ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ
ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର ସମସ୍ତଙ୍କ ହାତ, ଗୋଡ଼ ବାନ୍ଧି ମୁହଁରେ କପଡା ବାନ୍ଧି ଡକାୟତମାନେ ଲୁଟ୍ କରିଥିଲେ। ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ କ୍ୱାଟର ନମ୍ବର ଏଲ ୨୦୪/୧ରୁ ଡକାୟତି ହୋଇଥିଲା। ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟର ଅଭିଯୋଗ ହୋଇଛି। […] The post ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ appeared first on Dharitri Odia News.
ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର ସମସ୍ତଙ୍କ ହାତ, ଗୋଡ଼ ବାନ୍ଧି ମୁହଁରେ କପଡା ବାନ୍ଧି ଡକାୟତମାନେ ଲୁଟ୍ କରିଥିଲେ। ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ କ୍ୱାଟର ନମ୍ବର ଏଲ ୨୦୪/୧ରୁ ଡକାୟତି ହୋଇଥିଲା। ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟର ଅଭିଯୋଗ ହୋଇଛି। ରାଉରକେଲା ପୋଲିସ ଟିମ ଏବଂ ଡଗ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
The post ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ appeared first on Dharitri Odia News.