ଲକ୍ଷ୍ମୀପୁର ରେ ଜାତୀୟ ମତଦାନ ଦିବସ ପାଳିତ
ଲକ୍ଷ୍ମୀପୁର ୨୫/୦୧ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ଯୁବ ରେଡକ୍ରସ ୟୁନିଟ୍ ଓ ରେଡ୍ ରିବନ କ୍ଲବ ତରଫରୁ ପନ୍ଦର ତମ ଜାତୀୟ ମତଦାନ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ମତଦାନର ମହତ୍ବ ସମ୍ଭନ୍ଧରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇ ଥିଲେ। ସେହିପରି ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଏକ ଉନ୍ନତ ରାଷ୍ଟ୍ର ଗଠନ କରିବାକୁ ହେଲେ ଯୋଗ୍ଯ ମତଦାତା ଶତପ୍ରତିଶତ […] The post ଲକ୍ଷ୍ମୀପୁର ରେ ଜାତୀୟ ମତଦାନ ଦିବସ ପାଳିତ appeared first on Odisha.News.

ଲକ୍ଷ୍ମୀପୁର ୨୫/୦୧ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ଯୁବ ରେଡକ୍ରସ ୟୁନିଟ୍ ଓ ରେଡ୍ ରିବନ କ୍ଲବ ତରଫରୁ ପନ୍ଦର ତମ ଜାତୀୟ ମତଦାନ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ମତଦାନର ମହତ୍ବ ସମ୍ଭନ୍ଧରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇ ଥିଲେ। ସେହିପରି ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଏକ ଉନ୍ନତ ରାଷ୍ଟ୍ର ଗଠନ କରିବାକୁ ହେଲେ ଯୋଗ୍ଯ ମତଦାତା ଶତପ୍ରତିଶତ ମତଦାନ କରିବା ଆବଶ୍ୟକ ବୋଲି ସୂଚାଇଥିଲେ। ଯାଇଛି।ମତଦାନ ଦିବସ ଉପଲକ୍ଷେ ସରକାରଙ୍କ “ନିଶା ମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ସମ୍ପର୍କିତ ଏକ ରଚନା ଓ ବକ୍ତୃତା ପ୍ରତିଯୋଗିତା ମଧ୍ଯ ଆୟୋଜନ କରାଯାଇଥିଲା ପରେ ଛାତ୍ରଛାତ୍ରୀଙ୍କ ଏକ ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା।କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ଯଶୋବନ୍ତ ଗରଡା ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ, ଉଦୟ ଭାନୁ ପଣ୍ଡା, ଯାଜ୍ଞସେନୀ କନ୍ଧପାନ, ଅଙ୍କିତା ୱାଡେକା , ସଙ୍ଗୀତା ନାଗ ଓ ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ସନ୍ତୋଷିନୀ ଦାସ ତଥା ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ, ରମାକାନ୍ତ ଖରା, ବବଲୂ ବେନିଆ ଏବଂ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଓ ଅନ୍ଯାନ୍ଯ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହା ସହ ମତଦାନ ଦିବସ ଉପଲକ୍ଷେ ଓ ନିଶା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ଏକ ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା।
The post ଲକ୍ଷ୍ମୀପୁର ରେ ଜାତୀୟ ମତଦାନ ଦିବସ ପାଳିତ appeared first on Odisha.News.