ରେଳ ଧାରଣାରେ ପଡିଛି ଦୁଇଟି ମୃତଦେହ : ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ

ଯାଜପୁର ରୋଡ଼ ୩।୧୧: ଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର ହେଲା ମୃତଦେହ । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତଦନ୍ତ ଜାରି ରଖିଛି ପୋଲିସ ।ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅହମ୍ମଦନଗର ରେଳ ଧାରଣାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହା ଦେଖିଥିଲେ । ପରେ ସ୍ଥାନୀୟ ରେଲୱେ ପୋଲିସକୁ ଏ ନେଇ ଖବର ଦେଇଥିଲେ l ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଳଧାରଣାରେ ପଡିଥିବା ଦୁଇ ଜଣଙ୍କ ମୃତଦେହ ପୋଲିସ ଜବତ କରିଛି । ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଛି । ସେପଟେ ଦୁଇ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଟ୍ରେନ୍‌ରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।You Can Read:ହୁତୁ ହୁତୁ ହୋଇ ଜଳିଲା ଡେଲାଙ୍ଗ ପରିବା ହାଟ, ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ପନିପରିବା 

ରେଳ ଧାରଣାରେ ପଡିଛି ଦୁଇଟି ମୃତଦେହ : ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ

ଯାଜପୁର ରୋଡ଼ ୩।୧୧: ଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର ହେଲା ମୃତଦେହ । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅହମ୍ମଦନଗର ରେଳ ଧାରଣାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହା ଦେଖିଥିଲେ । ପରେ ସ୍ଥାନୀୟ ରେଲୱେ ପୋଲିସକୁ ଏ ନେଇ ଖବର ଦେଇଥିଲେ l ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଳଧାରଣାରେ ପଡିଥିବା ଦୁଇ ଜଣଙ୍କ ମୃତଦେହ ପୋଲିସ ଜବତ କରିଛି । ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଛି । ସେପଟେ ଦୁଇ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଟ୍ରେନ୍‌ରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

You Can Read:

ହୁତୁ ହୁତୁ ହୋଇ ଜଳିଲା ଡେଲାଙ୍ଗ ପରିବା ହାଟ, ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ପନିପରିବା