ରୋଜା ଭଙ୍ଗ ହେଲା ବୋଲି ଶାମୀଙ୍କୁ ଅପରାଧୀ କହିଲେ ମୌଲାନା: ସମର୍ଥନରେ ବାହାରିଲେ କୋଚ୍ ଓ ନେତା

ନୂଆଦିଲ୍ଲୀ: ଭାରତ ପାଇଁ ଖେଳି ଦେଶର ସମ୍ମାନ ରଖିଲେ ମହମ୍ମଦ ଶାମୀ। ରୋଜା ଭଙ୍ଗ ହୋଇଗଲା ବୋଲି ମୁସ୍ଲିମର ଧର୍ମଗୁରୁ ତାଙ୍କୁ ଅପରାଧି କହି ଦେଲେ। ବର୍ତ୍ତମାନ ରମଦାନ ମାସ ଚାଲିଥିବାରୁ ମୁସଲମାନ ସମ୍ପ୍ରଦାୟର ଲୋକେ ଉପବାସ ରଖୁଛନ୍ତି। ହେଲେ ମଙ୍ଗଳବାର ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ସେମିଫାଇନାଲ୍ ମ୍ୟାଚ୍‌ରେ ସାମି ଉପବାସ ନ କରିବାରୁ ତାଙ୍କୁ ସମାଲୋଚନା କରିଛନ୍ତି ମୁସଲମାନ ଧର୍ମଗୁରୁ ମୌଲାନା ଶାହାବୁଦ୍ଦିନ ରଜବୀ ବରେଲବି। ଏପରି କରିବା ପାପ ଓ ଧାର୍ମିକ ନୀତି ବିରୁଦ୍ଧରେ ବୋଲି ସେ କହିଛନ୍ତି। ପଢନ୍ତୁ- ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଅବସର ନେଲେ କ୍ୟାପଟେନ୍ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବରେଲଭୀ କହିଛନ୍ତି “ ଇସ୍ଲାମ୍‌ରେ ଉପବାସ ରଖିବା ଆମର କର୍ତ୍ତବ୍ୟ। ଯଦି କେହି ଜାଣିଶୁଣି ଉପବାସ ଭଙ୍ଗ କରୁଛି ସେମାନେ ପାପୀ। କ୍ରିକେଟର ମହମ୍ମଦ ଶାମୀ ବି ଉପବାସ ପାଳନ କରି ନାହାନ୍ତି। ସେ ପାପ କରିଛନ୍ତି। ସେ ଜଣେ ଅପରାଧୀ।”ଶାହବୁଦ୍ଦିନଙ୍କ ମନ୍ତବ୍ୟ ପରେ କିଛି ଧର୍ମଗୁରୁଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ସେମାନେ ମଧ୍ୟ ଶାମୀହ୍କ ଜୁସ୍ ପିଇବାକୁ ସମାଲୋଚନା କରିଛନ୍ତି। ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ସଭାପତି ହେଉଛନ୍ତି ମୌଲାନା ଶାହାବୁଦ୍ଦିନ୍ ରଜଭି ବରେଲଭି। ସେ ଶାମିଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଶାହାବୁଦ୍ଦିନ କହିଛନ୍ତି  "ରୋଜା (ଉପବାସ) ହେଉଛି ବାଧ୍ୟତାମୂଳକ

ରୋଜା ଭଙ୍ଗ ହେଲା ବୋଲି ଶାମୀଙ୍କୁ ଅପରାଧୀ କହିଲେ ମୌଲାନା: ସମର୍ଥନରେ ବାହାରିଲେ କୋଚ୍ ଓ ନେତା

ନୂଆଦିଲ୍ଲୀ: ଭାରତ ପାଇଁ ଖେଳି ଦେଶର ସମ୍ମାନ ରଖିଲେ ମହମ୍ମଦ ଶାମୀ। ରୋଜା ଭଙ୍ଗ ହୋଇଗଲା ବୋଲି ମୁସ୍ଲିମର ଧର୍ମଗୁରୁ ତାଙ୍କୁ ଅପରାଧି କହି ଦେଲେ। ବର୍ତ୍ତମାନ ରମଦାନ ମାସ ଚାଲିଥିବାରୁ ମୁସଲମାନ ସମ୍ପ୍ରଦାୟର ଲୋକେ ଉପବାସ ରଖୁଛନ୍ତି। ହେଲେ ମଙ୍ଗଳବାର ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ସେମିଫାଇନାଲ୍ ମ୍ୟାଚ୍‌ରେ ସାମି ଉପବାସ ନ କରିବାରୁ ତାଙ୍କୁ ସମାଲୋଚନା କରିଛନ୍ତି ମୁସଲମାନ ଧର୍ମଗୁରୁ ମୌଲାନା ଶାହାବୁଦ୍ଦିନ ରଜବୀ ବରେଲବି। ଏପରି କରିବା ପାପ ଓ ଧାର୍ମିକ ନୀତି ବିରୁଦ୍ଧରେ ବୋଲି ସେ କହିଛନ୍ତି। 

ପଢନ୍ତୁ- ସେମିଫାଇନାଲରେ ହାରିବା ପରେ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଅବସର ନେଲେ କ୍ୟାପଟେନ୍

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବରେଲଭୀ କହିଛନ୍ତି “ ଇସ୍ଲାମ୍‌ରେ ଉପବାସ ରଖିବା ଆମର କର୍ତ୍ତବ୍ୟ। ଯଦି କେହି ଜାଣିଶୁଣି ଉପବାସ ଭଙ୍ଗ କରୁଛି ସେମାନେ ପାପୀ। କ୍ରିକେଟର ମହମ୍ମଦ ଶାମୀ ବି ଉପବାସ ପାଳନ କରି ନାହାନ୍ତି। ସେ ପାପ କରିଛନ୍ତି। ସେ ଜଣେ ଅପରାଧୀ।”

ଶାହବୁଦ୍ଦିନଙ୍କ ମନ୍ତବ୍ୟ ପରେ କିଛି ଧର୍ମଗୁରୁଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ସେମାନେ ମଧ୍ୟ ଶାମୀହ୍କ ଜୁସ୍ ପିଇବାକୁ ସମାଲୋଚନା କରିଛନ୍ତି। ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ସଭାପତି ହେଉଛନ୍ତି ମୌଲାନା ଶାହାବୁଦ୍ଦିନ୍ ରଜଭି ବରେଲଭି। ସେ ଶାମିଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। 

ଶାହାବୁଦ୍ଦିନ କହିଛନ୍ତି  "ରୋଜା (ଉପବାସ) ହେଉଛି ବାଧ୍ୟତାମୂଳକ କର୍ତ୍ତବ୍ୟ। ଯଦି କୌଣସି ସୁସ୍ଥ ପୁରୁଷ କିମ୍ବା ମହିଳା 'ରୋଜା' ପାଳନ କରନ୍ତି ନାହିଁ, ତେବେ ସେମାନେ ଏକ ବଡ଼ ଅପରାଧୀ ହେବେ। ଭାରତର ଜଣେ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ଶାମି ମ୍ୟାଚ୍ ସମୟରେ ପାଣି କିମ୍ବା ଅନ୍ୟ କୌଣସି ପାନୀୟ ପିଇଥିଲେ। ଲୋକେ ତାଙ୍କୁ ଦେଖିଛନ୍ତି। ଯଦି ସେ ଖେଳିପାରୁଛନ୍ତି, ତେବେ ଏହାର ଅର୍ଥ ଯେ ସେ ସୁସ୍ଥ ଅଛନ୍ତି। ସୁସ୍ଥ ଥାଇକି ବି ସେ ରୋଜା ପାଳନ କଲେ ନାହିଁ କି ପାଣି ବି ପିଇଲେ ନାହିଁ। ରୋଜା ନରଖିବା ଦ୍ୱାରା ଲୋକମାନଙ୍କ ମଧ୍ୟକୁ ଏକ ଭୁଲ ମେସେଜ୍ ଯାଉଛି। ସେ ଏପରି କରିବା ଉଚିତ୍ ନୁହେଁ। ସେ ଜଣେ ଅପରାଧୀ। ତାଙ୍କୁ ଭଗବାନଙ୍କ ପାଖରେ ଉତ୍ତର ଦେବାକୁ ପଡ଼ିବ।"

ଅନ୍ୟପଟେ ମହମ୍ମଦ ସାମୀଙ୍କ କୋଚ ମହମ୍ମଦ ବଦରୁଦ୍ଦିନ ମୌଲାନଙ୍କ ଶାହବୁଦ୍ଦିନଙ୍କ ସମାଲୋଚନାକୁ ନିନ୍ଦା କରିଛନ୍ତି। କ୍ରିକେଟରଙ୍କ କୌଣସି ଭୁଲ ନାହିଁ। ଦେଶ ଠାରୁ ବଳି ଆଉ କିଛି ନାହିଁ ବୋଲି ମହମ୍ମଦ ବଦରୁଦ୍ଦିନ କହିଛନ୍ତି। ଏନସିପି (ଶରତ ପାୱାର) ବିଧାୟକ ରୋହିତ ପାୱାର ମଧ୍ୟ ଏହି ବିବାଦରେ କ୍ରିକେଟର ମହମ୍ମଦ ଶାମିଙ୍କୁ ସମର୍ଥନ କରିଛନ୍ତି। ଧର୍ମକୁ ଖେଳ ସହିତ ଯୋଡାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି। 

ଟିମ୍ ଇଣ୍ଡିଆର ଶାମୀ ଜଣେ ଦକ୍ଷ ଖେଳାଳି, ତାଙ୍କ ପାଇଁ ଭାରତ ଏକାଧିକ ଥର ଜିତିଛି ବୋଲି ଦର୍ଶାଇ ଶ୍ରୀ ପାୱାର କହିଛନ୍ତି “ସେ ଜଣେ ସଚ୍ଚା ଭାରତୀୟ ଯିଏ ଦଳକୁ ଅନେକ ଥର ଜିତାଇଛନ୍ତି। ଖେଳରେ ଧର୍ମକୁ ପ୍ରସଙ୍ଗ କରାଯିବା ଉଚିତ୍ ନୁହେଁ, ଏବଂ ଯଦି ଆପଣ ଆଜି କୌଣସି ମୁସଲମାନଙ୍କୁ ପଚାରିବେ, ତେବେ ସେମାନେ କହିବେ ଯେ ସେମାନେ ମହମ୍ମଦ ଶାମିଙ୍କ ଉପରେ ଗର୍ବିତ।”  

ପଢନ୍ତୁ- ଖଲିସ୍ତାନୀଙ୍କ ଉତ୍‌ପାତ: ଜୟଶଙ୍କରଙ୍କ ସୁରକ୍ଷାରେ ଉଲ୍ଲଂଘନ ନେଇ ତାତିଲା ଭାରତ, ବ୍ରିଟେନ୍‌କୁ କଡ଼ା ମେସେଜ୍

ସୂଚନା ଥାଉକି ମଙ୍ଗଳବାର ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଚାରି ୱିକେଟରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶାମିଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ଆଟାକ୍ ଅଷ୍ଟ୍ରେଲିଆକୁ ୨୬୪ ରନରେ ସୀମିତ ରଖିଥିଲା। ଯେଉଁଥିରେ ଶାମୀ ତାଙ୍କ ୧୦ ଓଭର କୋଟାରେ ମାତ୍ର ୪୮ ରନ ଦେଇ ୩ଟି ୱିକେଟ ନେଇଥିଲେ।

ଚାମ୍ପିୟନ ଟ୍ରଫିରେ ଖେଳାଳିଙ୍କୁ ନେଇ ଏଭଳି ଟିପ୍ପଣୀ କରିବା ନୂଆ ନୁହେଁ। ଏହା ପୂର୍ବରୁ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଶାମା ମହମ୍ମଦ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ରୋହିତ ଜଣେ ଖେଳାଳି ହିସାବରେ ଖୁବ ମୋଟା।" ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ଖେଳ ପ୍ରଦର୍ଶନ ପରେ ରୋହିତ ସର୍ବାଧିକ ପ୍ରଭାବହୀନ ଅଧିନାୟକ ବୋଲି ଶାମା କହିଥିଲେ।