ରେଲୱେ ଚାକିରି ପାଇଁ ଚାଲିଛି ଆବେଦନ, ଦଶମ ପାସ୍ କରିଥିଲେ ନେଇପାରିବେ ସୁଯୋଗ

ଅଫିସିଆଲ୍ ୱେବ୍‌ସାଇଟ୍‌ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ।

ରେଲୱେ ଚାକିରି ପାଇଁ ଚାଲିଛି ଆବେଦନ, ଦଶମ ପାସ୍ କରିଥିଲେ ନେଇପାରିବେ ସୁଯୋଗ

ରେଳବାଇରେ ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରିରହିଛି। ରେଲୱେ ରିକ୍ରୁଟମେଣ୍ଟ ସେଲ୍ (RRC) ବା ରେଳବାଇ ନିଯୁକ୍ତି ସେଲ୍ ବିଜ୍ଞପ୍ତି ଆଧାରରେ ଏହି ଆବେଦନ ଚାଲିଛି। ଏହା ମାଧ୍ୟମରେ ବିଭିନ୍ନ ବିଭାଗରେ ଏକାଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRCର ଅଫିସିଆଲ୍ ୱେବ୍‌ସାଇଟ୍‌ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ। ୧୬ ସେପ୍ଟେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି। ୧୫ ଅକ୍ଟୋବର ପର୍ଯ୍ୟନ୍ତ ସୁଯୋଗ ରହିଛି। 

ଖାଲି ପଦବୀ: ୧୬୭୯ଟି ପୋଷ୍ଟ୍
ମେକାନିକାଲ୍ ଡିପାର୍ଟମେଣ୍ଟ (ପ୍ରୟାଗରାଜ ଜୋନ୍)– ୩୬୪ଟି
ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ– ୩୩୯ଟି 
ଝାନ୍ସୀ ଡିଭିଜନ୍– ୪୯୭ଟି 
ୱାର୍କସପ୍ ଝାନ୍ସୀ– ୧୮୩ଟି 
ଆଗ୍ରା ଡିଭିଜନ୍– ୨୯୬ଟି 

ଯୋଗ୍ୟତା:-
ପ୍ରାର୍ଥୀମାନେ ୫୦% ମାର୍କ ସହିତ ଦଶମ ପାସ୍ କରିଥିବା ଦରକାର।
ସମ୍ପୃକ୍ତ ଟ୍ରେଡ୍‌ରେ ITI ମଧ୍ୟ କରିଥିବା ଆବଶ୍ୟକ।

ବୟସ ସୀମା:-
ସର୍ବନିମ୍ନ ବୟସ– ୧୫ ବର୍ଷ
ସର୍ବାଧିକ ବୟସ– ୨୪ ବର୍ଷ
  
ଆବେଦନ ଶୁଳ୍କ:-
ଜେନେରାଲ/OBC/EWS– ୧୦୦ ଟଙ୍କା
SC/ST/PwBD/ମହିଳା– ଦେୟମୁକ୍ତ

ଚୟନ ପ୍ରକ୍ରିୟା:-
ମାର୍କ ଅନୁସାରେ ମେରିଟ୍ ଲିଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