ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଜୟଦୀପ
ମୁମ୍ବାଇ: ଅଭିନେତା ଜୟଦୀପ ଅହଲାୱତ୍ଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ସେ କୌଣସି ରୋମାଣ୍ଟିକ ଫିଲ୍ମ କିମ୍ବା ରୋମାଣ୍ଟିକ ଚରିତ୍ରରେ କାର୍ଯ୍ୟ କରିନାହାନ୍ତି। ରୋମାଣ୍ଟିକ ଫିଲ୍ମ କରିବାକୁ ଚାହାନ୍ତି ନାହିଁ କି ବୋଲି ରବିବାର ଏକ ସାକ୍ଷାତ୍କାରରେ ଜୟଦୀପଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ରୋମାଣ୍ଟିକ ଫିଲ୍ମ କରିବାକୁ ତାଙ୍କର ଇଚ୍ଛା ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ରୋମାଣ୍ଟିକ ଚରିତ୍ର କରି ନ ଥିଲେ ମଧ୍ୟ ଭବିଷ୍ୟତରେ ସୁଯୋଗ ମିଳିଲେ ଏପରି ଚରିତ୍ରକୁ […] The post ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଜୟଦୀପ appeared first on Dharitri Odia News.
ମୁମ୍ବାଇ: ଅଭିନେତା ଜୟଦୀପ ଅହଲାୱତ୍ଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ସେ କୌଣସି ରୋମାଣ୍ଟିକ ଫିଲ୍ମ କିମ୍ବା ରୋମାଣ୍ଟିକ ଚରିତ୍ରରେ କାର୍ଯ୍ୟ କରିନାହାନ୍ତି। ରୋମାଣ୍ଟିକ ଫିଲ୍ମ କରିବାକୁ ଚାହାନ୍ତି ନାହିଁ କି ବୋଲି ରବିବାର ଏକ ସାକ୍ଷାତ୍କାରରେ ଜୟଦୀପଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ରୋମାଣ୍ଟିକ ଫିଲ୍ମ କରିବାକୁ ତାଙ୍କର ଇଚ୍ଛା ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ରୋମାଣ୍ଟିକ ଚରିତ୍ର କରି ନ ଥିଲେ ମଧ୍ୟ ଭବିଷ୍ୟତରେ ସୁଯୋଗ ମିଳିଲେ ଏପରି ଚରିତ୍ରକୁ ସେ ଠିକ୍ ଭାବେ କରି ଦର୍ଶକଙ୍କ ହୃଦୟ ଜିତିପାରିବେ। ଏହି ବିଶ୍ୱାସ ତାଙ୍କର ରହିଛି ବୋଲି ଜୟଦୀପ କହିଛନ୍ତି। ତେବେ ବୋଧହୁଏ କୌଣସି ଫିଲ୍ମ ନିର୍ମାତା ତାଙ୍କୁ ରୋମାଣ୍ଟିକ ଫିଲ୍ମରେ କାଷ୍ଟ କରିବାକୁ ଚାହାନ୍ତି ନାହିଁ। ସେ ରୋମାଣ୍ଟିକ ଚରିତ୍ର ମଧ୍ୟ କରିପାରିବେ, ଯେପର୍ଯ୍ୟନ୍ତ ଏନେଇ ଫିଲ୍ମନିର୍ମାତାମାନଙ୍କୁ ବିଶ୍ୱାସ ଆସିନାହିଁ ସେଯାଏ ତାଙ୍କୁ ରୋମାଣ୍ଟିକ ଚରିତ୍ରରେ ଅଭିନୟ କରିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜୟଦୀପ କହିଛନ୍ତି।
The post ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଜୟଦୀପ appeared first on Dharitri Odia News.