ଲକ୍ଷ୍ମୀପୁର ରେ ରଥ ଯାତ୍ରା
ଲକ୍ଷ୍ମୀପୁର. ୨୭/୦୬ … ଲକ୍ଷ୍ମୀପୁର ଠାରେ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଜାଇଛି।ଲକ୍ଷ୍ମୀପୁର ଠାରେ ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ରଥଯାତ୍ରା ଆଜି ୩୮ ବର୍ଷରେ ପଦାର୍ପଣ କରିଛି। ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଦେଢ କିଲୋମିଟର ଦୁର ମାଉସିମା ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।ସାଢେ ଗୋଟାଏ ରେ ରଥ ପ୍ରତିଷ୍ଠା ସହ ଦୁଇଟା ବେଳେ ଠାକୁରଙ୍କ ନିତିକାନ୍ତି ସମ୍ପନ୍ନ ହୋଇଥିଲା।ଅପରାହ୍ନ ସାଢେ ଦୁଇଟା ବେଳେ ପୁଜା […] The post ଲକ୍ଷ୍ମୀପୁର ରେ ରଥ ଯାତ୍ରା appeared first on Odisha.News.

ଲକ୍ଷ୍ମୀପୁର. ୨୭/୦୬ …
ଲକ୍ଷ୍ମୀପୁର ଠାରେ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଜାଇଛି।ଲକ୍ଷ୍ମୀପୁର ଠାରେ ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ରଥଯାତ୍ରା ଆଜି ୩୮ ବର୍ଷରେ ପଦାର୍ପଣ କରିଛି। ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଦେଢ କିଲୋମିଟର ଦୁର ମାଉସିମା ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।ସାଢେ ଗୋଟାଏ ରେ ରଥ ପ୍ରତିଷ୍ଠା ସହ ଦୁଇଟା ବେଳେ ଠାକୁରଙ୍କ ନିତିକାନ୍ତି ସମ୍ପନ୍ନ ହୋଇଥିଲା।ଅପରାହ୍ନ ସାଢେ ଦୁଇଟା ବେଳେ ପୁଜା ପଣ୍ଡା ଓ ସେବାୟତଙ୍କ ଦ୍ଵାରା ପହଣ୍ଡି କାର୍ଯ୍ୟ ଆରମ୍ଭ କରି ତିନି ଠାକୁରଙ୍କୁ ରଥରେ ବିଜେ କରାଜାଇଥିଲା। ୩ଟା ୪୫ ରେ ତହସିଲଦାର ରାଜା ଭାବେ ନୈବେଦ୍ୟ ଭୋଇ ପହଞ୍ଚି ଛେରା ପହରା କରିବା ପରେ ଚାରିଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା।
ଏହି ଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା।ରାସ୍ତାକଡରେ ପଡିଥିବା ଭଳିକି ଭଳି ଖେଳଣା ଓ ମିଷ୍ଠାନ ଦୋକାନ ଗୁଡିକରେ ମଧ୍ୟ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।ଲକ୍ଷ୍ମୀପୁର ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିବା ବେଳେ ଏସଡିପିଓ ବିରଞ୍ଚି ନାରାୟଣ ଜଗତ ସମେତ ଆଇଆଇସି ସୁଜ୍ଞାନୀ ସାହୁ, ଏସ ଆଇ ମାନସ ପ୍ରଧାନ, କିନ୍ତାଲୁ ରମେଶ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ଲକ୍ଷ୍ମୀପୁର ରେ ରଥ ଯାତ୍ରା appeared first on Odisha.News.