ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ…

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,୨୩।୬(ମନରଞ୍ଜନ ରଣା/ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ଜଣେ ମହିଳାଙ୍କ ଶାଢୀରେ ନିଆଁ ଲାଗି ପୂରା ଶରୀର ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ସ୍ବାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ନ ମିଳିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଗୁରୁତର ମହିଳା ହେଲେ ଉକ୍ତ ଗ୍ରାମର ଅଜୟ ଡାକୁଆଙ୍କ […] The post ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ… appeared first on Dharitri Odia News.

ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ…

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,୨୩।୬(ମନରଞ୍ଜନ ରଣା/ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ଜଣେ ମହିଳାଙ୍କ ଶାଢୀରେ ନିଆଁ ଲାଗି ପୂରା ଶରୀର ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ସ୍ବାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ନ ମିଳିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା।
ଗୁରୁତର ମହିଳା ହେଲେ ଉକ୍ତ ଗ୍ରାମର ଅଜୟ ଡାକୁଆଙ୍କ ସ୍ତ୍ରୀ ପୂଜା । ତାଙ୍କ ଶରୀର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ପ୍ରକାଶ ଯେ, ପୂଜାସନ୍ଧ୍ୟାରେ ଘରେ କାଠ ଚୁଲିରେ ରୋଷେଇ କରୁଥିବା ବେଳେ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ସେ ଜାଣିଲା ସମୟରେ ଶାଢୀରେ ନିଆଁ ବ୍ୟାପିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।

The post ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ… appeared first on Dharitri Odia News.