ରେଳଷ୍ଟେସନରେ ଭିଡ଼ ନିୟନ୍ତ୍ରଣ କରିବ ଏଆଇ: ରେଳକର୍ମଚାରୀ ଓ ଅଧିକାରୀଙ୍କୁ ଦିଆଯିବ ତାଲିମ

କନକ ବ୍ୟୁରୋ: ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ପରେ ଆକ୍ସନମୋଡରେ ରେଳମନ୍ତ୍ରାଳୟ ।ଏଣିକି ଭିଡିକୁ ନିୟନ୍ତ୍ରଣ କରିବାକୁ ବ୍ୟବହାର କରାଯିବ ଏଆଇ ।ଏଥିସହ ଅନ୍ୟକିଛି ଗୁରୁତ୍ବପୂର୍ଣ୍ଣ ଦିଗକୁ ଧ୍ୟାନ ଦିଆଯାଇ ଭିଡ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ଶନିବାର ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ପରେ  ସଜାଗ ରେଳମନ୍ତ୍ରାଳୟ । ଆଗକୁ ଯେପରି କୌଣସି ବି ରେଳଷ୍ଟେସନରେ ଏଭଳି ଘଟଣା ଯେପରି ନଘଟେ ସେନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମିଳିଥିବା ସୂଚନା ଅନୁସାରେ  ଭିଡ଼ ନିୟନ୍ତ୍ରଣ କରିବ ‘ଏଆଇ’-ଦେଶର ୬୦ଟି ରେଳଷ୍ଟେସନକୁ ଜଗିବ ଏଆଇ-ଭିଡ଼ ନିୟନ୍ତ୍ରଣ କରିବା ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବ-ଟ୍ରେନ ବିଳମ୍ବ ହେଲେ ଏଆଇ ଦ୍ବାରା ଭିଡ଼କୁ ନିୟନ୍ତ୍ରଣ କରାଯିବ-ସିଡି, ଫୁଟ ଓଭରବ୍ରିଜ ସହ ସମସ୍ତ ଯାତ୍ରୀଙ୍କ ଯାଆସକୁ ମନିଟର କରିବ-ଷ୍ଟେସନରେ ସ୍ଥାୟୀ ହୋଲଡିଂ ଏରିଆ ନିର୍ମାଣ କରାଯିବ-ଭିଡ଼ ହେଲେ ଯାତ୍ରୀଙ୍କୁ ସେଠି ରୋକାଯାଇପାରିବ ସେପଟେ ରେଳମନ୍ତ୍ରାଳୟ ଦ୍ବାରା ଗଠିତ ଯାଞ୍ଚ କମିଟି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଜୋରସୋରରେ ଚାଲିଛି ତଦନ୍ତ । ଅନ୍ୟପଟେ ଦଳାଚକଟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ।ଦୁଇ ଘଣ୍ଟାରେ କିଭଳି ଅଢ଼େଇ ହଜାରରୁ ଅଧିକ ପ୍ଲାଟଫର୍ମ ଓ ଜେନେରାଲ ଟିକେଟ ବିକ୍ରି ହେଲା ଏହାକୁ ନେଇ ପ୍ରଶ୍ନ ଉଠୁଛି ।ସେପଟେ

ରେଳଷ୍ଟେସନରେ ଭିଡ଼ ନିୟନ୍ତ୍ରଣ କରିବ ଏଆଇ: ରେଳକର୍ମଚାରୀ ଓ ଅଧିକାରୀଙ୍କୁ ଦିଆଯିବ ତାଲିମ

କନକ ବ୍ୟୁରୋ: ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ପରେ ଆକ୍ସନମୋଡରେ ରେଳମନ୍ତ୍ରାଳୟ ।ଏଣିକି ଭିଡିକୁ ନିୟନ୍ତ୍ରଣ କରିବାକୁ ବ୍ୟବହାର କରାଯିବ ଏଆଇ ।ଏଥିସହ ଅନ୍ୟକିଛି ଗୁରୁତ୍ବପୂର୍ଣ୍ଣ ଦିଗକୁ ଧ୍ୟାନ ଦିଆଯାଇ ଭିଡ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ।

