ରୟାଲ ଏନଫିଲ୍ଡ ବୁଲେଟ ୩୫୦ ବାଇକ୍‌ରେ ୩,୦୦୦ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କଲା କମ୍ପାନୀ

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ଏହାର ଆଇକନିକ ୩୫୦ ରେଞ୍ଜ ବୁଲେଟ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ୨୦୨୫ ପାଇଁ ବିଭିନ୍ନ ଭାରିଆଣ୍ଟ ଲାଇନଅପ୍‌ରେ ନୂଆ ମୂଲ୍ୟ ଲାଗୁ ହୋଇଛି। ଦର ବୃଦ୍ଧି ପରେ ବର୍ତ୍ତମାନ  ବୁଲେଟ ଦାମ ୧.୭୫ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇ ୨.୧୮ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ହୋଇଛି। ଭାରିଆଣ୍ଟ ଅନୁସାରେ ମୂଲ୍ୟ ବୃଦ୍ଧି କରାଯାଇଛି। କମ୍ପାନୀ ସବୁଠାରୁ କମ୍‌ ମୂଲ୍ୟରେ ନୂଆ ବାଟାଲିୟନ ବ୍ଲାକ୍ ଟ୍ରିମ୍ ମୋଟରସାଇକେଲ ବିକ୍ରି କରିବ। ୩୫୦ ସେଗ୍‌ମେଣ୍ଟରେ ବାଟାଲିଅନ ବ୍ଲାକ୍‌ର ଏକ୍ସ ଶୋର ରୁମ ମୂଲ୍ୟ ୧.୭୫ ଲକ୍ଷ ରଖାଯାଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଡିଜାଇନ୍ କରାଯାଇଥିବା ଏହି ଗାଡ଼ିଟି ସମ୍ପୂର୍ଣ୍ଣ କଳା ରଙ୍ଗର ବଡି, ହାତରେ ତିଆରି ସୁନା ରଙ୍ଗର ପିନଷ୍ଟ୍ରିପ୍ସ, ରେଟ୍ରୋ ଟେଲଲାଇଟ୍, ସ୍କୁପ୍ଡ୍ ସିଙ୍ଗଲ୍ ସିଟ୍ ଏବଂ ରିୟର ଡ୍ରମ୍ ବ୍ରେକ୍ ଫିଚର୍ସ ରହିଛି। ଯାହା ବୁଲେଟକୁ କ୍ଲାସିକ୍ ଲୁକ୍ ଦେଇଥାଏ। ଏହା ପୂର୍ବରୁ କମ୍ପାନୀର ମିଲିଟାଇର ଭ୍ୟାରିଏଣ୍ଟ ସବୁଠାରୁ ଶସ୍ତା ବୁଲେଟ୍ ଥିଲା। ହେଲେ ବର୍ତ୍ତମାନ ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧.୭୬ ଲକ୍ଷକୁ ବୃଦ୍ଧି କରାଯାଇଛି। ଦୁଇଟି କଲର ଅପସନ ଲାଲ ଓ କଳା ରଙ୍ଗର ଏହି ମୋଟରସାଇକେଲ ଖୁବ୍ ଆକର୍ଷଣୀୟ। କଳା ଏବଂ ମରୁନ୍ ରଙ୍ଗରେ ଉପଲବ୍ଧ ଷ୍ଟାଣ୍ଡାର୍ଡ ଭାରିଆଣ୍ଟର ମୂଲ୍ୟ ୩,୦୦୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା (ଏକ୍ସ-

ରୟାଲ ଏନଫିଲ୍ଡ ବୁଲେଟ ୩୫୦ ବାଇକ୍‌ରେ ୩,୦୦୦ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କଲା କମ୍ପାନୀ

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ଏହାର ଆଇକନିକ ୩୫୦ ରେଞ୍ଜ ବୁଲେଟ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ୨୦୨୫ ପାଇଁ ବିଭିନ୍ନ ଭାରିଆଣ୍ଟ ଲାଇନଅପ୍‌ରେ ନୂଆ ମୂଲ୍ୟ ଲାଗୁ ହୋଇଛି। ଦର ବୃଦ୍ଧି ପରେ ବର୍ତ୍ତମାନ  ବୁଲେଟ ଦାମ ୧.୭୫ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇ ୨.୧୮ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ହୋଇଛି। ଭାରିଆଣ୍ଟ ଅନୁସାରେ ମୂଲ୍ୟ ବୃଦ୍ଧି କରାଯାଇଛି। କମ୍ପାନୀ ସବୁଠାରୁ କମ୍‌ ମୂଲ୍ୟରେ ନୂଆ ବାଟାଲିୟନ ବ୍ଲାକ୍ ଟ୍ରିମ୍ ମୋଟରସାଇକେଲ ବିକ୍ରି କରିବ। 

