ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୯ତମ ଜୟନ୍ତୀ ପାଳନ
ଲକ୍ଷ୍ମୀପୁର ୨୪/୧୧.. ଲକ୍ଷ୍ମୀପୁର ର ପୁରୁଣା ମେଡିକାଲ କଲୋନୀ ପରିସର ରେ ଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ବାବାଙ୍କର ୯୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳୁ ସକାଳୁ ପ୍ରଭାତଫେରୀ ନଗରକିର୍ତନ,ସାଇଗାୟତ୍ରୀ, ଅଷ୍ଟୋତରି ,ବେଦପାଠ,ଅଭିଷେକ କରାଯିବା ପରେ ଅପରାହ୍ନରେ ପ୍ରସାଦ ସେବନ ସହ ନାରାୟଣ ସେବା କରାଯାଇଥିଲା।ସଂଧ୍ୟାରେ ୯୯ ଟି ଦ୍ବିପ ଦାନ ସହ ସଂଧ୍ୟା ଆଳତି,ଭଜନ କିର୍ତନ କରାଯାଇ ରାତିରେ କେକ୍ କଟାଯାଇ ବାବାଙ୍କର ଜନ୍ମଦିନ ପାଳନ କରାଯାଇଥିଲା।ସତ୍ୟସାଇ ବାବାଙ୍କ ଭାବଧାରା ଉପରେ […] The post ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୯ତମ ଜୟନ୍ତୀ ପାଳନ appeared first on Odisha.News.

ଲକ୍ଷ୍ମୀପୁର ୨୪/୧୧..
ଲକ୍ଷ୍ମୀପୁର ର ପୁରୁଣା ମେଡିକାଲ କଲୋନୀ ପରିସର ରେ ଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ବାବାଙ୍କର ୯୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳୁ ସକାଳୁ ପ୍ରଭାତଫେରୀ ନଗରକିର୍ତନ,ସାଇଗାୟତ୍ରୀ, ଅଷ୍ଟୋତରି ,ବେଦପାଠ,ଅଭିଷେକ କରାଯିବା ପରେ ଅପରାହ୍ନରେ ପ୍ରସାଦ ସେବନ ସହ ନାରାୟଣ ସେବା କରାଯାଇଥିଲା।ସଂଧ୍ୟାରେ ୯୯ ଟି ଦ୍ବିପ ଦାନ ସହ ସଂଧ୍ୟା ଆଳତି,ଭଜନ କିର୍ତନ କରାଯାଇ ରାତିରେ କେକ୍ କଟାଯାଇ ବାବାଙ୍କର ଜନ୍ମଦିନ ପାଳନ କରାଯାଇଥିଲା।ସତ୍ୟସାଇ ବାବାଙ୍କ ଭାବଧାରା ଉପରେ ଆଲୋଚନା କରାଯିବା ପରେ ଡ.ଦେବାସ ଚନ୍ଦ୍ର ବେହେରା ପ୍ରବଚନ ଦେଇଥିଲେ। ଏଥିରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଙ୍କ ସମେତ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇଥିଲେ।ରାତିରେ ମଧ୍ୟ ଶତାଧିକ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।କାର୍ଯ୍ୟକ୍ରମ କୁ ହୃଶିକେଷ ସାହୁ,ଦେବେନ୍ଦ୍ର ନାଥ ସାହୁ, ଭି. ନାଗାରଜୁ, ନାରାୟଣ ମାଝୀ,ଏକଲବ୍ୟ ଚଉଧୁରୀ ଙ୍କ ସହ ଲକ୍ଷ୍ମୀପୁର ସତ୍ୟସାଇ ସେବା ଭଜନ ମଣ୍ଡଳିର ସଦସ୍ୟ ମାନେ ଉପସ୍ଥିତ ରହି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିବା ବେଳେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।
The post ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୯ତମ ଜୟନ୍ତୀ ପାଳନ appeared first on Odisha.News.