ରୋଲ୍ସ ରୋୟସ୍ କାର୍ କିଣିଲେ ଇଣ୍ଟରନେଟ୍ ସେନ୍ସେସନ୍ ଡଲି ଚା’ ବାଲା
ନାଗପୁର: ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ଡଲି ଚା’ ବାଲାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମାଇକ୍ରୋସଫ୍ଟ ସିଇଓ ବିଲ୍ ଗେଟ୍ସ ତାଙ୍କ ଦୋକାନରେ ଚା’ ପିଇବା ପରେ ସେ ରାତାରାତି ପ୍ରସିଦ୍ଧି ପାଇଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଡଲିଙ୍କର ବହୁ ପ୍ରଶଂସକ ମଧ୍ୟ ରହିଛନ୍ତି। ସେ ପ୍ରାୟତଃ ନିଜ ଆକାଉଣ୍ଟରୁ ଫଟୋ ଏବଂ ଭିଡିଓ ଶେୟାର କରନ୍ତି, ଯାହାକୁ ଲୋକମାନେ ଦେଖିବାକୁ ପସନ୍ଦ କରିଥାନ୍ତି। ଡଲି ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବିଳାସପୂର୍ଣ୍ଣ ରୋଲ୍ସ […] The post ରୋଲ୍ସ ରୋୟସ୍ କାର୍ କିଣିଲେ ଇଣ୍ଟରନେଟ୍ ସେନ୍ସେସନ୍ ଡଲି ଚା’ ବାଲା appeared first on Dharitri Odia News.
ନାଗପୁର: ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ଡଲି ଚା’ ବାଲାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମାଇକ୍ରୋସଫ୍ଟ ସିଇଓ ବିଲ୍ ଗେଟ୍ସ ତାଙ୍କ ଦୋକାନରେ ଚା’ ପିଇବା ପରେ ସେ ରାତାରାତି ପ୍ରସିଦ୍ଧି ପାଇଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଡଲିଙ୍କର ବହୁ ପ୍ରଶଂସକ ମଧ୍ୟ ରହିଛନ୍ତି। ସେ ପ୍ରାୟତଃ ନିଜ ଆକାଉଣ୍ଟରୁ ଫଟୋ ଏବଂ ଭିଡିଓ ଶେୟାର କରନ୍ତି, ଯାହାକୁ ଲୋକମାନେ ଦେଖିବାକୁ ପସନ୍ଦ କରିଥାନ୍ତି।
ଡଲି ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବିଳାସପୂର୍ଣ୍ଣ ରୋଲ୍ସ ରୋୟସ୍ କାର ସହ ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଚା’ ବିକ୍ରେତା ହୋଇ ବି ରୋଲ୍ସ ରୋୟସ୍ କାର କିଣିପାରିଥିବା ସେ ଏହି ଭିଡିଓରେ ଦର୍ଶାଇଛନ୍ତି। କଠିନ ପରିଶ୍ରମ ବଳରେ ସମୟକୁ ଖୁବ୍ଶୀଘ୍ର ବଦଳା ଯାଇପାରିବ ବୋଲି ସେ କହିଛନ୍ତି। ଡଲିଙ୍କ ଏହି ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଅନେକ ସଂଖ୍ୟାରେ ୟୁଜର୍ସ ମଧ୍ୟ ଏଥିରେ କମେଣ୍ଟ କରିଛନ୍ତି। କିଛି ଲୋକ ଡଲିଙ୍କୁ ଏହି ଭିଡିଓ ନେଇ ଟ୍ରୋଲ ମଧ୍ୟ କରିଛନ୍ତି। ତେବେ ଡଲି ଅନେକଙ୍କ ପାଇଁ ପ୍ରେରଣା ସାଜିଥିବା କିଛି ୟୁଜର୍ସ କମେଣ୍ଟରେ କହିଛନ୍ତି। ଏବେ ଛୁଟିରେ ମାଳଦ୍ୱୀପ ଗସ୍ତରେ ଥିବା ଡଲିଙ୍କର ଇନ୍ଷ୍ଟାଗ୍ରାମରେ ୨.୧ ମିଲିୟନ୍ ଫାଲୋଅର୍ସ ରହିଛନ୍ତି। ତାଙ୍କର ନାଗପୁରରେ ଏବେ ମଧ୍ୟ ଚା’ ଦୋକାନ ରହିଛି।
The post ରୋଲ୍ସ ରୋୟସ୍ କାର୍ କିଣିଲେ ଇଣ୍ଟରନେଟ୍ ସେନ୍ସେସନ୍ ଡଲି ଚା’ ବାଲା appeared first on Dharitri Odia News.