ଲକ୍ଷ୍ମୀପୁର ପଞ୍ଚାୟତରେ ବିକାଶ ବାହନ ସଚେତନତା
ଲକ୍ଷ୍ମୀପୁର ୨୧/୦୬ ରାଜ୍ୟ ସରକାରଙ୍କ ଶାସନର ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ସଚେତନ ବାର୍ତ୍ତା ବାଣ୍ଟି ବୁଲୁଥିବା ବିକାଶ ବାହନ ଶେଷ ଦିନରେ ଆଜି ଲକ୍ଷ୍ମୀପୁର ସଦର ପଞ୍ଚାୟତ ରେ ପହଞ୍ଚିଛି।ଏନେଇ ବିକାଶ ବାହନକୁ ସ୍ୱାଗତ କରିବା ସହ ପୂଜାର୍ଚନା କରାଯାଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ ସଭାରେ ଓଡିଶା ଜୀବିକା ମିଶନ ବିପିଏମଓ ଟୁନା ଖଟେଇ,ସଂଯୋଜକ ପ୍ରକାଶ ସେଠୀ,ନାୟବ୍ ସରପଞ୍ଚ […] The post ଲକ୍ଷ୍ମୀପୁର ପଞ୍ଚାୟତରେ ବିକାଶ ବାହନ ସଚେତନତା appeared first on Odisha.News.

ଲକ୍ଷ୍ମୀପୁର ୨୧/୦୬
ରାଜ୍ୟ ସରକାରଙ୍କ ଶାସନର ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ସଚେତନ ବାର୍ତ୍ତା ବାଣ୍ଟି ବୁଲୁଥିବା ବିକାଶ ବାହନ ଶେଷ ଦିନରେ ଆଜି ଲକ୍ଷ୍ମୀପୁର ସଦର ପଞ୍ଚାୟତ ରେ ପହଞ୍ଚିଛି।ଏନେଇ ବିକାଶ ବାହନକୁ ସ୍ୱାଗତ କରିବା ସହ ପୂଜାର୍ଚନା କରାଯାଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ ସଭାରେ ଓଡିଶା ଜୀବିକା ମିଶନ ବିପିଏମଓ ଟୁନା ଖଟେଇ,ସଂଯୋଜକ ପ୍ରକାଶ ସେଠୀ,ନାୟବ୍ ସରପଞ୍ଚ ପ୍ରଭାସିନୀ ମାଣ୍ଡିଙ୍ଗା, ଆବାସ ଯୋଜନା ଅଧିକାରୀ ଜନାର୍ଦ୍ଧନ ଚୌଧୁରୀ, ଯୋଗାଣ ଅଧିକାରୀ ଆଦିତ୍ୟ ବିଶ୍ୱ ପ୍ରକାଶ ନାୟକ,ଦାମଦର ଖଣ୍ଡ ପାଣି ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବିଷୟରେ ଲୋକଙ୍କୁ ବୁଝାଇଥିଲେ।ଏହି କ୍ଷେତ୍ର ରେ ୫୦ ଜଣ ଙ୍କୁ ଜବ କାର୍ଡ,୧୦ ଜଣଙ୍କୁ ଅନ୍ତର୍ଦେୟ କାର୍ଯ୍ୟାଦେଶ,୪ ଜଣଙ୍କୁ ରାସନ କାର୍ଡ,୨୦ ଜଣଙ୍କୁ ଆୟୁଷ୍ମାନ କାର୍ଡ ଓ ୪ ଜଣଙ୍କୁ ଲେବର କାର୍ଡ ବଣ୍ଟନ କରାଯାଇଥିବା ବେଳେ ବନ ବିଭାଗ ତରଫରୁ ଏକ ସହ ଚାରା ରୋପଣ କରାଯାଇଥିଲା।ଏହି ବିକାଶ ବାହନ ପଞ୍ଚାୟତର ସମସ୍ତ ଗାଁ ବୁଲି ବୁଲି ସରକାରଙ୍କ ପ୍ରତ୍ୟେକ ଜନ ହିତକର ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବ ବୋଲି ସରପଞ୍ଚ ସୂଚନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ସାହୁ ପରିଚାଳନା କରିଥିବା ବେଳେ ଏଡିଓ ରତ୍ନାଲୁ ଗଣେଶ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।ଏଥିରେ ବନ ବିଭାଗ କର୍ମଚାରୀ,ଅଙ୍ଗନବାଡି କର୍ମୀ,କୃଷି ମିତ୍ର,ପ୍ରାଣୀ ମିତ୍ର ଏମ୍ ବିକେ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଓ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
The post ଲକ୍ଷ୍ମୀପୁର ପଞ୍ଚାୟତରେ ବିକାଶ ବାହନ ସଚେତନତା appeared first on Odisha.News.