ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପଚାରିଲେ-ମାସିକ ଆୟ କେତେ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ‘ସଶକ୍ତ ନାରୀ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇଂଷ୍ଟିଟ୍ୟୁଟ୍ ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ‘ଲକ୍ଷପତି ଦିଦି’ ମହିଳା ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନମୋ ଦିଦିମାନଙ୍କୁ ୧ ହଜାର ଡ୍ରୋନ ଆବଣ୍ଟିତ କରିଛନ୍ତି। ସାରା ଦେଶର ୧୦ ଅଲଗା ଅଲଗା ସ୍ଥାନରୁ ନମୋ ଡ୍ରୋନ ଦିଦିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ କୃଷି ଡ୍ରୋନ ସଞ୍ଚାଳନ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେହି ‘ଲକ୍ଷପତି ଦିଦି’ମାନଙ୍କୁ ସମ୍ମାନୀତ ମଧ୍ୟ କରିଛନ୍ତି ଯେଉଁମାନେ ଦିନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିସନ ସହାୟତାରେ ସଫଳତା ପ୍ରାପ୍ତ କରିଛନ୍ତି ଓ ଅନ୍ୟ ସ୍ୱୟଂ ସହାୟତା ସମୂହର ସଦସ୍ୟଙ୍କ ଉତ୍ଥାନ ନିମନ୍ତେ ସହାୟକ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି ଯେ ମହିଳା ସଶକ୍ତିକରଣ ଦୃଷ୍ଚିରୁ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ମୋତେ ନମୋ ଡ୍ରୋନ ଦିଦି ଅଭିଯାନରେ ୧ ହଜାର ଆଧୁନିକ ଡ୍ରୋନ ମହିଳାଙ୍କ ସ୍ୱୟଂସହାୟକ ଗୋଷ୍ଠୀକୁ ବିତରଣ କରିବାର

ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପଚାରିଲେ-ମାସିକ ଆୟ କେତେ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ‘ସଶକ୍ତ ନାରୀ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇଂଷ୍ଟିଟ୍ୟୁଟ୍ ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ‘ଲକ୍ଷପତି ଦିଦି’ ମହିଳା ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନମୋ ଦିଦିମାନଙ୍କୁ ୧ ହଜାର ଡ୍ରୋନ ଆବଣ୍ଟିତ କରିଛନ୍ତି। 

ସାରା ଦେଶର ୧୦ ଅଲଗା ଅଲଗା ସ୍ଥାନରୁ ନମୋ ଡ୍ରୋନ ଦିଦିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ କୃଷି ଡ୍ରୋନ ସଞ୍ଚାଳନ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେହି ‘ଲକ୍ଷପତି ଦିଦି’ମାନଙ୍କୁ ସମ୍ମାନୀତ ମଧ୍ୟ କରିଛନ୍ତି ଯେଉଁମାନେ ଦିନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିସନ ସହାୟତାରେ ସଫଳତା ପ୍ରାପ୍ତ କରିଛନ୍ତି ଓ ଅନ୍ୟ ସ୍ୱୟଂ ସହାୟତା ସମୂହର ସଦସ୍ୟଙ୍କ ଉତ୍ଥାନ ନିମନ୍ତେ ସହାୟକ ହୋଇଛନ୍ତି। 

ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି ଯେ ମହିଳା ସଶକ୍ତିକରଣ ଦୃଷ୍ଚିରୁ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ମୋତେ ନମୋ ଡ୍ରୋନ ଦିଦି ଅଭିଯାନରେ ୧ ହଜାର ଆଧୁନିକ ଡ୍ରୋନ ମହିଳାଙ୍କ ସ୍ୱୟଂସହାୟକ ଗୋଷ୍ଠୀକୁ ବିତରଣ କରିବାର ଅବସର ମିଳିଛି। ସାରା ଦେଶରେ ୧ କୋଟିରୁ ଅଧିକ ଭଉଣୀ ଗତ ଦିନରେ ଅଲଗା ଅଲଗା ଯୋଜନା ଓ ପ୍ରୟାସରେ ଲକ୍ଷପତି ଦିଦି ବନି ପାରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଚାହୁଁଛି ଦେଶରେ ୩ କୋଟିରୁ ବି ଅଧିକ ମହିଳା ଲକ୍ଷପତି ଦିଦି ହୁଅନ୍ତୁ। 


ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟତା ସମୂହଙ୍କୁ ୧୦ ହଜାର କୋଟି ଟଙ୍କା ମଧ୍ୟ ଆବଣ୍ଟିତ କରିଛନ୍ତି। ଏହି ରାଶି ସବସିଡିରେ କମ ସୁଧରେ ବ୍ୟାଙ୍କ ଲିଙ୍କେଜ୍ କ୍ୟାମ୍ପ ଓ ପୁଞ୍ଜିକରଣ ସହାୟତା ରୂପେ ସରକାରଙ୍କ ଦ୍ୱାରା ସ୍ୱୟଂ ସହାୟଗ ସମୂହଙ୍କୁ ଦିଆଯାଇଛି। ଦେଶର ୧୫ ହଜାର ସ୍ୱୟଂ ସହାୟକ ସମୂହକୁ ଡ୍ରୋନ ଦେବାକୁ ସରକାର ଯୋଜନା କରିଛନ୍ତି। ଯାହା ଦ୍ୱାରା ମହିଳାମାନେ ଗ୍ରାମାଞ୍ଚଳରେ ଫସଲ ସମୀକ୍ଷା, କୀଟନାଶକ ସିଞ୍ଚନ ଓ ବିହନ ରୋପଣ କରିପାରିବେ। 


କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ତ୍ରିପୁରାର ଜନୈକା ହିତାଧିକାରୀ ମହିଳା (ଯିଏ ମୁଦ୍ରାଲୋନ କରାଇବାରେ ସହାୟତା କରନ୍ତି) ତାଙ୍କୁ ପ୍ରଶଂସା କରି ମୋବାଇଲ ବ୍ୟାଙ୍କ ବୋଲି କହିଛନ୍ତି। କଥା କଥାରେ ପ୍ରଧାନମନ୍ତ୍ରୀ ମାସରେ ସେ କେତେ ଆୟ କରିପାରନ୍ତି ବୋଲି ପଚାରିବାରେ ଏହାର ଜବାବରେ ଅଣିମା ଦାସ ଗ୍ରାମରେ ରହି ମାସକୁ ସହଜରେ ୧୫ ହଜାର ଟଙ୍କା ଆୟ କରିପାରୁଥିବା କହିଛନ୍ତି।