ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା

ହାଇଦ୍ରାବାଦ୍‌,୯।୫:ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରଥମେ ଖେଳି ଲକ୍ଷ୍ନୌ ମାତ୍ର ୧୬୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୧୦ ଓଭର ମଧ୍ୟରେ କୌଣସି ଉଇକେଟ ନ ହରାଇ ମ୍ୟାଚ ଜିତିଥିଲା। ମ୍ୟାଚ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜୀବ ଗୋଏଙ୍କା ରାଗରେ ଅଧିନାୟକ କେ.ଏଲ ରାହୁଲଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ […] The post ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା appeared first on Dharitri Odia News.

ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା

ହାଇଦ୍ରାବାଦ୍‌,୯।୫:ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରଥମେ ଖେଳି ଲକ୍ଷ୍ନୌ ମାତ୍ର ୧୬୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୧୦ ଓଭର ମଧ୍ୟରେ କୌଣସି ଉଇକେଟ ନ ହରାଇ ମ୍ୟାଚ ଜିତିଥିଲା। ମ୍ୟାଚ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜୀବ ଗୋଏଙ୍କା ରାଗରେ ଅଧିନାୟକ କେ.ଏଲ ରାହୁଲଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ସଞ୍ଜୀବ ଗୋଏଙ୍କାର ଏହି ଆଚରଣରେ କେ.ଏଲ ରାହୁଲଙ୍କ ପ୍ରଶଂସକମାନେ ବହୁତ ରାଗିଛନ୍ତି। ଏପରିକି ସେମାନେ ରାହୁଲଙ୍କୁ ଲକ୍ଷ୍ନୌ ଦଳ ଛାଡିବାକୁ ପରାମର୍ଶ ଦେଉଛନ୍ତି। ସମସ୍ତ କ୍ରିକେଟ ପ୍ରଶଂସକ ସଞ୍ଜୀବ ଗୋଏଙ୍କାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏହି ଘଟଣା ପରେ ରାହୁଲ ଲକ୍ଷ୍ନୌ ସାଥ୍‌ ଛାଡିବେ ବୋଲି ଚର୍ଚ୍ଚା ହେଉଛି।

The post ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା appeared first on Dharitri Odia News.