୩୫୦ ସେଗ୍‌ମେଣ୍ଟରେ ବାଟାଲିଅନ ବ୍ଲାକ୍‌ର ଏକ୍ସ ଶୋର ରୁମ ମୂଲ୍ୟ ୧.୭୫ ଲକ୍ଷ ରଖାଯାଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଡିଜାଇନ୍ କରାଯାଇଥିବା ଏହି ଗାଡ଼ିଟି ସମ୍ପୂର୍ଣ୍ଣ କଳା ରଙ୍ଗର ବଡି, ହାତରେ ତିଆରି ସୁନା ରଙ୍ଗର ପିନଷ୍ଟ୍ରିପ୍ସ, ରେଟ୍ରୋ ଟେଲଲାଇଟ୍, ସ୍କୁପ୍ଡ୍ ସିଙ୍ଗଲ୍ ସିଟ୍ ଏବଂ ରିୟର ଡ୍ରମ୍ ବ୍ରେକ୍ ଫିଚର୍ସ ରହିଛି। ଯାହା ବୁଲେଟକୁ କ୍ଲାସିକ୍ ଲୁକ୍ ଦେଇଥାଏ। 

ଏହା ପୂର୍ବରୁ କମ୍ପାନୀର ମିଲିଟାଇର ଭ୍ୟାରିଏଣ୍ଟ ସବୁଠାରୁ ଶସ୍ତା ବୁଲେଟ୍ ଥିଲା। ହେଲେ ବର୍ତ୍ତମାନ ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧.୭୬ ଲକ୍ଷକୁ ବୃଦ୍ଧି କରାଯାଇଛି। ଦୁଇଟି କଲର ଅପସନ ଲାଲ ଓ କଳା ରଙ୍ଗର ଏହି ମୋଟରସାଇକେଲ ଖୁବ୍ ଆକର୍ଷଣୀୟ। କଳା ଏବଂ ମରୁନ୍ ରଙ୍ଗରେ ଉପଲବ୍ଧ ଷ୍ଟାଣ୍ଡାର୍ଡ ଭାରିଆଣ୍ଟର ମୂଲ୍ୟ ୩,୦୦୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରଖାଯାଇଛି। ଲାଇନଅପ୍‌ର ଶୀର୍ଷରେ ବ୍ଲାକ୍ ଗୋଲ୍ଡ ସଂସ୍କରଣ ରହିଛି। ଏହା ଏବେ ୨.୧୮ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରେ ବିକ୍ରି ହେଉଛି। ଏଥିରେ ୨ ହଜାର ଟଙ୍କା ବଢ଼ିଛି। ତେବେ ମିଲିଟାରୀ ସିଲଭର ଭାରିଆଣ୍ଟକୁ କମ୍ପାନୀ ବନ୍ଦ କରି ଦେଇଛି।

କମ୍ପାନୀ ମୂଲ୍ୟ ଏବଂ ଭାରିଆଣ୍ଟ ଷ୍ଟ୍ରକ୍‌ଚରରେ ଅପଡେଟ୍ କରିଥିବା ବେଳେ, ବୁଲେଟ୍ ୩୫୦ ମଡେଲ୍‌ ବିଶେଷ କିଛି ପରିବର୍ତ୍ତନ କରାଯାଇ ନାହିଁ। ବାଇକ୍‌ଗୁଡ଼ିକ ୩୪୯ସିସି, ସିଙ୍ଗଲ୍-ସିଲିଣ୍ଡର, ଏୟାର-କୁଲ୍ଡ ଜେ-ସିରିଜ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ ହେଉଛି। ଏହି ମୋଟର ୬,୧୦୦rpm ରେ ୨୦.୨bhp ଏବଂ ୪,୦୦୦rpm ରେ ୨୭Nm ଟର୍କ ଉତ୍ପାଦନ କରେ। ସବୁଥିରେ 5-ସ୍ପିଡ୍ ଗିଅରବକ୍ସ ରହିଛି।