ରୋହିତଙ୍କ ଭାବପ୍ରବଣ ବିଦାୟ : ବିଶ୍ବ ଚାମ୍ପିଅନ ହେବା ପରେ ପିଚ୍ର ମାଟି ଖାଇଲେ ହିଟମ୍ୟାନ୍
ବାର୍ବାଡୋସ : ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶେଷରେ ଦୀର୍ଘ ୧୭ ବର୍ଷ ପରେ ଟି-୨୦ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଆମେରିକା ଓ ୱେଷ୍ଟଇଣ୍ଡିଜ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ର ୯ମ ସଂସ୍କରଣରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟାଇଟଲ ହାସଲ କରିଛି। ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇ ଇତିହାସ ସୃଷ୍ଟି […]

ବାର୍ବାଡୋସ : ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶେଷରେ ଦୀର୍ଘ ୧୭ ବର୍ଷ ପରେ ଟି-୨୦ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଆମେରିକା ଓ ୱେଷ୍ଟଇଣ୍ଡିଜ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ର ୯ମ ସଂସ୍କରଣରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟାଇଟଲ ହାସଲ କରିଛି। ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇ ଇତିହାସ ସୃଷ୍ଟି କରିଥିଲା। ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା।
ଜବାବରେ ଦକ୍ଷିଣ ଆଫ୍ରିକା ଦମ୍ଦାର ଆରମ୍ଭ କରିଥିଲେ ମଧ୍ୟ ଶେଷରେ ୮ ୱିକେଟ ହରାଇ ୧୬୯ ରନରେ ସୀମିତ ରହି ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ତା’ର ବହୁଚର୍ଚ୍ଚିତ ଚୋକର ଆଖ୍ୟାକୁ ହଟାଇ ପାରିନାହିଁ। ଏକଦା ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍ ଚାଲିଯାଇଥିବା ବେଳେ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ ଏବଂ ବାଉଣ୍ଡାରିରେ ସୂର୍ଯ୍ୟ କୁମାରଙ୍କ ଦର୍ଶନୀୟ କ୍ୟାଚ୍ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା।
ବିଶ୍ୱ ଚାମ୍ପିୟନ ଟାଇଟଲ୍ ଜିତିବା ପରେ ସମସ୍ତ ଭାରତୀୟ ଖେଳାଳିଙ୍କ ଆଖିରେ ଖୁସିର ଲୁହ ଦୃଶ୍ୟମାନ ହୋଇଥିଲା । ଏହି ବିଜୟ ସହିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଟି -୨୦ ରୁ ଅବସର ନେଇଛନ୍ତି। ଭାରତ ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ କ୍ୟାପଟେନ ରୋହିତ ଶର୍ମା ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ଆଇସିସି ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭାବପ୍ରବଣ ଭିଡିଓ ମଧ୍ୟ ସେୟାର କରିଛନ୍ତି। ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଏହି ପ୍ରଥମ ଆଇସିସି ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆକୁ ଜିତାଇଛନ୍ତି। ଏହି ମୁହୂର୍ତ୍ତକୁ ସବୁଦିନ ପାଇଁ ମନେ ରଖିବା ପାଇଁ ପିଚ୍ର ମାଟି ଉଠାଇ ଖାଇଥିଲେ। ଯାହାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି କ୍ରିକେଟ ପ୍ରଶଂସକ।
ଆଇସିସି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ, ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଅଧିନାୟକ ରୋହିତ ଶର୍ମା ବାର୍ବାଡୋସ ପିଚରୁ ମାଟି ଉଠାଇ ଏହାକୁ ଖାଇବା ଆରମ୍ଭ କରିଥିଲେ। ଏହାପରେ ସେ ମୁଣ୍ଡିଆ ମାରିଛନ୍ତି। ରୋହିତଙ୍କ ଏହି ନିଆରେ ଅନ୍ଦାଜର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋହିତ ଶର୍ମାଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତ ଭାରତୀୟ ଫ୍ୟାନ୍ସଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ବେଳର ମୁହୂର୍ତ୍ତ ମନେ ପଡିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚ ଶେଷ ହେବା ପରେ ସଚିନ୍ ପିଚକୁ ଯାଇ ପ୍ରଣାମ କରିଥିଲ।
ମ୍ୟାଚ୍ ପରେ କ୍ୟାପଟେନ ରୋହିତ ଭାବପ୍ରବଣ ହୋଇଥିଲେ
ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, ‘ମୁଁ ବର୍ତ୍ତମାନ କହିପାରୁ ନାହିଁ ଯେ ଏହି ସମୟରେ ମୁଁ କିପରି ଅନୁଭବ କରୁଛି। ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ । ରାତିରେ ମତେ ନିଦ ହେବନି। ମୁଁ ଯେକୌଣସି ମୂଲ୍ୟରେ ଜିତିବାକୁ ଚାହୁଁଥିଲି । ଗତ ତିନି-ଚାରି ବର୍ଷ ମଧ୍ୟରେ ଆମେ କେତେ ପରିଶ୍ରମ କରିଛୁ ତାହା କହିବା କଷ୍ଟକର । ଏହା କେବଳ ଆଜିର ବିଷୟ ନୁହେଁ, ଏହା ପଛରେ ତିନି-ଚାରି ବର୍ଷର କଠିନ ପରିଶ୍ରମ ରହିଛି। ‘ ରୋହିତ ଶର୍ମା କହିଛନ୍ତି, ‘ଆମେ ଅନେକ ଚାପ ପୂର୍ଣ୍ଣ ମ୍ୟାଚରେ ଜିତିଛୁ। ଖେଳାଳିମାନେ ଚାପରେ କଣ କରିବେ ଜାଣନ୍ତି ଏବଂ ଆଜି ଏହାର ଏକ ପ୍ରକୃଷ୍ଟ ଉଦାହରଣ ।