ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ
କଖାରୁ ଫୁଲରେ ଭିଟାମିନ୍ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍ ଉପଯୋଗୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କଖାରୁ ଫୁଲରେ ଭିଟାମିନ୍ ‘ସି’ ରହିଛି, ଯାହା ମଧ୍ୟ ଶରୀର ପାଇଁ ଉପକାରୀ। ଏଥିରେ ଥିବା ଭିଟାମିନ୍ ‘ଏ’ ଦୃଷ୍ଟି ଶକ୍ତି ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ବେଳେବେଳେ ଆଲୋକର ରଙ୍ଗ ପରିବର୍ତ୍ତନ ହେବା ଦ୍ୱାରା, ଏହା ଆମ ଆଖି ଉପରେ ଗଭୀର ପ୍ରଭାବ ପକାଏ। ମାତ୍ର କଖାରୁ ଫୁଲ […] The post ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ appeared first on Dharitri Odia News.
କଖାରୁ ଫୁଲରେ ଭିଟାମିନ୍ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍ ଉପଯୋଗୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କଖାରୁ ଫୁଲରେ ଭିଟାମିନ୍ ‘ସି’ ରହିଛି, ଯାହା ମଧ୍ୟ ଶରୀର ପାଇଁ ଉପକାରୀ। ଏଥିରେ ଥିବା ଭିଟାମିନ୍ ‘ଏ’ ଦୃଷ୍ଟି ଶକ୍ତି ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ବେଳେବେଳେ ଆଲୋକର ରଙ୍ଗ ପରିବର୍ତ୍ତନ ହେବା ଦ୍ୱାରା, ଏହା ଆମ ଆଖି ଉପରେ ଗଭୀର ପ୍ରଭାବ ପକାଏ। ମାତ୍ର କଖାରୁ ଫୁଲ ଖାଇବା ଦ୍ୱାରା ଏହା କିଛି ମାତ୍ରାରେ ଆମକୁ ରକ୍ଷା ଦେଇଥାଏ ଓ ଆଖିକୁ ପରିଷ୍କାର ଦେଖାଯାଇଥାଏ। ଏହା ଅନ୍ଧାରକଣା ସମସ୍ୟାରୁ ମଧ୍ୟ କେତେକାଂଶରେ ରକ୍ଷା କରିଥାଏ। ବେଳେବେଳେ ଆମେ ଅନେକ ରୋଗର ଶିକାର ହୋଇଥାଉ। ବାହାର ଜୀବାଣୁ ଆମ ଶରୀରରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରନ୍ତି। ଆଉ ଏହି ଜୀବାଣୁଗୁଡ଼ିକୁ ପ୍ରତିହତ କରିବାର କ୍ଷମତା କଖାରୁ ଫୁଲରେ ରହିଛି ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହା ଶରୀରରେ ଶୁଦ୍ଧ ଅମ୍ଳଜାନ ମଧ୍ୟ ତିଆରି କରିଥାଏ। କଖାରୁ ଫୁଲରେ କ୍ୟାଲସିୟମ୍ ଓ ଫସ୍ଫରସ୍ ପ୍ରଚୁର ପରିମାଣରେ ଥାଏ, ଯାହା ଅସ୍ଥି ଓ ଦାନ୍ତକୁ ମଜଭୁତ ରଖିବାରେ ସାହାଯ୍ୟ କରେ।
The post ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ appeared first on Dharitri Odia News.