ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ୪ ଲକ୍ଷ ଟଙ୍କା ଜବତ, ଦୁଇ ଅଟକ
ଜଳେଶ୍ବର : ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଚଢଉ କରି ୪ ଲକ୍ଷ ଟଙ୍କା ଜବତ କରିଛି ସ୍ବତନ୍ତ୍ର ପୋଲିସ ଟିମ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ସୀମାନ୍ତରେ ପୋଲିସର କଡାକଡି ଚେକିଂ ଚାଲିଥିବା ବେଳେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଏକ ଗାଡିକୁ ପୋଲିସ ଚେକିଂ କରିଥିଲା । ଗାଡି ଭିତରୁ ନଗଦ ୪ ଲକ୍ଷ ଟଙ୍କା ବାହାରିବା ପରେ ଟଙ୍କା କୁଆଡେ ଯାଉଥିଲା ବୋଲି ପଚାରିବା ସହ ଆବଶ୍ଯକୀୟ […] The post ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ୪ ଲକ୍ଷ ଟଙ୍କା ଜବତ, ଦୁଇ ଅଟକ appeared first on KNews Odisha.

ଜଳେଶ୍ବର : ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଚଢଉ କରି ୪ ଲକ୍ଷ ଟଙ୍କା ଜବତ କରିଛି ସ୍ବତନ୍ତ୍ର ପୋଲିସ ଟିମ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ସୀମାନ୍ତରେ ପୋଲିସର କଡାକଡି ଚେକିଂ ଚାଲିଥିବା ବେଳେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଏକ ଗାଡିକୁ ପୋଲିସ ଚେକିଂ କରିଥିଲା ।
ଗାଡି ଭିତରୁ ନଗଦ ୪ ଲକ୍ଷ ଟଙ୍କା ବାହାରିବା ପରେ ଟଙ୍କା କୁଆଡେ ଯାଉଥିଲା ବୋଲି ପଚାରିବା ସହ ଆବଶ୍ଯକୀୟ କାଗଜପତ୍ର ଦେଖାଇବା ପାଇଁ କହିଥିଲେ ପୋଲିସ ଟିମ୍ । ମାତ୍ର ଗାଡିରେ ଥିବା ଲୋକମାନେ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ । ଯାହା ଫଳରେ ଗାଡିକୁ ଥାନାକୁ ନେଇ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।
The post ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ୪ ଲକ୍ଷ ଟଙ୍କା ଜବତ, ଦୁଇ ଅଟକ appeared first on KNews Odisha.