ଶନିବାର ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ପରେ  ସଜାଗ ରେଳମନ୍ତ୍ରାଳୟ । ଆଗକୁ ଯେପରି କୌଣସି ବି ରେଳଷ୍ଟେସନରେ ଏଭଳି ଘଟଣା ଯେପରି ନଘଟେ ସେନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମିଳିଥିବା ସୂଚନା ଅନୁସାରେ 

ଭିଡ଼ ନିୟନ୍ତ୍ରଣ କରିବ ‘ଏଆଇ’
-ଦେଶର ୬୦ଟି ରେଳଷ୍ଟେସନକୁ ଜଗିବ ଏଆଇ
-ଭିଡ଼ ନିୟନ୍ତ୍ରଣ କରିବା ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବ
-ଟ୍ରେନ ବିଳମ୍ବ ହେଲେ ଏଆଇ ଦ୍ବାରା ଭିଡ଼କୁ ନିୟନ୍ତ୍ରଣ କରାଯିବ
-ସିଡି, ଫୁଟ ଓଭରବ୍ରିଜ ସହ ସମସ୍ତ ଯାତ୍ରୀଙ୍କ ଯାଆସକୁ ମନିଟର କରିବ
-ଷ୍ଟେସନରେ ସ୍ଥାୟୀ ହୋଲଡିଂ ଏରିଆ ନିର୍ମାଣ କରାଯିବ
-ଭିଡ଼ ହେଲେ ଯାତ୍ରୀଙ୍କୁ ସେଠି ରୋକାଯାଇପାରିବ

ସେପଟେ ରେଳମନ୍ତ୍ରାଳୟ ଦ୍ବାରା ଗଠିତ ଯାଞ୍ଚ କମିଟି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଜୋରସୋରରେ ଚାଲିଛି ତଦନ୍ତ । ଅନ୍ୟପଟେ ଦଳାଚକଟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ।ଦୁଇ ଘଣ୍ଟାରେ କିଭଳି ଅଢ଼େଇ ହଜାରରୁ ଅଧିକ ପ୍ଲାଟଫର୍ମ ଓ ଜେନେରାଲ ଟିକେଟ ବିକ୍ରି ହେଲା ଏହାକୁ ନେଇ ପ୍ରଶ୍ନ ଉଠୁଛି ।ସେପଟେ ରେଳମନ୍ତ୍ରାଳୟ ଅପରାଗତା ଯୋଗୁଁ କେବଳ ରେଳ ଦୁର୍ଘଟଣା କେବେ ଦଳାଚକଟା ଘଟଣା ଘଟୁଥିବା କହି ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ

ଦିଲ୍ଲୀ ସମେତ ଅନ୍ୟ ବଡ ବଡ ଷ୍ଟେସନରେ ଯେପରି କୌଣସି ଭିଡ ସମ୍ବନ୍ଧିତ ଅଘଟଣ ନଘଟେ ସେନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି ଆଉ କିଛି ପଦକ୍ଷେପ ଗ୍ରହଣ କରାଯାଇଛି ।

ଭିଡ଼ ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ
-ଦଳାଚକଟା ପରେ କେବଳ ଦିଲ୍ଲୀ ଷ୍ଟେସନରେ ନୂଆ ୨ଶହ ସିସିଟିଭି କ୍ୟାମେରା ଲଗାଯାଇଛି
-ଯାତ୍ରୀଙ୍କ ସୁବିଧା ପାଇଁ ରେଳ କର୍ମଚାରୀ ଓ ଅଧିକାରୀଙ୍କୁ ଦିଆଯିବ ସ୍ବତନ୍ତ୍ର ତାଲିମ
-ଯାତ୍ରୀ, ଦୋକାନୀ, କୁଲିଙ୍କଠୁ ପ୍ରତ୍ୟେକ ଦିନ ନିଆଯିବ ମତାମତ
-କେଉଁଠି ସୁଧାରର ଆବଶ୍ୟକତା ରହିଛି ତାକୁ ଗୁରୁତ୍ବ ଦିଆଯିବ
-ପ୍ରୟାଗରାଜ ଓ ସମସ୍ତ ବଡ ଷ୍ଟେସନକୁ ଦିଲ୍ଲୀ ୱାର ରୁମରୁ ମନିଟର କରାଯିବ
-୬ମାସ ପର୍ୟ୍ୟନ୍ତ ଚାଲିବ ଅଭିଯାନ

ଶନିବାର ନୂଆ ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାରେ ୧୮ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଛି ।