ରୋନାଲ୍‌ଡୋଙ୍କୁ ରେଡ୍‌ କାର୍ଡ, ସସ୍‌ପେଣ୍ଡ

ଆବୁଧାବି, ୧୦ା୪: ଅଲ୍‌-ନାସର ଓ ଅଲ୍‌-ହିଲାଲ ମଧ୍ୟରେ ଅନୁଷ୍ଠିତ ସାଉଦି ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ସେମିଫାଇନାଲ ମ୍ୟାଚରେ ରେଡ୍‌କାର୍ଡ ଯୋଗୁ କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କର ଆଗାମି ଦୁଇଟି ଗେମ୍‌ରୁ ସସ୍‌ପେଣ୍ଡ ହୋଇଛନ୍ତି। ୫ଥର ସମ୍ମାନଜନକ ବାଲନ ଡି’ଅର ପୁରସ୍କାର ଜିତିଥିବା ରୋନାଲ୍‌ଡୋ ୨୦୨୨ ଡିସେମ୍ବରରେ ଅଲ୍‌ ନାସର କ୍ଲବ ସହିତ ଚୁକ୍ତି କରିଥିଲେ। ଆବୁଧାବିରେ ଖେଳାଯାଇଥିବା ଏହି ମ୍ୟାଚର ୮୬ତମ ମିନିଟ୍‌ରେ ସେ ବିପକ୍ଷ ଅଲ-ହିଲାଲ ଡିଫେଣ୍ଡର ଅଲି ଅଲ୍‌-ବୁଲାହିଙ୍କୁ କହୁଣି ମାରିଥିଲେ। ଗଣମଧ୍ୟମରେ […] The post ରୋନାଲ୍‌ଡୋଙ୍କୁ ରେଡ୍‌ କାର୍ଡ, ସସ୍‌ପେଣ୍ଡ appeared first on Dharitri Odia News.

ରୋନାଲ୍‌ଡୋଙ୍କୁ ରେଡ୍‌ କାର୍ଡ, ସସ୍‌ପେଣ୍ଡ

ଆବୁଧାବି, ୧୦ା୪: ଅଲ୍‌-ନାସର ଓ ଅଲ୍‌-ହିଲାଲ ମଧ୍ୟରେ ଅନୁଷ୍ଠିତ ସାଉଦି ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ସେମିଫାଇନାଲ ମ୍ୟାଚରେ ରେଡ୍‌କାର୍ଡ ଯୋଗୁ କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କର ଆଗାମି ଦୁଇଟି ଗେମ୍‌ରୁ ସସ୍‌ପେଣ୍ଡ ହୋଇଛନ୍ତି। ୫ଥର ସମ୍ମାନଜନକ ବାଲନ ଡି’ଅର ପୁରସ୍କାର ଜିତିଥିବା ରୋନାଲ୍‌ଡୋ ୨୦୨୨ ଡିସେମ୍ବରରେ ଅଲ୍‌ ନାସର କ୍ଲବ ସହିତ ଚୁକ୍ତି କରିଥିଲେ। ଆବୁଧାବିରେ ଖେଳାଯାଇଥିବା ଏହି ମ୍ୟାଚର ୮୬ତମ ମିନିଟ୍‌ରେ ସେ ବିପକ୍ଷ ଅଲ-ହିଲାଲ ଡିଫେଣ୍ଡର ଅଲି ଅଲ୍‌-ବୁଲାହିଙ୍କୁ କହୁଣି ମାରିଥିଲେ। ଗଣମଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରେଡ୍‌କାର୍ଡ ପରେ ପଡ଼ିଆ ଛାଡ଼ିବା ବେଳେ ରେଫରିଙ୍କୁ ଇଙ୍ଗିତ କରିଥିବାରୁ ଏହି ୩୯ ବର୍ଷୀୟ ମହାନ ଫୁଟ୍‌ବଲ ଖେଳାଳି ଆହୁରି ଦଣ୍ଡିତ ହୋଇପାରନ୍ତି। ଏହି ମ୍ୟାଚରେ ଅଲ-ନାସରଙ୍କଠାରୁ ଅଲ୍‌-ହିଲାଲ ୨-୧ ଗୋଲରେ ହାରିଯାଇଥିଲ। ରୋନାଲ୍‌ଡୋ ପଡ଼ିଆ ଛାଡ଼ିବା ବେଳକୁ ସାଲେମ ଅଲ୍‌ ଦସାରି ଓ ବ୍ରାଜିଲିଆନ ଓ୍ବିଙ୍ଗର ମାଲ୍‌କମଙ୍କ ଗୋଲ୍‌ ବଳରେ ଅଲ୍‌-ନାସେର ବିପକ୍ଷରେ ଅଲ୍‌-ହିଲାଲ ୨-୦ ଗୋଲ୍‌ରେ ଆଗୁଆ ରହିଥିଲା। ପରେ ଇଞ୍ଜୁରି ସମୟ ଖେଳ ବେଳେ ସେନେଗାଲ ଇଣ୍ଟରନ୍ୟାଶନାଲ ସାଡିଓ ମାନେଙ୍କ ଏକ ଗୋଲ ପରିଶୋଧ କରିଦେଇଥିଲେ। ଫଳରେ ହିଲାଲା ଦଳ ଗୁରୁବାର ଅଲ-ଇତିହାଦ ସହିତ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିପାରିଛି।

The post ରୋନାଲ୍‌ଡୋଙ୍କୁ ରେଡ୍‌ କାର୍ଡ, ସସ୍‌ପେଣ୍ଡ appeared first on Dharitri Odia News.