ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା

ଲକ୍ଷ୍ମୀପୁର ୦୨/୦୨ …ଲକ୍ଷ୍ମୀପୁର ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ରେ ସରସ୍ବତୀ ପୂଜା ଧୂମଧାମ ରେ ପାଳନ କରାଯାଇଛି। ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତୋରଣ ଦ୍ୱାରା ସଜ୍ଜିତ କରାଯାଇଥିବା ବେଳେ ବ୍ରାହ୍ମଣ ପୁରହିତ ଦ୍ୱାରା ପୂଜାର୍ଚନା କରାଯାଇ ସରସ୍ବତୀ ଙ୍କୁ ଆହ୍ୱାନ କରାଯାଇଥିଲା।ସରସ୍ବତୀ ଙ୍କୁ ଆହ୍ୱାନ କରିବା ସମୟରେ ହୋମଯଜ୍ଞ କରାଯାଇଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।ଛାତ୍ର ଛାତ୍ରୀ ମାନେ ନୁଆଁ ପୋଷାକ ପରିଧାନ […] The post ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା appeared first on Odisha.News.

ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା

ଲକ୍ଷ୍ମୀପୁର ୦୨/୦୨ …ଲକ୍ଷ୍ମୀପୁର ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ରେ ସରସ୍ବତୀ ପୂଜା ଧୂମଧାମ ରେ ପାଳନ କରାଯାଇଛି। ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତୋରଣ ଦ୍ୱାରା ସଜ୍ଜିତ କରାଯାଇଥିବା ବେଳେ ବ୍ରାହ୍ମଣ ପୁରହିତ ଦ୍ୱାରା ପୂଜାର୍ଚନା କରାଯାଇ ସରସ୍ବତୀ ଙ୍କୁ ଆହ୍ୱାନ କରାଯାଇଥିଲା।ସରସ୍ବତୀ ଙ୍କୁ ଆହ୍ୱାନ କରିବା ସମୟରେ ହୋମଯଜ୍ଞ କରାଯାଇଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।ଛାତ୍ର ଛାତ୍ରୀ ମାନେ ନୁଆଁ ପୋଷାକ ପରିଧାନ କରି ଧୂପ ଦୀପ,ନଡ଼ିଆ କଦଳୀ ଭଳି ଅନେକ ଫଳ ପୁଷ୍ପ ଧରି ବିଦ୍ୟାଳୟ ରେ ପହଂଚି ବିଦ୍ୟାଦାତ୍ରୀ ସରସ୍ବତୀ ଙ୍କ ପୂଜା କରିଥିଲେ। ସରସ୍ବତୀ ପୂଜା ଭଳି ପବିତ୍ର ଦିନରେ ଅନେକ ଛୋଟ ଛୋଟ କୁନି ଛୁଆ ମାନଙ୍କୁ ସେମାନଙ୍କ ଅଭିଭାବକ ମାନେ ବିଦ୍ୟାଳୟ ରେ ଆଣି ଖଡ଼ି ଛୁଆଇଁ ବିଦ୍ୟା ଆରମ୍ଭ କରିଥିଲେ।ବ୍ଳକ ସଦର ମହକୁମା ସମେତ ଗ୍ରାମାଞ୍ଚଳ ର ବିଦ୍ୟାଳୟ ମାନଙ୍କ ରେ ମଧ୍ୟ ସରସ୍ବତୀ ପୂଜା ଧୁମ ଧାମ ରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।ଲକ୍ଷ୍ମୀପୁର ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ସାଙ୍ଗନା ହାଇ ସ୍କୁଲ, ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ, ସରକାରୀ ୟୁପି ସ୍କୁଲ ସମେତ ବ୍ଳକ ର ଅନେକ ଶିକ୍ଷା ନୁଷ୍ଠାନ ରେ ସରସ୍ବତୀ ପୂଜା ପାଳିତ ହୋଇଯାଇଛି।

The post ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା appeared first on Odisha.News.