ରେନ୍‌ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ

ଦାରିଙ୍ଗବାଡି, ୨୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ତାହା ମଧ୍ୟରେ ରେନ୍‌ବୋ ଜଳପ୍ରପାତ ଅନ୍ୟତମ।ଏହି ଜଳପ୍ରପାତ ଉକ୍ତ ବ୍ଲକ ପ୍ଳିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମରେ ରହିଥିବାବେଳେ ଏହାର ବିକାଶ ସହ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ଯିବା ରାସ୍ତାର ପାଙ୍ଗାଲି ଗ୍ରାମରୁ ପ୍ରାୟ ୫ ଶହ ମିଟର ଦୂରତା […] The post ରେନ୍‌ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ appeared first on Dharitri Odia News.

ରେନ୍‌ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ

ଦାରିଙ୍ଗବାଡି, ୨୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ତାହା ମଧ୍ୟରେ ରେନ୍‌ବୋ ଜଳପ୍ରପାତ ଅନ୍ୟତମ।ଏହି ଜଳପ୍ରପାତ ଉକ୍ତ ବ୍ଲକ ପ୍ଳିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମରେ ରହିଥିବାବେଳେ ଏହାର ବିକାଶ ସହ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି।

ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ଯିବା ରାସ୍ତାର ପାଙ୍ଗାଲି ଗ୍ରାମରୁ ପ୍ରାୟ ୫ ଶହ ମିଟର ଦୂରତା ପରେ ଏହି ଜଳପ୍ରପାତଟି ରହିଛି। ଏହା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଥିବାବେଳେ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ ଭଲ ରାସ୍ତାଟିଏ ନାହିଁ। ଜଳପ୍ରପାତରେ ବିପଦପୂର୍ଣ୍ଣ ଭାବେ ପହଞ୍ଚିବାକୁ ପଡ଼ୁଥୁବାବେଳେ ସ୍ଥାନୀୟ ଲୋକଙ୍କୁ ଛାଡିଦେଲେ। ଅନ୍ୟମାନେ ଯିଏବି ସେଠାକୁ ବୁଲିବାକୁ ଯାଆନ୍ତି, ନିଜ ସୁରକ୍ଷା ପାଇଁ ହାତରେ ବାଡିଟିଏ ଧରି ଚାଲିବାକୁ ପଡୁଛି। ଫଳରେ ସେହି ଜଳ ପ୍ରପାତରେ ପହଞ୍ଚିବା ପାଇଁ ପାହାଚର ଆବଶ୍ୟକତା ସହ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଆବଶ୍ୟକତା ରହିଥିବାରୁ ସୋମବାର ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଏବଂ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ଉକ୍ତ ଜଳପ୍ରପାତରେ ପହଞ୍ଚି ତାର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ତାର ବିକାଶକୁ ତ୍ୱାରାନ୍ବିତ କରିବାକୁ ପ୍ରଶାସନ ପଦକ୍ଷେପ ନେଉଥିବା ଓ ଖୁବଶୀଘ୍ର ସଂଯୋଗୀକରଣ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇ ପର୍ଯ୍ୟଟକଙ୍କୁ ଲୋକାର୍ପିତ କରାଯିବ ବୋଲି ବିଡ଼ିଓ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମିଡିୟାନ୍ଦୁ ଜଳପ୍ରପାତ ସମେତ କିରିକୁଟି ଲଭର୍ସ ପଏଣ୍ଟ, ସିଆଙ୍ଗବାଲି ପଞ୍ଚାୟତର କିସୁବାଡ଼ି ଗ୍ରାମରେ ଥିବା ପାଟାବାନ୍ଧା ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବାବେଳେ ପାଙ୍ଗାଲିରେ ଥିବା ରେନ୍‌ବୋ ଜଳପ୍ରପାତ ନୂତନ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହୋଇପାରିଛି। ଚଳିତ ବର୍ଷ ଡୁଲୁରୀ ପାଇନବଣର ପୁନଃରୁଦ୍ଧାର ହେବା ସହ ହିଲଭିୟୁ ପାର୍କରେ ଶିଶୁମାନଙ୍କୁ ଆକୃଷ୍ଟ କରିବାକୁ ଟୟ ଟ୍ରେନର ଶୁଭାରମ୍ଭ ହୋଇଥିବାବେଳେ ରେନ୍‌ବୋ ଜଳପ୍ରପାତ ଓ ପାଇନବଣ ୱାକିଙ୍ଗ ଟ୍ରେଲ ଭଳି ୨ଟି ନୂତନ ପର୍ଯ୍ୟଟନକ୍ଷେତ୍ର ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପଣ ଅପେକ୍ଷାରେ ରହିଛି, ଯାହାକି ପର୍ଯ୍ୟଟକଙ୍କ ମନ ମୋହିବ ବୋଲି କୁହାଯାଉଛି।

The post ରେନ୍‌ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ appeared first on Dharitri Odia News.