ରେଲଓ୍ବେରେ RPF ଏସ୍ଆଇର ୪୬୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେଠୁ କରିବେ ଆବେଦନ
ନୂଆଦିଲ୍ଲୀ,୨୬।୨: ରେଲଓ୍ବେ ଭର୍ତ୍ତି ବୋର୍ଡ (ଆରଆରବି) ସବ-ଇନ୍ସପେକ୍ଟର ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୫ରୁ ଆରମ୍ଭ ହୋଇ ମେ’୧୪ ପର୍ଯ୍ୟନ୍ତ ଚାଲିବ। ଅଫିସିଆଲ ୱେବସାଇଟ https://rpf.indianrailways.gov.in/RPF/ରେ ଆବେଦନ ପାଇଁ ପଦକ୍ଷେପଗୁଡିକ ଦିଆଯିବ। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ rpf. Indianrailways.gov.inରେ କନଷ୍ଟେବଲ ଏବଂ ସବ-ଇନ୍ସପେକ୍ଟରଙ୍କ ଭୂମିକା ପାଇଁ ଆବେଦନ କରିପାରିବେ ଆରଆରବି ଦ୍ୱାରା ମୋଟ ୪୬୬୦ଟି ପଦବୀକୁ ସୂଚିତ […] The post ରେଲଓ୍ବେରେ RPF ଏସ୍ଆଇର ୪୬୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେଠୁ କରିବେ ଆବେଦନ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୨: ରେଲଓ୍ବେ ଭର୍ତ୍ତି ବୋର୍ଡ (ଆରଆରବି) ସବ-ଇନ୍ସପେକ୍ଟର ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୫ରୁ ଆରମ୍ଭ ହୋଇ ମେ’୧୪ ପର୍ଯ୍ୟନ୍ତ ଚାଲିବ। ଅଫିସିଆଲ ୱେବସାଇଟ https://rpf.indianrailways.gov.in/RPF/ରେ ଆବେଦନ ପାଇଁ ପଦକ୍ଷେପଗୁଡିକ ଦିଆଯିବ।
ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ rpf. Indianrailways.gov.inରେ କନଷ୍ଟେବଲ ଏବଂ ସବ-ଇନ୍ସପେକ୍ଟରଙ୍କ ଭୂମିକା ପାଇଁ ଆବେଦନ କରିପାରିବେ ଆରଆରବି ଦ୍ୱାରା ମୋଟ ୪୬୬୦ଟି ପଦବୀକୁ ସୂଚିତ କରାଯାଇଛି। ଯେଉଁଥିରେ ୪୨୦୮ଟି ଆରପିଏଫ କନଷ୍ଟେବଲ ଏବଂ ୪୫୨ଟି ସବ ଇନ୍ସପେକ୍ଟର ପଦବୀ ଅନ୍ତର୍ଭୁକ୍ତ।
ସବ-ଇନ୍ସପେକ୍ଟର ପଦ ପାଇଁ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ବାଧ୍ୟତାମୂଳକ ଅଟେ। ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ବର୍ଷ ମଧ୍ୟରେ ହୋଇଥିବ। କନଷ୍ଟେବଳ ପଦ ପାଇଁ ଦଶମ ଶ୍ରେଣୀ କିମ୍ବା ଏକ ସ୍ବୀକୃତିପ୍ରାପ୍ତ ବୋର୍ଡରୁ ସମାନ ଭାବରେ ସଫଳତାର ସହିତ ସମାପ୍ତ କରିବା ଆବଶ୍ୟକ । ଏହାର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ହୋଇଥିବ।
The post ରେଲଓ୍ବେରେ RPF ଏସ୍ଆଇର ୪୬୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେଠୁ କରିବେ ଆବେଦନ appeared first on Dharitri Odia News.