ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ତେବେ ସୌଭାଗ୍ୟର କଥା ରୋଗୀ ସୁରକ୍ଷିତ ଅଛନ୍ତି। ପିପିଲି ସେଲ୍‌ଫି ପଏଣ୍ଟ ନିକଟରେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଶଟ୍‌ସର୍କିଟ୍‌ରୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। The post ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ appeared first on Dharitri Odia News.

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ତେବେ ସୌଭାଗ୍ୟର କଥା ରୋଗୀ ସୁରକ୍ଷିତ ଅଛନ୍ତି। ପିପିଲି ସେଲ୍‌ଫି ପଏଣ୍ଟ ନିକଟରେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଶଟ୍‌ସର୍କିଟ୍‌ରୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।

The post ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ appeared first on Dharitri Odia News.