ଲକ୍ଷ୍ନୌ ବନାମ ବାଙ୍ଗାଲୋର ମ୍ୟାଚ କିଏ ଜିତିବ? AI କଲା ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ୭୦ତମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ମଙ୍ଗଳବାର, ମେ’୨୭ରେ ଖେଳାଯାଉଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ(LSG) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ମଧ୍ୟରେ ଏହି ମ୍ୟାଚ୍ର ଫଳାଫଳ ଆସିବା ପରେ ଆଇପିଏଲ୍ ପ୍ଲେଅଫର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହେବ। ଏବେ କେବଳ କ୍ୱାଲତିଫାୟାର ୧ ଏବଂ ଏଲିମିନେଟରର ଗୋଟିଏ ଗୋଟିଏ ଟିମ୍ର ନାମ ସ୍ଥିର ହୋଇଛି। ଏସବୁ ମଧ୍ୟରେ ଏଆଇ ମ୍ୟାଚ୍ର ସମ୍ଭାବିତ ବିଜେତାଙ୍କୁ ନେଇ ଭବିଷ୍ୟବାଣୀ କରିଛି। ହ୍ବାଟ୍ସଆପ୍ର Meta AI […] The post ଲକ୍ଷ୍ନୌ ବନାମ ବାଙ୍ଗାଲୋର ମ୍ୟାଚ କିଏ ଜିତିବ? AI କଲା ବଡ଼ ଭବିଷ୍ୟବାଣୀ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ୭୦ତମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ମଙ୍ଗଳବାର, ମେ’୨୭ରେ ଖେଳାଯାଉଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ(LSG) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ମଧ୍ୟରେ ଏହି ମ୍ୟାଚ୍ର ଫଳାଫଳ ଆସିବା ପରେ ଆଇପିଏଲ୍ ପ୍ଲେଅଫର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହେବ। ଏବେ କେବଳ କ୍ୱାଲତିଫାୟାର ୧ ଏବଂ ଏଲିମିନେଟରର ଗୋଟିଏ ଗୋଟିଏ ଟିମ୍ର ନାମ ସ୍ଥିର ହୋଇଛି। ଏସବୁ ମଧ୍ୟରେ ଏଆଇ ମ୍ୟାଚ୍ର ସମ୍ଭାବିତ ବିଜେତାଙ୍କୁ ନେଇ ଭବିଷ୍ୟବାଣୀ କରିଛି।
ହ୍ବାଟ୍ସଆପ୍ର Meta AI ମୁତାବକ, ଲକ୍ଷ୍ନୌ-ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି। ଉଭୟ ଟିମ୍ର ପ୍ରଦର୍ଶନକୁ ଦେଖି ଏହା କହିବା ମୁସ୍କିଲ ଯେ କିଏ ଜିତିବ, ହେଲେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମକୁ ଫଳାଫଳ ନେଇ ଅନୁମାନ କରିବାରେ ସହାୟତା କରିପାରେ।
ଦଳର ପ୍ରଦର୍ଶନ,ପିଚ୍ରେ ପ୍ରଦର୍ଶନକୁ ଦେଖିଲେ ବାଙ୍ଗାଲୋର ଟିମ୍ ମଜଭୂତ ନଜର ଆସୁଛି। ସମସ୍ତ ଖେଳାଳୀ ଫର୍ମରେ ଅଛନ୍ତି। ହେଲେ ଘରୋଇ ମଇଦାନରେ ଲକ୍ଷ୍ନୌ ଭଲ ପ୍ରଦର୍ଶନ କରିପାରେ।
Chatgpt ଅନୁଯାୟୀ, ପୂର୍ବାନୁମାନ ଏବଂ ଟିମ୍ର ପ୍ରଦର୍ଶନ ଆଧାରରେ ବାଙ୍ଗାଲୋର ଏହି ମୁକାବିଲାରେ ଆଗରେ ରହିଛି। ଏଣୁ ଦଳ ମ୍ୟାଚ୍ ଜିତିଯାଇପାରେ।
ଆଇପିଏଲ୍ ୨୦୨୫ରେ ଆର୍ସିବି ଭଲ ଫର୍ମରେ ଅଛି। ସନରାଇଜର୍ସ ହାଇଦ୍ରାବାଦଠାରୁ ହାରିବା ପୂର୍ବରୁ ଦଳ ୬ରୁ ୬ ମ୍ୟାଚ୍ରେ ଜିତିଥିଲା। ଏହି ମ୍ୟାଚ୍ରେ ବିଜେତା ହେଲେ ଦଳ ଟପ୍ ୨ ସ୍ଥାନରେ ପହଞ୍ଚିଯିବ। ଏହାଦ୍ୱାରା କ୍ୱାଲିଫାୟାର ୧ରେ ଦଳର ସ୍ଥାନ ପକ୍କା ହୋଇଯିବ।
The post ଲକ୍ଷ୍ନୌ ବନାମ ବାଙ୍ଗାଲୋର ମ୍ୟାଚ କିଏ ଜିତିବ? AI କଲା ବଡ଼ ଭବିଷ୍ୟବାଣୀ appeared first on Dharitri Odia News.