ରୋଜଗାର ଦେଇଛି ଧଳା ଘୁଷୁରି ଚାଷ । ୟୁଟ୍ୟୁବରୁ ନେଇଛନ୍ତି ପ୍ରଶିକ୍ଷଣ
କନକ ବ୍ୟୁରୋ : କୌଣସି ବ୍ୟବସାୟ ଛୋଟ କି ବଡ଼ ନୁହେଁ । ନିଜ ଇଛାଶକ୍ତି ରହିଲେ ପ୍ରତେକଟି ବ୍ୟବସାୟ ଶୀର୍ଷ ଛୁଇଁବ । ଯାହାକୁ ପ୍ରମାଣ କରିଛନ୍ତି ଖୋର୍ଦ୍ଧା ଜିଲା ମାଗୁରାର ଯୁବକ ପ୍ରଭାତ ବେହେରା । ନିଜସ୍ବ ଉଦ୍ୟମରେ ରୋଜଗାର କରିବା ପାଇଁ ଏବେ ପସନ୍ଦ କରୁଛନ୍ତି ଯୁବପିଢ଼ୀ । କିଏ ବ୍ୟସାୟ କରୁଛନ୍ତି ତ ପୁଣି କିଏ ଚାଷବାସ କରିବାକୁ ପସନ୍ଦ କରୁଛନ୍ତି । ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ମାଗୁରାର […] The post ରୋଜଗାର ଦେଇଛି ଧଳା ଘୁଷୁରି ଚାଷ । ୟୁଟ୍ୟୁବରୁ ନେଇଛନ୍ତି ପ୍ରଶିକ୍ଷଣ first appeared on Kanak News.

କନକ ବ୍ୟୁରୋ : କୌଣସି ବ୍ୟବସାୟ ଛୋଟ କି ବଡ଼ ନୁହେଁ । ନିଜ ଇଛାଶକ୍ତି ରହିଲେ ପ୍ରତେକଟି ବ୍ୟବସାୟ ଶୀର୍ଷ ଛୁଇଁବ । ଯାହାକୁ ପ୍ରମାଣ କରିଛନ୍ତି ଖୋର୍ଦ୍ଧା ଜିଲା ମାଗୁରାର ଯୁବକ ପ୍ରଭାତ ବେହେରା ।
ନିଜସ୍ବ ଉଦ୍ୟମରେ ରୋଜଗାର କରିବା ପାଇଁ ଏବେ ପସନ୍ଦ କରୁଛନ୍ତି ଯୁବପିଢ଼ୀ । କିଏ ବ୍ୟସାୟ କରୁଛନ୍ତି ତ ପୁଣି କିଏ ଚାଷବାସ କରିବାକୁ ପସନ୍ଦ କରୁଛନ୍ତି । ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ମାଗୁରାର ପ୍ରଭାତ ବେହେରା। ପ୍ରଥମେ କୁକୁଡ଼ା ଚାଷ କରି ବିଫଳ ହେବା ପରେ ଅନ୍ୟ କିଛି କରିବା ପାଇଁ ଚିନ୍ତା କରିଥିଲେ । ଏବେ ୟୁଟ୍ୟୁବ ଦେଖି ଘୁଷୁରି ଚାଷ କରୁଛନ୍ତି । ପ୍ରଥମେ ୪ଟି ଘୁଷୁରି ଆଣିଥିଲେ । ଏବେ ସେଥିରୁ ଶତାଧିକ ଘୁଷୁରି ହେଲେଣି । କମ୍ ଖର୍ଚ୍ଚରେ ସେ ଭଲ ରୋଜଗାର କରୁଛନ୍ତି ପ୍ରଭାତ ।
ଗୋଟିଏ ଗୋଟିଏ ଘୁଷୁରୀ ପାଖାପାଖି ୧୫ରୁ ୨୦ ଛୁଆ ଜନ୍ମ କରନ୍ତି। ସେହି ଛୁଆ ଗୁଡ଼ିକର ଯତ୍ନ ନେବା ପରେ ତାଙ୍କ ସଂଖ୍ୟା ଶହେରୁ ଅଧିକ ହେଲାଣି । ପ୍ରଥମେ ଏହି ଚାଷରେ କ୍ଷତି ସହିଥିଲେ । ପରେ ଘୁଷୁରି ଛୁଆ ଗୁଡ଼ିକର ଉପଯୁକ୍ତ ଯତ୍ନ ନେବା ଦ୍ବାରା ସେମାନଙ୍କ ବଂଶ ବୃଦ୍ଧି ହୋଇଛି । ଗୋଟିଏ ଗୋଟିଏ ଘୁଷୁରିକୁ ସେ ୨୨ରୁ ୨୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଛୁଆ ଘୁଷୁରୀ ଛୋଟରୁ ବିକିବା ଉପଯୋଗୀ ହେବାକୁ ୬ ରୁ ୭ ମାସ ସମୟ ଲାଗୁଛି ।
ଘୁଷୁରି ଚାଷ କରି ବେଶ ଲାଭବାନ ହୋଇଛନ୍ତି ମାଗୁରାର ପ୍ରଭାତ ବେହେରା। ବେକାର ଯୁବକଙ୍କୁ ଏହି ଦିଗରେ ଅଗ୍ରସର ହେବାକୁ ପ୍ରେରଣା ମଧ୍ୟ ଯୋଗାଉଛନ୍ତି। ଘୁଷୁରୀକୁ ଘୃଣା ନକରି ଦୁରେଇ ନଯାଇ, ଚାଷ କଲେ ଯେ ଭଲ ଦୁଇ ପଇସା ରୋଜଗାର ହୋଇପାରିବ ତାହା ପ୍ରମାଣିତ କରିଛନ୍ତି। ଏବେ ପ୍ରଭାତ ଯୁବ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
The post ରୋଜଗାର ଦେଇଛି ଧଳା ଘୁଷୁରି ଚାଷ । ୟୁଟ୍ୟୁବରୁ ନେଇଛନ୍ତି ପ୍ରଶିକ୍ଷଣ first appeared on Kanak News.