ରେଭେନ୍ସା ନାଁ ବଦଳି ଦିଆଯିବ କି ଏହି ନାଁ ? କାହିଁକି ଏମିତି କହିଲେ ହରପ୍ରସାଦ ଦାସ
ଭୁବନେଶ୍ୱର,୧୩।୯: ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ ଚାଲିଥିବା ବେଳେ ଶୁକ୍ରବାର ସାହିତି୍ୟକ ହରପ୍ରସାଦ ଦାସଙ୍କ ପ୍ରସ୍ତାବ ନୂଆ ମୋଡ଼ ନେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ୁଛି। କ’ଣ ସତରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନ କରାଯାଇ ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେବ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାହିତି୍ୟକ ଦାସ ପ୍ରସ୍ତାବ ଦେଇଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟକୁ କପିଳେନ୍ଦ୍ରଙ୍କ ନାଁରେ ନାମିତ କରିବା ପାଇଁ। ସେ ଏହା ମଧ୍ୟ […] The post ରେଭେନ୍ସା ନାଁ ବଦଳି ଦିଆଯିବ କି ଏହି ନାଁ ? କାହିଁକି ଏମିତି କହିଲେ ହରପ୍ରସାଦ ଦାସ appeared first on Dharitri Odia News.
ଭୁବନେଶ୍ୱର,୧୩।୯: ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ ଚାଲିଥିବା ବେଳେ ଶୁକ୍ରବାର ସାହିତି୍ୟକ ହରପ୍ରସାଦ ଦାସଙ୍କ ପ୍ରସ୍ତାବ ନୂଆ ମୋଡ଼ ନେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ୁଛି। କ’ଣ ସତରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନ କରାଯାଇ ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେବ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାହିତି୍ୟକ ଦାସ ପ୍ରସ୍ତାବ ଦେଇଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟକୁ କପିଳେନ୍ଦ୍ରଙ୍କ ନାଁରେ ନାମିତ କରିବା ପାଇଁ। ସେ ଏହା ମଧ୍ୟ କହିଛନ୍ତି ମୋର ପ୍ରସ୍ତାବ ରେଭେନ୍ସା ନାଁ ବଦଳୁ, ସରକାର ଚାହିଁଲେ ବଦଳାଇ ପାରିବେ। ଗଜପତି କପିଳେନ୍ଦ୍ର ଦେବଙ୍କୁ ଆମେ କୌଣସି ଶ୍ରେୟ ଦେଇନୁ, ଆମେ କୃତଘ୍ନ।ଗଜପତି କପିଳେନ୍ଦ୍ର ଦେବ ବିଶ୍ବବିଦ୍ୟାଳୟ ହେଲେ କଣ ଅସୁବିଧା ହେବ ବୋଲି ସାହିତି୍ୟକ ଦାସ ପ୍ରଶ୍ନ କରିଛନ୍ତି।
ରେଭେନ୍ସା ନାଁ ବଦଳିବା ଦରକାର ବୋଲି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ସେ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କର ଭୂମିକା କ’ଣ ଥିଲା। ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ। ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବ ବିଷୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଥିଲେ, ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
ଅନ୍ୟପକ୍ଷରେ ରେଭେନ୍ସା ନାଁ ବଦଳିବା କହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ବିରୋଧ କହିଥିଲେ ତିନି ପୂର୍ବତନ ପ୍ରଫେସର ଏବଂ ଛାତ୍ର। ଏହାକୁ ଅବାସ୍ତବ କହି ସମାଲୋଚନା କହିଥିଲେ ହେମେନ୍ଦ୍ର ନାରାୟଣ ଦାସ। ରେଭେନ୍ସା କେବଳ ନାମ ନୁହେଁ, ଇଟ ଇଜ୍ ଓ୍ବେ ଅଫ୍ ଲାଇଫ୍ ବୋଲି ସେ କହିଥିଲେ।
ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇରହିଛି। ହୀନମନ୍ୟତା କହି ସମାଲୋଚନା କହିଥିଲେ ସତ୍ୟକାମ ମିଶ୍ର। ସେ କହିଥିଲେ, ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ ବୋଲି ସେ କହିଥିଲେ।
ସେହିପରି କମଳା ପ୍ରସାଦ ମହାପାତ୍ର କହିଥିଲେ, ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ। ସରକାର କୌଣସି ପରିସ୍ଥିତିରେ ଏମିତି ନ କରି ଏଥିରୁ ନିବୃତ ରୁହନ୍ତୁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
The post ରେଭେନ୍ସା ନାଁ ବଦଳି ଦିଆଯିବ କି ଏହି ନାଁ ? କାହିଁକି ଏମିତି କହିଲେ ହରପ୍ରସାଦ ଦାସ appeared first on Dharitri Odia News.