ରେଳ ସଦନ ନିକଟରେ ଦୁର୍ଘଟଣା, ପାଚେରୀ ଭାଙ୍ଗି ଭିତରକୁ ପଶିଲା କାର୍
ଭୁବନେଶ୍ୱର ୦୮।୦୮ : ଭୁବନେଶ୍ୱର ମୈତ୍ରୀ ବିହାର ଥାନା ରେଳ ସଦନ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରେଳ ସଦର ପାଚେରୀକୁ ଧକ୍କା ଦେଲା କାର୍ । ଯାହାଫଳରେ ପାଚେରୀର ବ୍ୟାରିକେଡ୍ ଭାଙ୍ଗିଛି । ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଖବର ଅନୁଯାୟୀ, ମୈତ୍ରୀ ବିହାରରେ ଏକ କାର୍ ଭାରସାମ୍ୟ ହରାଇ ରେଳ ସଦରର ପାଚେରୀକୁ ଧକ୍କା ଦେଇଥିଲା । ଯାହାଫଳରେ ପାଚେରୀର ବ୍ୟାରିକେଡ୍ ଭାଙ୍ଗିଯାଇଛି । ଏପିରିକି କାର୍ଟି ରେଳ ସଦର ଭିତରକୁ ପଶିଯାଇଥିବାର ଦେଖିବାକୁ ମିଳିଛି । ସେପଟେ ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଆଉ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଡ୍ରାଇଭର । ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ୦୮।୦୮ : ଭୁବନେଶ୍ୱର ମୈତ୍ରୀ ବିହାର ଥାନା ରେଳ ସଦନ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରେଳ ସଦର ପାଚେରୀକୁ ଧକ୍କା ଦେଲା କାର୍ । ଯାହାଫଳରେ ପାଚେରୀର ବ୍ୟାରିକେଡ୍ ଭାଙ୍ଗିଛି । ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ।
ଖବର ଅନୁଯାୟୀ, ମୈତ୍ରୀ ବିହାରରେ ଏକ କାର୍ ଭାରସାମ୍ୟ ହରାଇ ରେଳ ସଦରର ପାଚେରୀକୁ ଧକ୍କା ଦେଇଥିଲା । ଯାହାଫଳରେ ପାଚେରୀର ବ୍ୟାରିକେଡ୍ ଭାଙ୍ଗିଯାଇଛି । ଏପିରିକି କାର୍ଟି ରେଳ ସଦର ଭିତରକୁ ପଶିଯାଇଥିବାର ଦେଖିବାକୁ ମିଳିଛି । ସେପଟେ ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଆଉ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଡ୍ରାଇଭର । ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।