ରୋହିତ ଶର୍ମାଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ଟିପ୍ପଣୀ ଉପରେ ମୁହଁ ଖୋଲିଲା ବିସିସିଆଇ, ଏମିତି ଦେଲା ଜବାବ

ନୂଆଦିଲ୍ଲୀ: କଂଗ୍ରେସର ମୁଖପାତ୍ର ଶମା ମହମ୍ମଦ ଆଜି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସ୍ ଉପରେ ପ୍ରଶ୍ନ କରିଥିଲେ। ଶମା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପରେ ରୋହିତ ଶର୍ମା ଅଧିକ ମୋଟା ବୋଲି କହିଥିଲେ। ତାଙ୍କ ଏହି ବୟାନକୁ ନେଇ ଆଜି ଦିନତମାମ ବିବାଦ ଲାଗି ରହିଛି। ଏବେ ଏହା ଉପରେ ନିରବତା ଭାଙ୍ଗିଛି ବିସିସିଆଇ। ବୋର୍ଡର ସଚିବ ଦେବଜିତ ସୈକିୟା କଂଗ୍ରେସ ମୁଖପାତ୍ରଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ସେ ଶମାଙ୍କ ବୟାନକୁ ହୀନ ଦର୍ଶାଇ କହିଛନ୍ତି ଯେ, ରାଷ୍ଟ୍ରହିତକୁ ବାଜିରେ ଏମିତି ରଖାଯାଏନି। ସୈକିୟା ସୋମବାର ପିଟିଆଇ ସହ ଆଲୋଚନା ବେଳେ କହିଛନ୍ତି ଯେ, ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଯେଉଁ ସମୟରେ ଟିମ୍ ଗୁରୁତ୍ଵପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳୁଛି ସେହି ସମୟରେ ଜଣେ ଦାୟିତ୍ଵସଂପନ୍ନ ବ୍ୟକ୍ତି ଏମିତି ହୀନ ବୟାନ ଦେଇ ପାରୁଛନ୍ତି। ଏଥିରେ ବ୍ୟକ୍ତି କିମ୍ବା ଦଳର ମନୋବଳ ହ୍ରାସ ପାଇପାରେ। ସମସ୍ତ ଖେଳାଳି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ଏବଂ ଫଳାଫଳ ସଭିଙ୍କ ସାମ୍ନାରେ। ଲୋକେ ନିଜର ପ୍ରଚାର ପାଇଁ ରାଷ୍ଟ୍ରହିତକୁ ବାଜିରେ ଲଗାଇ ଏହି ପରି ହୀନ ବୟାନବାଜି କରୁଛନ୍ତି।Also read: IPL 2025 ପାଇଁ ନୂତନ ଅଧିନାୟକ ନିଯୁକ୍ତ କଲା KKR, ଏହି ଖେଳାଳିଙ୍କୁ ମିଳିଲା ଉପଅଧିନାୟକ ଦାୟିତ୍ଵକଂଗ୍ରେସ ଲୋକ ସଂପର୍କ ବିଭାଗର ପ୍ରମୁଖ ପବନ ଖେଡ଼ା ଜାରି ବୟାନରେ

ରୋହିତ ଶର୍ମାଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ଟିପ୍ପଣୀ ଉପରେ ମୁହଁ ଖୋଲିଲା ବିସିସିଆଇ, ଏମିତି ଦେଲା ଜବାବ

ନୂଆଦିଲ୍ଲୀ: କଂଗ୍ରେସର ମୁଖପାତ୍ର ଶମା ମହମ୍ମଦ ଆଜି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସ୍ ଉପରେ ପ୍ରଶ୍ନ କରିଥିଲେ। ଶମା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପରେ ରୋହିତ ଶର୍ମା ଅଧିକ ମୋଟା ବୋଲି କହିଥିଲେ। ତାଙ୍କ ଏହି ବୟାନକୁ ନେଇ ଆଜି ଦିନତମାମ ବିବାଦ ଲାଗି ରହିଛି। ଏବେ ଏହା ଉପରେ ନିରବତା ଭାଙ୍ଗିଛି ବିସିସିଆଇ। ବୋର୍ଡର ସଚିବ ଦେବଜିତ ସୈକିୟା କଂଗ୍ରେସ ମୁଖପାତ୍ରଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ସେ ଶମାଙ୍କ ବୟାନକୁ ହୀନ ଦର୍ଶାଇ କହିଛନ୍ତି ଯେ, ରାଷ୍ଟ୍ରହିତକୁ ବାଜିରେ ଏମିତି ରଖାଯାଏନି। 

ସୈକିୟା ସୋମବାର ପିଟିଆଇ ସହ ଆଲୋଚନା ବେଳେ କହିଛନ୍ତି ଯେ, ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଯେଉଁ ସମୟରେ ଟିମ୍ ଗୁରୁତ୍ଵପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳୁଛି ସେହି ସମୟରେ ଜଣେ ଦାୟିତ୍ଵସଂପନ୍ନ ବ୍ୟକ୍ତି ଏମିତି ହୀନ ବୟାନ ଦେଇ ପାରୁଛନ୍ତି। ଏଥିରେ ବ୍ୟକ୍ତି କିମ୍ବା ଦଳର ମନୋବଳ ହ୍ରାସ ପାଇପାରେ। ସମସ୍ତ ଖେଳାଳି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ଏବଂ ଫଳାଫଳ ସଭିଙ୍କ ସାମ୍ନାରେ। ଲୋକେ ନିଜର ପ୍ରଚାର ପାଇଁ ରାଷ୍ଟ୍ରହିତକୁ ବାଜିରେ ଲଗାଇ ଏହି ପରି ହୀନ ବୟାନବାଜି କରୁଛନ୍ତି।

Also read: IPL 2025 ପାଇଁ ନୂତନ ଅଧିନାୟକ ନିଯୁକ୍ତ କଲା KKR, ଏହି ଖେଳାଳିଙ୍କୁ ମିଳିଲା ଉପଅଧିନାୟକ ଦାୟିତ୍ଵ

କଂଗ୍ରେସ ଲୋକ ସଂପର୍କ ବିଭାଗର ପ୍ରମୁଖ ପବନ ଖେଡ଼ା ଜାରି ବୟାନରେ କହିଛନ୍ତି ଯେ, କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଡ. ଶମା ମହମ୍ମଦ ଜଣେ ବରିଷ୍ଠ କ୍ରିକେଟରଙ୍କ ବିଷୟରେ କିଛି ଟିପ୍ପଣୀ କରିଛନ୍ତି, ଯାହା ପାର୍ଟି ବିଚାରକୁ ପ୍ରତିବିମ୍ବ କରୁନାହିଁ। ତାଙ୍କୁ ସାମାଜିକ ଗଣମାଧ୍ୟମ ଏକ୍ସରୁ ଏହି ପୋଷ୍ଟକୁ ହଟାଇବା ପାଇଁ କୁହାଯାଇଛି। ଭବିଷ୍ୟତରେ ଏହି ଧରଣର କୌଣସି ବୟାନ ଦେବାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖେଡ଼ା କହିଛନ୍ତି, କଂଗ୍ରେସ କ୍ରୀଡ଼ା କ୍ଷେତ୍ରର ବିଶିଷ୍ଟ ଖେଳାଳିଙ୍କୁ ସର୍ବୋଚ୍ଚ ସମ୍ମାନ ଦେଇଥାଏ।