଡିଏସ୍ ଡିଷ୍ଟ୍ରିବ୍ୟୁଟର ମଧ୍ୟରେ ଭାଗବଣ୍ଟା କରାଯାଉଛି ।

ସେହିପରି ଧାନ ମିଲ୍ ମାଲିକ ଓ କିଛି ସହକାରୀ ସମିତି ବୁଝାମାଣା କରି ଚାଷୀଙ୍କ ଫେକ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି, ସେମାନଙ୍କ ଏମଏସପି ରାଶିଙ୍କୁ ଲୁଟ୍ କରୁଛନ୍ତି । ଏହି ଘଟଣା ତଦନ୍ତ ବେଳେ ଜଣେ ଅଭିଯୁକ୍ତ ଏହାକୁ ସ୍ବିକାର କରିଛନ୍ତି । ଏଥିରେ ଧାନ ମିଲ୍ ମାଲିକଙ୍କୁ କ୍ବିଣ୍ଟାଲ୍ ପିଛା ୨୦୦ଟଙ୍କା ଲେଖାଏଁ ମିଳୁଛି । ଇଡି ଅଧିକାରୀ କହିଛନ୍ତି, ଧାନ ମିଲ୍ ମାଲିକ ବର୍ଷ ବର୍ଷ ଧରି ଏହି ଘୋଟଲା କରିଆସୁଛନ୍ତି । ଗତବର୍ଷ ଅକ୍ଟୋବର ୧୪ ତାରିଖରେ ଯାଞ୍ଚ ଏଜେନ୍ସି ଅଟା ଏବଂ ଚାଉଳ ମିଲ୍ ମାମିଲକଙ୍କୁ ଗିରଫ କରିଥିଲା ।

https://www.prameyanews7.com/one-student-killed-and-five-injured-in-us-school-shooting-teen-suspect-found-dead/

The post ରେଡ୍ ବେଳେ ଇଡି ଟିମ୍‌କୁ ଆକ୍ରମଣ; ଗାଡ଼ିକୁ ଘେରିଲେ ୩ଶହରୁ ଅଧିକ ଲୋକ appeared first on Prameya News7.