ରୋହିତଙ୍କ ସହ ରୁମ ଶେୟାର କରିବା ବେଳେ ଗର୍ଲଫ୍ରେଣ୍ଡଙ୍କୁ ହୋଟେଲ ଆଣୁଥିଲେ ଶିଖର ଧୱନ
ଭାରତ ପାଇଁ ଧୱନ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-୨୦ ଖେଳିଛନ୍ତି। ଦିନିଆରେ ୬୭୯୩ ରନ କରିଥିବା ଧୱନ ୧୭ଟି ଶତକ ଓ ୩୯ଟି ୫୦ ମାରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ବ୍ୟାଟରୁ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।
ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଶିଖର ଧୱନ ସବୁବେଳେ ସଚ୍ଚୋଟ ବ୍ୟକ୍ତିତ୍ୱର ପରିଚୟ ଦେଇ ଆସିଛି। ସେ ସବୁବେଳେ ଜୀବନକୁ ଉପଭୋଗ କରିବାକୁ ଭଲ ପାଆନ୍ତି। ପଡ଼ିଆ ଭିତରେ ହେଉ କି ପଡ଼ିଆ ବାହାରେ, ସେ ସବୁବେଳେ ହସ ମଜାରେ ଜୀବନ ଅତିବାହିତ କରିଥାଆନ୍ତି।
ଭାରତୀୟ ଟିମର ଏହି ପୂର୍ବତନ ଓପନର ଏବେ ନିଜ ସମ୍ପର୍କରେ ଗୋଟିଏ ସାଂଘାତିକ ଘଟଣାର ଖୁଲାସା କରିଛନ୍ତି। ୨୦୦୬ ମସିହାର ଗୋଟିଏ ଘଟଣା ସେ ସମସ୍ତଙ୍କୁ ଜଣାଇଛନ୍ତି। ଭାରତୀୟ ଏ ଟିମ ଅଷ୍ଟ୍ରେଲିଆ ଗସ୍ତ ସମୟର କଥାକୁ ମନେ ପକାଇ ଧୱନ ଖୁଲାସା କରିଛନ୍ତି ଯେ ସେଠାରେ ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ସେ ତାଙ୍କୁ ନିଜ ହୋଟେଲ ରୁମକୁ ଗୁପ୍ତ ଭାବେ ଆଣୁଥିଲେ। ଏହି ଟୁର ବେଳେ ଧୱନ ଟିମ ଇଣ୍ଡିଆର ଦିନିକିଆ ଅଧିନାୟକ ରୋହିତ ଶର୍ମାଙ୍କ ସହ ରୁମ ଶେୟାର କରୁଥିଲେ।
ଧୱନ ନିଜର ଗର୍ଲଫ୍ରେଣ୍ଡଙ୍କୁ ଗୁପ୍ତ ଭାବେ ହୋଟେଲ ରୁମକୁ ଆଣୁଥିବା ବେଳେ ରୋହିତଙ୍କ ପ୍ରତିକ୍ରିୟା କ’ଣ ଥିଲା, ତା’ର ମଧ୍ୟ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲୀୟ ଯୁବତୀଙ୍କ ସହ ଧୱନଙ୍କ ପ୍ରେମ ସମ୍ପର୍କ ଟିମରେ ପୂରା ଭାଇରାଲ ବି ହୋଇଥିଲା।
ଧୱନ ନିଜର ଅଟୋବାୟୋଗ୍ରାଫିରେ କହିଛନ୍ତି, “ସେ(ଯୁବତୀ) ବହୁତ ସୁନ୍ଦର ଥିଲେ। ହଠାତ୍ ତାଙ୍କ ସହ ମୋର ପୁଣି ଭଲ ପାଇବା ହୋଇଯାଇଥିଲା। ମୁଁ ଭାବି ନେଇଥିଲି ଯେ ସେ କେବଳ ମୋ ପାଇଁ ଓ ମୁଁ ତାଙ୍କୁ ବାହା ହେବି। ମୁଁ ଟୁରର ଆରମ୍ଭ ଅର୍ଦ୍ଧଶତକରୁ ଆରମ୍ଭ କରିଥିଲି। ମୋର ଗସ୍ତ ବେଶ ଚମତ୍କାର ରହିଥିଲା। ପ୍ରତିଟି ମ୍ୟାଚ୍ ପରେ ମୁଁ ତାଙ୍କୁ ଦେଖା କରିବାକୁ ଯାଉଥିଲି।
ଏହାପରେ ମୁଁ ତାଙ୍କୁ ହୋଟେଲ ରୁମକୁ ଆଣିବା ଆରମ୍ଭ କରିଥିଲି। ରୋହିତ ଶର୍ମାଙ୍କ ସହ ମୁଁ ସେତେବେଳେ ରୁମ ଶେୟାର କରିଥିଲି। ସେ ଏବେ ଓ ସେତେବେଳେ ମୋ ଆଗରେ ଅଭିଯୋଗ କରୁଥିଲେ। କ’ଣ ତୁମେ ମୋତେ ଶୋଇବାକୁ ଦେବନି ବୋଲି ପ୍ରଶ୍ନ କରୁଥିଲେ।
ଗୋଟିଏ ସନ୍ଧ୍ୟାରେ ମୁଁ ମୋ ଗର୍ଲଫ୍ରେଣ୍ଡ ସହ ଡିନର ପାଇଁ ଯାଇଥିଲି। ଏହି ସମୟରେ ମୋ ସହ ତାଙ୍କର ଉପସ୍ଥିତି ଟିମ ଭିତରେ ନିଆଁ ଭଳି ବ୍ୟାପି ସାରିଥିଲା। ଆମେ ହାତ ଧରାଧରି ହୋଇ ହୋଟେଲ ଲବିରେ ଚାଲୁଥିବା ବେଳେ ଆମ ସହ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଜଣେ ଜାତୀୟ ଚୟନକର୍ତ୍ତାଙ୍କ ନଜର ପଡ଼ି ଯାଇଥିଲା। ତାଙ୍କୁ ଦେଖି ମଧ୍ୟ ଆମେ ପରସ୍ପରର ହାତ ଛାଡ଼ି ନଥିଲୁ। କାରଣ ମୁଁ ଜାଣିଥିଲି ଯେ ଆମେ କୌଣସି ଅପରାଧ କରୁ ନାହୁଁ। ଅଷ୍ଟ୍ରେଲିଆ ଟୁରରେ ଯଦି ମୁଁ ସ୍ଥିର ପ୍ରଦର୍ଶନ କରିଥାଆନ୍ତି, ତା’ହେଲେ ଜାତୀୟ ଟିମରେ ମୋର ଚୟନ ସୁନିଶ୍ଚିତ ଥିଲା। କିନ୍ତୁ ମୁଁ ପ୍ରଦର୍ଶନ ସେତେଟା ସେତେବେଳେ ଭଲ ନଥିଲା।”
ଭାରତ ପାଇଁ ଧୱନ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-୨୦ ଖେଳିଛନ୍ତି। ଦିନିଆରେ ୬୭୯୩ ରନ କରିଥିବା ଧୱନ ୧୭ଟି ଶତକ ଓ ୩୯ଟି ୫୦ ମାରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ବ୍ୟାଟରୁ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।