ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ଭାଇରାଲ୍‌ ହେଉଛି ଭିଡିଓ

ଡର୍ବାନ୍‌,୯।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟୀ ହୋଇଛି। ଭାରତୀୟ ଦଳ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଅଛନ୍ତି। ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ ଜିତିଥିଲା। ଏହା ପରେ ରୋହିତ ଅନ୍ତର୍ଜାତୀୟ ଟି-୨୦ରୁ ବିଦାୟ ନେଇଥିଲେ। ରୋହିତ ଶର୍ମାଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ଏହାପୂର୍ବରୁ ସୁର୍ଯ୍ୟକୁମାର […] The post ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ଭାଇରାଲ୍‌ ହେଉଛି ଭିଡିଓ appeared first on Dharitri Odia News.

ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ଭାଇରାଲ୍‌ ହେଉଛି ଭିଡିଓ

ଡର୍ବାନ୍‌,୯।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟୀ ହୋଇଛି। ଭାରତୀୟ ଦଳ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଅଛନ୍ତି। ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ ଜିତିଥିଲା। ଏହା ପରେ ରୋହିତ ଅନ୍ତର୍ଜାତୀୟ ଟି-୨୦ରୁ ବିଦାୟ ନେଇଥିଲେ। ରୋହିତ ଶର୍ମାଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ଏହାପୂର୍ବରୁ ସୁର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ରୋହିତ ଙ୍କ ଅଧିନାୟକତ୍ୱ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୂର୍ଯ୍ୟକୁମାର କହିଛନ୍ତି,ଜଣେ ଅଧିନାୟକ ଭାବରେ ମୁଁ ରୋହିତ ଶର୍ମାଙ୍କଠାରୁ ବହୁତ କିଛି ଶିଖିଛି। ଆଇପିଏଲ ବ୍ୟତୀତ ମୁଁ ତାଙ୍କ ସହ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି। ଏହି ସମୟ ମଧ୍ୟରେ, ମୁଁ ଦେଖିଛି ରୋହିତ ଶର୍ମା କିପରି ବଡ଼ ଟୁର୍ନାମେଣ୍ଟ ଏବଂ ସିରିଜରେ ଅଧିନାୟକତ୍ୱ କରିଛନ୍ତି। ଏହି ସମୟ ମଧ୍ୟରେ ରୋହିତ ଶର୍ମାଙ୍କ ରଣନୀତି କ’ଣ ମୁଁ ବୁଝିଛି। ତେଣୁ, ମୁଁ ଜାଣେ ରୋହିତ ଖେଳାଳିଙ୍କ ପ୍ରତି କିପରି ବ୍ୟବହାର କରନ୍ତି। ସେ ଖେଳାଳିଙ୍କଠାରୁ କ’ଣ ଆଶା କରନ୍ତି। ମୁଁ ରୋହିତ ଶର୍ମାଙ୍କ ରଣନୀତିକୁ ଅଧିନାୟକ ଭାବରେ ନକଲ କରିବାକୁ ଚାହେଁ, କାରଣ ସେ ଜଣେ ଅଧିନାୟକ ଭାବରେ ବହୁତ ସଫଳ ହୋଇଛନ୍ତି।

ସୂର୍ଯ୍ୟକୁମାରଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ସୂର୍ଯ୍ୟକୁମାର ଏବଂ ରୋହିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। ଏହା ବ୍ୟତୀତ ଉଭୟ ଖେଳାଳି ଘରୋଇ ଟୁର୍ନାମେଣ୍ଟରେ ମୁମ୍ବାଇର ପ୍ରତିନିଧିତ୍ୱ କରନ୍ତି। ତେବେ ବର୍ତ୍ତମାନ ସୁର୍ଯ୍ୟକୁମାର ଯାଦବ ରୋହିତ ଶର୍ମାଙ୍କ ସ୍ଥାନରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ପାଇଛନ୍ତି। ତେବେ, ସୂର୍ଯ୍ୟକୁମାର ଯାଦବ ଜଣେ ଅଧିନାୟକ ଭାବରେ କେତେ ସଫଳ ହୋଇପାରିବେ ତାହା ଦେଖିବାକୁ କୌତୁହଳପ୍ରଦ ହେବ।

 

The post ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ଭାଇରାଲ୍‌ ହେଉଛି ଭିଡିଓ appeared first on Dharitri Odia News.