ଲକ୍ଷ୍ମୀବସ୍ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ
ଟିଟିଲାଗଡ଼, ୪।୨(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ଲକ୍ଷ୍ମୀବସ୍ ଯୋଜନା ଆରମ୍ଭ ନ ହେଉଣୁ ନିଯୁକ୍ତି ନେଇ ଟଙ୍କା ଅସୁଲି ଚର୍ଚ୍ଚାର ବିଷୟ ହୋଇଛି। ଲକ୍ଷ୍ମୀବସ୍ରେ କଣ୍ଡକ୍ଟର ପଦରେ ନିଯୁକ୍ତି ନେଇ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାୟଗଡା ଜିଲା ଗୁଣପୁର ଏନଏସିର ସରୋଜ ଲିମା ଏବଂ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ବେଣୁଗୋପାଳ ବେହେରା। ସେମାନଙ୍କଠାରୁ ଏକ କାର୍, ମୋବାଇଲ, ସିମ ଓ ରେଜିଷ୍ଟର ଜବତ କରାଯାଇଛି। ଏ ନେଇ […] The post ଲକ୍ଷ୍ମୀବସ୍ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ଟିଟିଲାଗଡ଼, ୪।୨(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ଲକ୍ଷ୍ମୀବସ୍ ଯୋଜନା ଆରମ୍ଭ ନ ହେଉଣୁ ନିଯୁକ୍ତି ନେଇ ଟଙ୍କା ଅସୁଲି ଚର୍ଚ୍ଚାର ବିଷୟ ହୋଇଛି। ଲକ୍ଷ୍ମୀବସ୍ରେ କଣ୍ଡକ୍ଟର ପଦରେ ନିଯୁକ୍ତି ନେଇ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାୟଗଡା ଜିଲା ଗୁଣପୁର ଏନଏସିର ସରୋଜ ଲିମା ଏବଂ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ବେଣୁଗୋପାଳ ବେହେରା। ସେମାନଙ୍କଠାରୁ ଏକ କାର୍, ମୋବାଇଲ, ସିମ ଓ ରେଜିଷ୍ଟର ଜବତ କରାଯାଇଛି। ଏ ନେଇ ରବିବାର ସନ୍ଧ୍ୟାରେ ଟିଟିଲାଗଡ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି।
ଏସ୍ଡିପିଓ କୁମ୍ଭାରଙ୍କ ସୂଚନା ଅନୁସାରେ ବଲାଙ୍ଗୀର ଓଏସ୍ଆରଟିସି ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ ରଞ୍ଜନ ମିଶ୍ର ଜିଲାରେ ଲକ୍ଷ୍ମୀ ବସ୍ରେ କଣ୍ଡକ୍ଟର ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଟଙ୍କା ମଗାଯାଉଥିବା ନେଇ ଟିଟିଲାଗଡ ଥାନାରେ ଗତ ୧ତାରିଖରେ ଅଭିଯୋଗ କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଏସ୍ଡିପିଓ କୁମ୍ଭାର, ଥାନା ଆଇଆଇସି ସାହୁ, ଏସଆଇ କେ.କେ. ଜାନୀ, ଏଏସଆଇ ଏସ.ସାହୁ, ବି.ଡି.ଭୋଇ, ଟି.ଭୁମିଆଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା।
ତଦନ୍ତରୁ ଅଭିଯୁକ୍ତ ସରୋଜ ଲିମା ନିଜକୁ ସଞ୍ଜୟ ନାୟକ ଭାବେ ନିଜ ପରିଚୟ ଦେଇ କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ରମେଶ ବେହେରାଙ୍କ ସହାୟତାରେ ଆଶାୟୀଙ୍କ ପିଛା ୨୫ହଜାର ଟଙ୍କା ଏବଂ କାଗଜାତ ଦାଖଲ କରିବାକୁ କହିଥିଲେ। ଗତ ୩୧ ତାରିଖରେ ସରୋଜ ବଲାଙ୍ଗୀର ସହରର ଜଗର୍ସ ପାର୍କକୁ ନିଯୁକ୍ତି ଆଶାୟୀଙ୍କୁ ଜଣ ପିଛା ୨୫ ହଜାର ଟଙ୍କା ଧରି ଆସିବାକୁ କହିଥିଲେ। ତେବେ କେତେକ ଗଣମାଧ୍ୟମ ପ୍ରତିନିଧି ଜଗର୍ସ ପାର୍କରେ ଏଭଳି ଭିଡ ନେଇ ପ୍ରଶ୍ନ ପଚାରିବା ସହ ନିଯୁକ୍ତି ଆଶାୟୀ ଭିଡିଓ ଚିତ୍ର ଉତ୍ତୋଳନ କରିବାରୁ ସରୋଜ ସେଠାରୁ ଖସି ପଳାଇଥିଲେ। ଗିରଫ ୨ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠଇ ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍ଡିପିଓ କୁମ୍ଭାର କହିଛନ୍ତି।
The post ଲକ୍ଷ୍ମୀବସ୍ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.