ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିତର୍କରେ ସାମିଲ ହେଲା ପୂଜା କମିଟି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିତର୍କରେ ସାମିଲ ହେଲା ପୂଜା କମିଟି। କଟକର କଲେଜ ଛକ ପୂଜା କମିଟି, ପ୍ରଥମ ପୂଜା କମିଟି ଭାବେ ଏହି ପ୍ରସଙ୍ଗରେ ସାମିଲ ହୋଇଛି। ସୋମବାର କଲେଜ ଛକ ପୂଜା କମିଟି ସଭାଗୃହରେ ଅନୁଷ୍ଠିତ ଏକ ବୈଠକରେ ପୂଜା କମିଟି ସଭାପତି ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରିଛନ୍ତି।ପୂଜା କମିଟି ସଭାପତି ଲୋକନାଥ ଲେଙ୍କା କହିଛନ୍ତି, ନାମ ପରିବର୍ତ୍ତନର କୈାଣସି ଆବଶ୍ୟକତା ନାହିଁ। ଏହା ସହ ସହରର ଅନ୍ୟ ପୂଜା କମିଟି ଓ ମହାବିଦ୍ୟାଳୟଗୁଡ଼ିକ ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରିବା ଆବଶ୍ୟକ ବୋଲି ଲୋକନାଥ କହିଛନ୍ତି। ଯଦି ଆଗକୁ ନାମ ପରିବର୍ତ୍ତନ ନେଇ କୈାଣସି ପଦକ୍ଷେପ ନିଆଯିବ, ତେବେ କଲେଜ ଛକରେ ଥିବା ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିବୁ। ସେପଟେ ରେଭେନ୍ସା ନାମ ପରିବର୍ତ୍ତନ ସପକ୍ଷରେ କଟକ ସାଂସଦ ଯୁକ୍ତି ବାଢ଼ିବା ପଛରେ ତାଙ୍କର ରାଜନୈତିକ ସ୍ବାର୍ଥ ରହିଛି ବୋଲି କହିଛନ୍ତି ରେଭେନ୍ସାର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ସୁଧିର କୁମାର ରାଉତ। ଏହି ବୈଠକରେ ଅନେକ ପୂରାତନ ରେଭେନ୍ସା ଛାତ୍ରଛାତ୍ରୀ ଓ ଛାତ୍ର ନେତା ମାନେ ଯୋଗ ଦେଇଥିଲେ।

ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିତର୍କରେ ସାମିଲ ହେଲା ପୂଜା କମିଟି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିତର୍କରେ ସାମିଲ ହେଲା ପୂଜା କମିଟି। କଟକର କଲେଜ ଛକ ପୂଜା କମିଟି, ପ୍ରଥମ ପୂଜା କମିଟି ଭାବେ ଏହି ପ୍ରସଙ୍ଗରେ ସାମିଲ ହୋଇଛି। ସୋମବାର କଲେଜ ଛକ ପୂଜା କମିଟି ସଭାଗୃହରେ ଅନୁଷ୍ଠିତ ଏକ ବୈଠକରେ ପୂଜା କମିଟି ସଭାପତି ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରିଛନ୍ତି।

ପୂଜା କମିଟି ସଭାପତି ଲୋକନାଥ ଲେଙ୍କା କହିଛନ୍ତି, ନାମ ପରିବର୍ତ୍ତନର କୈାଣସି ଆବଶ୍ୟକତା ନାହିଁ। ଏହା ସହ ସହରର ଅନ୍ୟ ପୂଜା କମିଟି ଓ ମହାବିଦ୍ୟାଳୟଗୁଡ଼ିକ ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରିବା ଆବଶ୍ୟକ ବୋଲି ଲୋକନାଥ କହିଛନ୍ତି। ଯଦି ଆଗକୁ ନାମ ପରିବର୍ତ୍ତନ ନେଇ କୈାଣସି ପଦକ୍ଷେପ ନିଆଯିବ, ତେବେ କଲେଜ ଛକରେ ଥିବା ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିବୁ। 


ସେପଟେ ରେଭେନ୍ସା ନାମ ପରିବର୍ତ୍ତନ ସପକ୍ଷରେ କଟକ ସାଂସଦ ଯୁକ୍ତି ବାଢ଼ିବା ପଛରେ ତାଙ୍କର ରାଜନୈତିକ ସ୍ବାର୍ଥ ରହିଛି ବୋଲି କହିଛନ୍ତି ରେଭେନ୍ସାର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ସୁଧିର କୁମାର ରାଉତ। ଏହି ବୈଠକରେ ଅନେକ ପୂରାତନ ରେଭେନ୍ସା ଛାତ୍ରଛାତ୍ରୀ ଓ ଛାତ୍ର ନେତା ମାନେ ଯୋଗ ଦେଇଥିଲେ।