ରୋହିତ ଭେମୁଲା କେସ୍ ବନ୍ଦ କଲା ପୁଲିସ: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ
ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ୟୁନିଭର୍ସିଟି ପିଏଚ୍ଡି ଛାତ୍ର ରୋହିତ ଭେମୁଲା ଆତ୍ମହତ୍ୟା ଘଟଣାରେ ତଦନ୍ତ ଶେଷ କରି ମାମଲା ବନ୍ଦ କଲା ତେଲେଙ୍ଗାନା ପୁଲିସ୍। ମାମଲାରେ ପୁଲିସ କେସ୍ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଭେମୁଲା ୨୦୨୬ ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲେ। ପୁଲିସର ତଦନ୍ତ ଜଣାପଡ଼ିଛି ଯେ ଭେମୁଲାଙ୍କ ପ୍ରକୃତ ଜାତି ଉଜାଗର ହୋଇଯିବ ଭୟରେ ସେ ଆତ୍ମହତ୍ୟା କରିଛନ୍ତି। କାରଣ ରୋହିତ ଅନୁସୂଚିତ ଜାତି ବର୍ଗର ହୋଇନଥିବା କଥା ଲୁଚାଇଥିଲେ। ପୁଲିସ କ୍ଲୋଜର ରିପୋର୍ଟରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଆପ୍ପା ରାଓ ଏବଂ ବିଜେପି ନେତାମାନେ ଯଥା ତତ୍କାଳୀନ ସିକନ୍ଦରାବାଦ ସାଂସଦ ବନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଏମଏଲସି ଏନ୍ ରାମଚନ୍ଦ୍ର ରାଓ ଏବଂ ଏବିଭିପି ନେତାଙ୍କୁ ଦୋଷ ମୁକ୍ତ କରିଛି।କୋର୍ଟରେ ଦାଖଲ କରିଥିବା କ୍ଲୋଜର ରିପୋର୍ଟରେ ପୁଲିସ କହିଛି ଯେ ରୋହିତ ଭେମୁଲା ଜାଣିଥିଲେ ଯେ ସେ ଅନୁସୂଚିତ ଜାତି ବର୍ଗର ନୁହଁନ୍ତି। ତାଙ୍କ ମାଆ ତାଙ୍କ ପାଇଁ ଏହି ଜାତିଗତ ପ୍ରମାଣପତ୍ର ଠିକ୍ କରିଦେଇଥିଲେ। ଲୋକଙ୍କୁ ସତ ଜଣାପଡ଼ିଲେ ତାଙ୍କ ଶିକ୍ଷା କ୍ୟାରିୟର ନଷ୍ଟ ହୋଇଯିବା ସହ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ସେହି ଭୟରେ ଭେମୁଲା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତେଲେଙ୍ଗାନା ପୁଲିସ ରିପୋର୍ଟରେ କହିଛି। ପଢ଼ନ୍ତୁ-ଅମିତ ଶ
ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ୟୁନିଭର୍ସିଟି ପିଏଚ୍ଡି ଛାତ୍ର ରୋହିତ ଭେମୁଲା ଆତ୍ମହତ୍ୟା ଘଟଣାରେ ତଦନ୍ତ ଶେଷ କରି ମାମଲା ବନ୍ଦ କଲା ତେଲେଙ୍ଗାନା ପୁଲିସ୍। ମାମଲାରେ ପୁଲିସ କେସ୍ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଭେମୁଲା ୨୦୨୬ ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲେ।
ପୁଲିସର ତଦନ୍ତ ଜଣାପଡ଼ିଛି ଯେ ଭେମୁଲାଙ୍କ ପ୍ରକୃତ ଜାତି ଉଜାଗର ହୋଇଯିବ ଭୟରେ ସେ ଆତ୍ମହତ୍ୟା କରିଛନ୍ତି। କାରଣ ରୋହିତ ଅନୁସୂଚିତ ଜାତି ବର୍ଗର ହୋଇନଥିବା କଥା ଲୁଚାଇଥିଲେ। ପୁଲିସ କ୍ଲୋଜର ରିପୋର୍ଟରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଆପ୍ପା ରାଓ ଏବଂ ବିଜେପି ନେତାମାନେ ଯଥା ତତ୍କାଳୀନ ସିକନ୍ଦରାବାଦ ସାଂସଦ ବନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଏମଏଲସି ଏନ୍ ରାମଚନ୍ଦ୍ର ରାଓ ଏବଂ ଏବିଭିପି ନେତାଙ୍କୁ ଦୋଷ ମୁକ୍ତ କରିଛି।
କୋର୍ଟରେ ଦାଖଲ କରିଥିବା କ୍ଲୋଜର ରିପୋର୍ଟରେ ପୁଲିସ କହିଛି ଯେ ରୋହିତ ଭେମୁଲା ଜାଣିଥିଲେ ଯେ ସେ ଅନୁସୂଚିତ ଜାତି ବର୍ଗର ନୁହଁନ୍ତି। ତାଙ୍କ ମାଆ ତାଙ୍କ ପାଇଁ ଏହି ଜାତିଗତ ପ୍ରମାଣପତ୍ର ଠିକ୍ କରିଦେଇଥିଲେ। ଲୋକଙ୍କୁ ସତ ଜଣାପଡ଼ିଲେ ତାଙ୍କ ଶିକ୍ଷା କ୍ୟାରିୟର ନଷ୍ଟ ହୋଇଯିବା ସହ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ସେହି ଭୟରେ ଭେମୁଲା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତେଲେଙ୍ଗାନା ପୁଲିସ ରିପୋର୍ଟରେ କହିଛି।
ପୁଲିସ ଆହୁରି କହିଛି ଯେ ଭେମୁଲାଙ୍କୁ ଏକାଧିକ ମାମଲା ଅଥୟ କରିଦେଇଥିଲା। ସମ୍ଭବତଃ ସେ ଏହାର ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି। ତେବେ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ରୋହିତକୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବାର କୌଣସି ପ୍ରମାଣ ମିଳିଲା ନାହିଁ ବୋଲି ପୁଲିସ କ୍ଲୋଜର ରିପୋର୍ଟରେ ଦର୍ଶାଇଛି। ଅନ୍ୟପଟେ ରୋହିତଙ୍କ ଭାଇ ରାଜା ପୁଲିସ ରିପୋର୍ଟକୁ ଭୁଲ୍ ବୋଲି କହିଛନ୍ତି। ଏଥିସହିତ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହଯୋଗ ନେବେ ବୋଲି କହିଛନ୍ତି।
ରାଜୁ କହିଛନ୍ତି “ ଏହା ସମ୍ପୂର୍ଣ୍ଣ ଭୁଲ୍। ଜଣେ ପୁଲିସ ଅଫିସର ଜଣେ ବ୍ୟକ୍ତିଙ୍କର ଜାତି ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ନାହିଁ। ଆମେ ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀଙ୍କୁ ଭେଟିବୁ। ଆମେ ଅଭିଯୋଗ ଦାଖଲ କରିବୁ।” ଏଥିସହିତ କୋର୍ଟରେ ଆବେଦନ ସମେତ ଅନ୍ୟ ବିକଳ୍ପ ମଧ୍ୟ ଆମ ପାଇଁ ଖୋଲା ରହିଛି ବୋଲି ରାଜା ଭେମୁଲା କହିଛନ୍ତି।