ରେଭେନ୍ସାରେ ଝାଡ଼ାବାନ୍ତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ
କଟକ,୧୩।୭: କଟକ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ରବିବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍ ବାତିଲ କରାଯାଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରେଭେନ୍ସାରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କେଉଁ କାରଣ ପାଇଁ ହଷ୍ଟେଲରେ ଝାଡ଼ାବାନ୍ତି ବ୍ୟାପିଲା ଏହାର ଯାଞ୍ଚ ଚାଲିଛି। ଏପରିକି ଆକ୍ରନ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତିର […] The post ରେଭେନ୍ସାରେ ଝାଡ଼ାବାନ୍ତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ appeared first on Dharitri Odia News.
କଟକ,୧୩।୭: କଟକ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ରବିବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍ ବାତିଲ କରାଯାଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ରେଭେନ୍ସାରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କେଉଁ କାରଣ ପାଇଁ ହଷ୍ଟେଲରେ ଝାଡ଼ାବାନ୍ତି ବ୍ୟାପିଲା ଏହାର ଯାଞ୍ଚ ଚାଲିଛି। ଏପରିକି ଆକ୍ରନ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତିର ପ୍ରକୃତ କାରଣ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ଅସୁସ୍ଥ ଛାତ୍ର ତୁରନ୍ତ ସୁସ୍ଥ ହୋଇ ଫେରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
The post ରେଭେନ୍ସାରେ ଝାଡ଼ାବାନ୍ତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ appeared first on Dharitri Odia News.