ରେଳ ଧାରଣାରୁ ମିଳିଲା ମୁଣ୍ଡ ବିହୀନ ଶବ, ହତ୍ୟା ଅଭିଯୋଗ ପରେ ରେଳବାଇ ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ: ରେଳଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ଘଟଣାରେ ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ। ସୋମବାର ଭଦ୍ରକ ଜିଲ୍ଲା ବାଉଦପୁର ରେଳଷ୍ଟେସନ ନିକଟସ୍ଥ ରେଳଧାରଣାରୁ ରେଳବାଇ ପୋଲିସ ମୁଣ୍ଡ ଓ ଗୋଟିଏ ହାତ ନଥିବା ମୃତଦେହ ଉଦ୍ଧାର କରିଥିଲା। ହେଲେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଆଉ ଅଭିଯୋଗ ଆଧାରରେ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ହେଉଛନ୍ତି ସାବରଙ୍ଗ ଥାନା ଅଧୀନସ୍ଥ ବ୍ରହ୍ମପୁର ଗାଁର ନିରଞ୍ଜନ ସାମନ୍ତରାଙ୍କ ପୁଅ ରଞ୍ଜନ ସାମନ୍ତରା। ଭଦ୍ରକ ସ‌ହରରେ ଥିବା କନିକା ମେସରେ ରହି ବରପଦା ଇଞ୍ଜିନିୟରିଙ୍ଗ କଲେଜରେ ଡିପ୍ଲୋମା ପାଠ ପଢୁଥିଲେ। ହେଲେ ଗତ ୧୬ ତାରିଖ ରାତିରୁ ରଞ୍ଜନ ମେସ୍‌କୁ ଫେରିନଥିଲେ। ଯାହାକୁ ନେଇ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ ହୋଇଥିଲା। ସେପଟେ ସୋମବାର ସକାଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୁଣ୍ଡ ବିହୀନ ଶବ ଆଣିଥିଲେ । ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ ଓ ତାହା ରଞ୍ଜନଙ୍କ ଶବ ବୋଲି ଚିହ୍ନଟ କରିଥିଲେ ।ତେବେ ପାରିପାର୍ଶ୍ବକ ପରିସ୍ଥିତିକୁ ଦେଖି ରଞ୍ଜନକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାରଲୋକେ ଅଭିଯୋଗ କରିଥିଲେ, ରଞ୍ଜନଙ୍କ ଶରୀରରେ ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ଆଉ ମୁଣ୍ଡ ଏବ

ରେଳ ଧାରଣାରୁ ମିଳିଲା ମୁଣ୍ଡ ବିହୀନ ଶବ, ହତ୍ୟା ଅଭିଯୋଗ ପରେ ରେଳବାଇ ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ: ରେଳଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ଘଟଣାରେ ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ। ସୋମବାର ଭଦ୍ରକ ଜିଲ୍ଲା ବାଉଦପୁର ରେଳଷ୍ଟେସନ ନିକଟସ୍ଥ ରେଳଧାରଣାରୁ ରେଳବାଇ ପୋଲିସ ମୁଣ୍ଡ ଓ ଗୋଟିଏ ହାତ ନଥିବା ମୃତଦେହ ଉଦ୍ଧାର କରିଥିଲା। ହେଲେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଆଉ ଅଭିଯୋଗ ଆଧାରରେ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। 

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ହେଉଛନ୍ତି ସାବରଙ୍ଗ ଥାନା ଅଧୀନସ୍ଥ ବ୍ରହ୍ମପୁର ଗାଁର ନିରଞ୍ଜନ ସାମନ୍ତରାଙ୍କ ପୁଅ ରଞ୍ଜନ ସାମନ୍ତରା। ଭଦ୍ରକ ସ‌ହରରେ ଥିବା କନିକା ମେସରେ ରହି ବରପଦା ଇଞ୍ଜିନିୟରିଙ୍ଗ କଲେଜରେ ଡିପ୍ଲୋମା ପାଠ ପଢୁଥିଲେ। ହେଲେ ଗତ ୧୬ ତାରିଖ ରାତିରୁ ରଞ୍ଜନ ମେସ୍‌କୁ ଫେରିନଥିଲେ। ଯାହାକୁ ନେଇ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ ହୋଇଥିଲା। 

ସେପଟେ ସୋମବାର ସକାଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୁଣ୍ଡ ବିହୀନ ଶବ ଆଣିଥିଲେ । ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ ଓ ତାହା ରଞ୍ଜନଙ୍କ ଶବ ବୋଲି ଚିହ୍ନଟ କରିଥିଲେ ।

ତେବେ ପାରିପାର୍ଶ୍ବକ ପରିସ୍ଥିତିକୁ ଦେଖି ରଞ୍ଜନକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାରଲୋକେ ଅଭିଯୋଗ କରିଥିଲେ, ରଞ୍ଜନଙ୍କ ଶରୀରରେ ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ଆଉ ମୁଣ୍ଡ ଏବଂ ଡାହାଣ ହାତ ମଧ୍ୟ ନାହିଁ।

ଅନ୍ୟପଟେ ରେଲୱେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାନ୍ଦିଆ ଓ ବାଉଦପୁର ରେଳଷ୍ଟେସନ ମଝିରେ ଥିବା ସାଳନ୍ଦୀ ବ୍ରିଜ ରେଳ ଧାରଣା ନିକଟରୁ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଖପାଖ ଅଞ୍ଚଳରେ ଖୋଜାଖୋଜି ପରେ ମଧ୍ୟ ମୁଣ୍ଡ ଓ ହାତ ମିଳିନାହିଁ। ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।