ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ…

ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -୨୦କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯଦିଓ ରୋହିତ ଭଲ ସ୍ମୃତି ସହିତ ଟି -୨୦ କ୍ରିକେଟ କୁ ବିଦାୟ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠିଛି ଯେ ତାଙ୍କ ଅନୁପସ୍ଥିତିରେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍‌ଙ୍କ ଭୂମିକା କିଏ ଲିଭାଇବ? ଭାରତ ପାଇଁ […] The post ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ… appeared first on Dharitri Odia News.

ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ…

ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -୨୦କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯଦିଓ ରୋହିତ ଭଲ ସ୍ମୃତି ସହିତ ଟି -୨୦ କ୍ରିକେଟ କୁ ବିଦାୟ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠିଛି ଯେ ତାଙ୍କ ଅନୁପସ୍ଥିତିରେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍‌ଙ୍କ ଭୂମିକା କିଏ ଲିଭାଇବ? ଭାରତ ପାଇଁ ଓପନର୍‌ ଭାବରେ ୧୨୪ମ୍ୟାଚରେ ରୋହିତ ୩,୭୫୦ରନ ସ୍କୋର କରିଛନ୍ତି। ତେଣୁ ତାଙ୍କ ସ୍ଥାନ ନେବା କୌଣସି ଖେଳାଳିଙ୍କ ପାଇଁ ସହଜ କାମ ହେବ ନାହିଁ। ତେବେ ରୋହିତଙ୍କ ପରେ କିଏ ଓପନିଙ୍ଗ କରିବେ, ସେନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ୫ ଜଣ ଦାବିଦାର ଥିବା କୁହାଯାଉଛି। ୫ ଜଣଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ, ଶୁବମାନ ଗିଲ, ଅଭିଷେକ ଶର୍ମା, କେଏଲ ରାହୁଲ ଏବଂ ଋତୁରାଜ ଗାୟକଓ୍ବାଡ ଅଛନ୍ତି।

The post ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ… appeared first on Dharitri Odia News.