ରୋଗୀ ସମସ୍ୟା ନେଇ ଭିମସାର ଅଧିକ୍ଷକଙ୍କସହ ଆଲୋଚନା
ସମ୍ବଲପୁର(ବୁର୍ଲା): ଭିମସାର ମେଡିକାଲର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଜିଲ୍ଲା ପ୍ରତିନିଧି ତଥା ଯୁବ ବିଜେଡି ନେତା ମାନେ ଭିମସାର ଅଧିକ୍ଷକଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ। ରାଜ୍ୟସଭା ସାଂସଦଙ୍କ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଆଶିଷ ମହାନନ୍ଦଙ୍କ ନେତୃତ୍ବରେ ଯୁଵବିଜେଡ ନେତା ନରେଶ ଶର୍ମା, ସୁଧିର ପଟ୍ଟନାୟକ,ଅଜୟ ମହାକୁର ପ୍ରମୁଖ ଭିମସାର ମେଡିକାଲର ଅଧିକ୍ଷକ ଡାକ୍ତର ଲାଳମୋହନ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ମେଡିକାଲକୁ ଆସୁଥିବା ବିଭିନ୍ନ ଅଞ୍ଚଳର […] The post ରୋଗୀ ସମସ୍ୟା ନେଇ ଭିମସାର ଅଧିକ୍ଷକଙ୍କସହ ଆଲୋଚନା appeared first on Odisha.News.

ସମ୍ବଲପୁର(ବୁର୍ଲା): ଭିମସାର ମେଡିକାଲର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଜିଲ୍ଲା ପ୍ରତିନିଧି ତଥା ଯୁବ ବିଜେଡି ନେତା ମାନେ ଭିମସାର ଅଧିକ୍ଷକଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ। ରାଜ୍ୟସଭା ସାଂସଦଙ୍କ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଆଶିଷ ମହାନନ୍ଦଙ୍କ ନେତୃତ୍ବରେ ଯୁଵବିଜେଡ ନେତା ନରେଶ ଶର୍ମା, ସୁଧିର ପଟ୍ଟନାୟକ,ଅଜୟ ମହାକୁର ପ୍ରମୁଖ ଭିମସାର ମେଡିକାଲର ଅଧିକ୍ଷକ ଡାକ୍ତର ଲାଳମୋହନ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ମେଡିକାଲକୁ ଆସୁଥିବା ବିଭିନ୍ନ ଅଞ୍ଚଳର ରୋଗୀଙ୍କ ପାଇଁ ଯେଭଳି ଉପଯୁକ୍ତ ଚିକିତ୍ସା ସୁବଧା ଯୋଗାଇ ଦିଆଯାଇ ପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହାସହ ଭିମସାର ମେଡିକାଲରେ ବିଭିନ୍ନ ସମୟରେ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସୁବିଧା କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ ଭିମସାର ମେଡିକାଲର ପ୍ରଶାସନିକ ଅଧିକାରୀ ସୁଦର୍ଶନ ସଏ ମଧ୍ୟ ଉପସ୍ଥିତ ଥିଲେ। ତେବେ ଭିମସାର ମେଡିକାଲ ଅଧିକ୍ଷକ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦେବାକୁ ଭିମସାର ମେଡିକାଲ ସବୁ ବେଳେ କାର୍ଯ୍ୟ କରୁଥିବା ନେଇ କହିଥିଲେ।ତେବେବି ଅନେକ ସମୟରେ ବାହାରୁ ଆସୁଥିବା ରୋଗୀ ଓ ତାଙ୍କ ଆତ୍ମିୟ ସ୍ୱଜନ ବିଭିନ୍ନ ସମସ୍ୟାର ସମ୍ମୁୁଖିନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି।
The post ରୋଗୀ ସମସ୍ୟା ନେଇ ଭିମସାର ଅଧିକ୍ଷକଙ୍କସହ ଆଲୋଚନା appeared first on Odisha.News.