ରୋହତକରେ ମେଡିକାଲ ଛାତ୍ରୀଙ୍କୁ ଅପହରଣ ପରେ ମାର୍ପିଟ୍ ଅଭିଯୋଗରେ ଡାକ୍ତର ଗିରଫ
ରୋହତକ: କୋଲକାତା ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ସହ ଦୁଷ୍କର୍ମ ଓ ହତ୍ୟାକୁ ନେଇ ପୂରା ଦେଶରେ ବିରୋଧ ଜାରି ରହିଛି। ଏହାରି ଭିତରେ ହରିଆଣା ରୋହତକର ଏକ ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ମାର୍ପିଟ୍ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ହରିଆଣାର ରୋହତକରେ ଥିବା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ଜଣେ ଛାତ୍ରୀଙ୍କୁ ମାର୍ପିଟ୍ କରାଯିବା ସହ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ରେସିଡାଣ୍ଟ […]

ରୋହତକ: କୋଲକାତା ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ସହ ଦୁଷ୍କର୍ମ ଓ ହତ୍ୟାକୁ ନେଇ ପୂରା ଦେଶରେ ବିରୋଧ ଜାରି ରହିଛି। ଏହାରି ଭିତରେ ହରିଆଣା ରୋହତକର ଏକ ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ମାର୍ପିଟ୍ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ହରିଆଣାର ରୋହତକରେ ଥିବା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ଜଣେ ଛାତ୍ରୀଙ୍କୁ ମାର୍ପିଟ୍ କରାଯିବା ସହ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ରେସିଡାଣ୍ଟ ଡାକ୍ତରଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ରୋହତକର ପୁଲିସ ଅଧୀକ୍ଷକ ବୀରେନ୍ଦ୍ର ସିଂ କହିଛନ୍ତି ଯେ ପିଜିଏମଏସର ପ୍ରଥମ ବର୍ଷର ବିଡିଏ ଛାତ୍ରୀଙ୍କୁ ରବିବାର ରାତିରେ ଏମଡି (ଆନାଟୋମି) ଡାକ୍ତର ଅପହରଣ କରି ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଡାକ୍ତରକୁ ଗିରଫ କରାଯାଇଛି। ସେପଟେ ପୀଡିତାଙ୍କୁ ଉଦ୍ଧାର କରି ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟ ପୀଡିତା ଛାତ୍ରୀ ଏବଂ ଅଭିଯୁକ୍ତ ଡାକ୍ତର ପରସ୍ପରକୁ ପ୍ରାୟ ୫ରୁ ୬ ମାସ ହେବ ଜାଣିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓରେ ମହିଳା ଜଣକ କାନ୍ଦୁଥିବା ଏବଂ ତାଙ୍କ ଦେହରେ ଥିବା କ୍ଷତକୁ ଦର୍ଶାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଦାବି କରିଛନ୍ତି ଯେ ଗତ ସାତ ମାସ ଧରି ରେସିଡେଣ୍ଟ୍ ଡାକ୍ତର ତାଙ୍କୁ ହଇରାଣ କରୁଛନ୍ତି। କେବଳ ସେତିକି ନୁହେଁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ନ ଉଠାଇବାକୁ ଡାକ୍ତର ବିଭିନ୍ନ ପ୍ରକାରର ଧମକ ମଧ୍ୟ ଦେଉଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।