ରୋଜଗାର ଆଶା ନେଇ ବାହାର ରାଜ୍ୟକୁ ଯାଇଥିଲେ ହେଲେ ସବୁଦିନ ପାଇଁ ଚାଲିଗଲା ଜୀବନ

ଜୟପୁର: ଦି ପଇସା ଭଲ ରୋଜଗାର ଆଶା ମଉଳିଗଲା । ସବୁଦିନ ପାଇଁ ରୋଜଗାର ତ ଗଲା ଆଉ ଶେଷରେ ଚାଲିଗଲା ଜୀବନ । ସ୍ତ୍ରୀର ମୃତଦେହ ମଶାଣିରେ କିନ୍ତୁ ଗୁରୁତର ସ୍ୱାମୀ ତେଲେଙ୍ଗାନାରୁ ଆସି ଯାଉଛନ୍ତି ଜୟପୁର ଡାକ୍ତରଖାନାକୁ । କାରଣ ତେଲେଙ୍ଗାନାରୁ ଏକାଠି ଆସିଲା ଅକାରଣରେ ଚାଲିଯାଇଥିବା ତିନି ଜଣଙ୍କ ମୃତଦେହ ସହ ଜଣେ ଗୁରୁତର ବ୍ୟକ୍ତି । ଏଠାରେ ସ୍ପଷ୍ଟ କରୁଛୁ ତିନି ମୃତକଙ୍କ ମଧ୍ୟରେ ଅଛନ୍ତି ଦମ୍ପତି ରୁପୁ ହରିଜନ ଓ […] The post ରୋଜଗାର ଆଶା ନେଇ ବାହାର ରାଜ୍ୟକୁ ଯାଇଥିଲେ ହେଲେ ସବୁଦିନ ପାଇଁ ଚାଲିଗଲା ଜୀବନ appeared first on KNews Odisha.

ରୋଜଗାର ଆଶା ନେଇ ବାହାର ରାଜ୍ୟକୁ ଯାଇଥିଲେ ହେଲେ ସବୁଦିନ ପାଇଁ ଚାଲିଗଲା ଜୀବନ
labour

ଜୟପୁର: ଦି ପଇସା ଭଲ ରୋଜଗାର ଆଶା ମଉଳିଗଲା । ସବୁଦିନ ପାଇଁ ରୋଜଗାର ତ ଗଲା ଆଉ ଶେଷରେ ଚାଲିଗଲା ଜୀବନ । ସ୍ତ୍ରୀର ମୃତଦେହ ମଶାଣିରେ କିନ୍ତୁ ଗୁରୁତର ସ୍ୱାମୀ ତେଲେଙ୍ଗାନାରୁ ଆସି ଯାଉଛନ୍ତି ଜୟପୁର ଡାକ୍ତରଖାନାକୁ । କାରଣ ତେଲେଙ୍ଗାନାରୁ ଏକାଠି ଆସିଲା ଅକାରଣରେ ଚାଲିଯାଇଥିବା ତିନି ଜଣଙ୍କ ମୃତଦେହ ସହ ଜଣେ ଗୁରୁତର ବ୍ୟକ୍ତି । ଏଠାରେ ସ୍ପଷ୍ଟ କରୁଛୁ ତିନି ମୃତକଙ୍କ ମଧ୍ୟରେ ଅଛନ୍ତି ଦମ୍ପତି ରୁପୁ ହରିଜନ ଓ ସୁଲ ହରିଜନ ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ସୁନାମଣି ହରିଜନ ।

ଗାଁରେ ଏକାଠି ପହଁଚିଲା ତିନି ତିନିଟି ମୃତଦେହ । ଦୁଇ ପରିବାର ସହ ସମଗ୍ର ଗ୍ରାମବାସୀ ହୋଇଛନ୍ତି ଏକାଠି । ସମସ୍ତଙ୍କ ଆଖିରେ ଲୁହ । କିଏ କାହାକୁ ସମ୍ଭାଳିବା ସ୍ଥିତିରେ ହିଁ ନାହାନ୍ତି । ସେଦିନ ଥିଲା ୧୦ଜାନୁୟାରୀ । ତେଲେଙ୍ଗାନା ଚି଼ଭଭେମଲା ମଣ୍ଡଳର ଇଲାପୁରମ ଠାରେ ବିଳମ୍ବିତ ରାତି ଘଟିଥିଲା ଦୁର୍ଘଟଣା । ହାଇଦ୍ରାବାଦ ଯାଉଥିବା ଗୁପ୍ତା ବସ୍ ଦୁର୍ଘଟଣା ରେ ୫ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ଥିଲେ କୋରାପୁଟ ଜିଲ୍ଲାର ।

ବାହାର ରାଜ୍ୟକୁ ରୋଜଗାର କରିବା ଆଶା ନେଇ ସମସ୍ତଙ୍କୁ କହିକି ଯାଇଥିଲେ, କି ଶୀଘ୍ର ଫେରି ଆସିବେ ବୋଲି । ହେଲେ କିଏ ଜାଣିଥିଲା ଏହା ଥିଲା ସେମାନଙ୍କର ଶେଷଯାତ୍ରା । ସଡ଼କ ଦୁର୍ଘଟଣା ଖବର ପାଇ ମାଲକାନଗିରି ଶ୍ରମ ବିଭାଗ ତେଲେଙ୍ଗାନାରେ ପହଁଚି ଉଭୟ ରାଜ୍ୟ ପୋଲିସ ସହାୟତାରେ ମୃତଦେହ ବ୍ୟବଛେଦ କରିଥିଲା । ଏହା ପରେ ଆଜି ସକାଳୁ ଗାଁରେ ପହଁଚିଲା ତିନୋଟି ମରଶରୀର । ଘଟଣାରେ କାମତା ଗାଁର ଦମ୍ପତି ରୁପୁ ହରିଜନ ଓ ସୁଲ ହରିଜନଙ୍କ ମୃତ୍ୟୁ ହୋଇଥିବା ବେଳେ ରତାଳି ଗାଁର ସୁନାମଣି ହରିଜନଙ୍କ ମୃତ୍ୟୁ ହୋଇଛି । ତେବେ ହଠାତ୍ ଏଇ ଘଟଣାକୁ ଗ୍ରହଣ କରିପାରୁନଥିବା ପୁରା ଗାଁରେ ଏବେ ଖେଳିଯାଇଛି ଶୋକର ଛାୟା ।

ଗୋଟେ ପଟେ ଦୁଇ ଝିଅ ଖୋଜୁଛନ୍ତି ବାପା ମାଆଙ୍କୁ । ଯିଏ ନୀରବରେ ଶୋଇଯାଇଛନ୍ତି କବର ଭିତରେ । ଆଉ ଏପଟେ ଶ୍ମଶାନ ଜୁଇରେ ସ୍ୱାମୀ, ପିଲାଙ୍କୁ ଛାଡି ସବୁଦିନ ପାଇଁ ନିରବୀ ଯାଇଛନ୍ତି ସୁନାମଣି । ତେବେ ବାରମ୍ବାର ବୋରିଗୁମା ଅଞ୍ଚଳରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏମାନେ ସଚେତନ ନହେବା ଆଉ ଅକାଳରେ ଅନେକ ଜୀବନ ଚାଲିଯିବା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ନିଶ୍ଚିତ ।

The post ରୋଜଗାର ଆଶା ନେଇ ବାହାର ରାଜ୍ୟକୁ ଯାଇଥିଲେ ହେଲେ ସବୁଦିନ ପାଇଁ ଚାଲିଗଲା ଜୀବନ appeared first on KNews Odisha.