ଲକ୍ଷ୍ନୌ ବୋଲରଙ୍କ ଶାଣିତ ବୋଲିଂ, ୧୪୪ ରନରେ ଅଟକିଲା ମୁମ୍ବାଇ ଇଣ୍ଡିଆନ୍ସ
ଲକ୍ଷ୍ନୌ: ଏଠାରେ ଇକାନା ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍ର ୪୮ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟ ଓ ମୁମ୍ବାଇ ଇଣ୍ଡିଆନ୍ସ। ଲକ୍ଷ୍ନୌ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୭ ଓ୍ଵିକେଟ୍ ହରାଇ ୧୪୪ ରନରେ ସୀମିତ ରହିଛି। ଦଳ ପକ୍ଷରୁ ନେହଲ ଓ୍ଵଧେରା ୪୬ ରନ ଓ ଇଶାନ କିଶନ ୩୨ ରନ କରିଛନ୍ତି। ତେବେ ଟିମ୍ ଡେଭିଡ୍ ୧୮ ବଲ୍ରୁ ୩୫ ରନର ଦ୍ରୁତ ଇନିଂସ ଫଳରେ ମୁମ୍ବାଇ ଏହି ସ୍କୋରରେ ପହଞ୍ଚି ପାରିଛି। ବୋଲିଂରେ ଲକ୍ଷ୍ନୌ ପକ୍ଷରୁ ମୋହସିନ ଖାନ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି। ଘରୋଇ ମଇଦାନରେ ଲକ୍ଷ୍ନୌ ସମ୍ମୁଖରେ ୧୪୫ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଆଜିର ମୁକାବିଲା ମୁମ୍ବାଇ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଯଦି ଦଳ ହାରେ ତେବେ ପ୍ଲେ ଅଫ୍ ଆଶା ମଉଳି ଯିବ।