ରେଭେନ୍ସାରେ ଝାଡ଼ାବାନ୍ତି, ୫୦ ଛାତ୍ର ଅସୁସ୍ଥ

ସମାଜ ଡିଜିଟାଲ ଡେସ୍କ: ରେଭେନ୍ସା ବିଶ୍ଵବିଦ୍ୟାଳୟ ପିଜି ଛାତ୍ରାବାସରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫୦ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ହଷ୍ଟେଲ ଖାଦ୍ୟ ଖାଇବା ପରେ ଛାତ୍ରମାନେ ଝାଡ଼ାବାନ୍ତିର ଶିକାର ହୋଇଥିବା କୁହାଯାଉଛି। ତେବେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଛାତ୍ରମାନଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା କହିବା ସହିତ କାହିଁକି ସେମାନେ ଅସୁସ୍ଥ ହେ​‌ଲେ ତାହାର ଯାଞ୍ଚ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା […]

ରେଭେନ୍ସାରେ ଝାଡ଼ାବାନ୍ତି, ୫୦ ଛାତ୍ର ଅସୁସ୍ଥ

ସମାଜ ଡିଜିଟାଲ ଡେସ୍କ: ରେଭେନ୍ସା ବିଶ୍ଵବିଦ୍ୟାଳୟ ପିଜି ଛାତ୍ରାବାସରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫୦ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ହଷ୍ଟେଲ ଖାଦ୍ୟ ଖାଇବା ପରେ ଛାତ୍ରମାନେ ଝାଡ଼ାବାନ୍ତିର ଶିକାର ହୋଇଥିବା କୁହାଯାଉଛି। ତେବେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଛାତ୍ରମାନଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା କହିବା ସହିତ କାହିଁକି ସେମାନେ ଅସୁସ୍ଥ ହେ​‌ଲେ ତାହାର ଯାଞ୍ଚ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।