ଲକ୍ଷ୍ମୀ ବସ୍- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର
ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ କାର ଓ ବସ୍ରେ ଥିବା ପ୍ରାୟ ୧୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସାରେ ଗୁରାପଲ୍ଲୀରୁ କହ୍ନେଇପୁର, ବିକ୍ରମପୁର ଦେଇ ଖଲ୍ଲିକୋଟ ଅଭିମୁଖେ ଏକ […] The post ଲକ୍ଷ୍ମୀ ବସ୍- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର appeared first on Dharitri Odia News.
ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ କାର ଓ ବସ୍ରେ ଥିବା ପ୍ରାୟ ୧୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସାରେ ଗୁରାପଲ୍ଲୀରୁ କହ୍ନେଇପୁର, ବିକ୍ରମପୁର ଦେଇ ଖଲ୍ଲିକୋଟ ଅଭିମୁଖେ ଏକ ଲକ୍ଷ୍ମୀ ବସ୍ ଆସୁଥିଲା। କହ୍ନେଇପୁର ଛାଡି ବସ୍ଟି ଖଲ୍ଲିକୋଟ ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥରୁ କୈରାଶି ଅଭିମୁଖେ ଯାଉଥିବା ଏକ କାର ସହ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ କାର ଚାଳକ କୈରାଶି ଗ୍ରାମର ଅଶୋକ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା।
କାରରେ ଥିବା ୫ ଯାତ୍ରୀଙ୍କ ସମେତ ବସରେ ଥିବା ଯାତ୍ରୀଙ୍କୁ ମିଶାଇ ମୋଟ ୧୫ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ କାର ଚାଳକ ଅଶୋକ କାର ଭିତରେ ଚାପି ହୋଇ ରହିଥିଲେ। ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ କରି ଗ୍ୟାସ କଟରରେ କାଟି ଅଶୋକଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କ ମଧ୍ୟରେ କୈରାଶି ଗ୍ରାମର ଅଜିତ ଦାସ, ଭାଇଗ ସ୍ବାଇଁ, ମୁକେଶ କୁମାର ପାଳ, ବିକାଶ ପଣ୍ଡା, ମହେନ୍ଦ୍ର ପ୍ରଧାନ, ମଣ୍ଟୁ ମହାପାତ୍ର ରହିଛନ୍ତି।
The post ଲକ୍ଷ୍ମୀ ବସ୍- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର appeared first on Dharitri Odia News.