ଲକ୍ଷ୍ମୀ ବସ୍ ବଦଳରେ ମୁଖ୍ୟମନ୍ତ୍ରୀ ନାଁରେ ଗଡିବ ବସ୍ !
ଭୁବନେଶ୍ବର:ବସ ଚାଲିବ,ହେଲେ ବଦଳିବନ ନାଁ। ଖୁବ୍ ଶୀଘ୍ର ରାଜ୍ୟ ସରକାର ନେବେ ନିଷ୍ପତ୍ତି । ଲକ୍ଷ୍ମୀବସ୍ ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ନାଁରେ ଏହା ଚାଲିପାରେ। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଲକ୍ଷ୍ମୀବସ୍ର ନାମ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍ ରଖାଯିବ । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ବିଶେଷତଃ ମହିଳା ମାନଙ୍କ ପାଇଁ ନିର୍ବାଚନ ପୁର୍ବରୁ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଞ୍ଚାୟତ ଓ ବ୍ଲକକୁ ସହର […] The post ଲକ୍ଷ୍ମୀ ବସ୍ ବଦଳରେ ମୁଖ୍ୟମନ୍ତ୍ରୀ ନାଁରେ ଗଡିବ ବସ୍ ! appeared first on Odisha.News.

ଭୁବନେଶ୍ବର:ବସ ଚାଲିବ,ହେଲେ ବଦଳିବନ ନାଁ। ଖୁବ୍ ଶୀଘ୍ର ରାଜ୍ୟ ସରକାର ନେବେ ନିଷ୍ପତ୍ତି । ଲକ୍ଷ୍ମୀବସ୍ ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ନାଁରେ ଏହା ଚାଲିପାରେ। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଲକ୍ଷ୍ମୀବସ୍ର ନାମ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍ ରଖାଯିବ ।
ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ବିଶେଷତଃ ମହିଳା ମାନଙ୍କ ପାଇଁ ନିର୍ବାଚନ ପୁର୍ବରୁ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଞ୍ଚାୟତ ଓ ବ୍ଲକକୁ ସହର ସହିତ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।ଲକ୍ଷ୍ମୀ ବସ୍ ବନ୍ଦ ନେଇ ଗୁଜବ ବି ଆରମ୍ଭ ହୋଇଥିଲା।ଏପରିକି ନୂଆ ସରକାର ଆସୁ ଆସୁ ଲକ୍ଷ୍ମୀ ବସରୁ ଷ୍ଟିକରବି ଉଠିଗଲା।ହେଲେ ଏହି ଷ୍ଟିକର ଖୋଲିଲା କିଏ ଓ କାହିଁକି? ପରଦା ପଛରୁ ହଟିନି ରହସ୍ୟ।ବର୍ତ୍ତମାନକୁ ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଛିତ କେଉଁଠି ବସରେ ଯାତ୍ରୀ ନଥିବା ଦେଖିବାକୁ ମିଳିଛି।ଏଭଳି ଅବସ୍ଥାରେ ଲକ୍ଷ୍ମୀ ବସକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏଥିରେ ଏକ ପ୍ରକାର ପୁର୍ଣ୍ଣଛେଦ ପଡିଛି। ବସ ସେବା ଅବ୍ୟାହତ ରହିବ କିନ୍ତୂ ଲକ୍ଷ୍ମୀ ନାଁ ପରିବର୍ତ୍ତନ ହୋଇ ମୁଖ୍ୟମନ୍ତ୍ରୀ ବସ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।ତେବେ ଏହି ବସରେ ଯାତ୍ରାକୁ ନେଇ ଲିଙ୍ଗଭେଦ ନେଇ ଉଠୁଥିବା ଅଭିଯୋଗକୁ ନେଇ ସରକାର କ’ଣ ଚିନ୍ତା କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମହିଳାଙ୍କ ଯାତ୍ରା ପାଇଁ କେବଳ ୫ ଟଙ୍କା ଦେବାକୁ ପଡୁଥିବା ବେଳେ ପୁରୁଷ ଯାତ୍ରୀ ମାନଙ୍କୁ ପୁରା ପଇସା ଗଣିବାକୁ ପଡୁଛି।ଏହି ଲିଙ୍ଗଭେଦ ତାରତମ୍ୟ ଉପରେ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ବସର ଭବିଷ୍ୟତ ନିର୍ଭର କରୁଛି।
The post ଲକ୍ଷ୍ମୀ ବସ୍ ବଦଳରେ ମୁଖ୍ୟମନ୍ତ୍ରୀ ନାଁରେ ଗଡିବ ବସ୍ ! appeared first on Odisha.News.