ଲଖନପୁର ବ୍ଲକ ଟପ୍ପର ଛାତ୍ରୀ କ୍ରିଷ୍ଣା ପଧାନଙ୍କୁ ସମ୍ବର୍ଦ୍ଧନା ଭବିଷ୍ୟତରେ ଜଣେ ଆଇଏଏସ ହେବାପାଇଁ ଲକ୍ଷ୍ୟ
ଲଖନପୁର ବ୍ଲକ ଟପ୍ପର ଛାତ୍ରୀ କ୍ରିଷ୍ଣା ପଧାନଙ୍କୁ ସମ୍ବର୍ଦ୍ଧନା ଭବିଷ୍ୟତରେ ଜଣେ ଆଇଏଏସ ହେବାପାଇଁ ଲକ୍ଷ୍ୟ ଝାରସୁଗୁଡ଼ା ୩/୫ (ଓଡ଼ିଶା ନ୍ୟୁଜ) ୨୦୨୪/୨୫ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଏଥିରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣ ଛାତ୍ରୀଙ୍କ ମଧ୍ୟରେ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ଦେବକୀ ଦେବୀ ବାଳିକା ହାଇସ୍କୁଲର ଛାତ୍ରୀ କ୍ରୀଷ୍ଣା ପଧାନ ମୋଟ ୬୦୦ ରୁ ସର୍ବାଧିକ ୫୫୦ ନମ୍ବର ରଖି […] The post ଲଖନପୁର ବ୍ଲକ ଟପ୍ପର ଛାତ୍ରୀ କ୍ରିଷ୍ଣା ପଧାନଙ୍କୁ ସମ୍ବର୍ଦ୍ଧନା ଭବିଷ୍ୟତରେ ଜଣେ ଆଇଏଏସ ହେବାପାଇଁ ଲକ୍ଷ୍ୟ appeared first on Odisha.News.

ଲଖନପୁର ବ୍ଲକ ଟପ୍ପର ଛାତ୍ରୀ କ୍ରିଷ୍ଣା ପଧାନଙ୍କୁ ସମ୍ବର୍ଦ୍ଧନା
ଭବିଷ୍ୟତରେ ଜଣେ ଆଇଏଏସ ହେବାପାଇଁ ଲକ୍ଷ୍ୟ
ଝାରସୁଗୁଡ଼ା ୩/୫ (ଓଡ଼ିଶା ନ୍ୟୁଜ) ୨୦୨୪/୨୫ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଏଥିରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣ ଛାତ୍ରୀଙ୍କ ମଧ୍ୟରେ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ଦେବକୀ ଦେବୀ ବାଳିକା ହାଇସ୍କୁଲର ଛାତ୍ରୀ କ୍ରୀଷ୍ଣା ପଧାନ ମୋଟ ୬୦୦ ରୁ ସର୍ବାଧିକ ୫୫୦ ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ବାଦୀମାଲ ପଞ୍ଚାୟତ ବଡ଼ଧରା ସରକାରୀ ହାଇସ୍କୁଲର ଛାତ୍ରୀ ତୁଳସୀ ପଧାନ ୫୪୩ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରି ବ୍ଲକ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ଅଞ୍ଚଳବାସୀ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଉଭୟ କୃତୀ ଛାତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଏହି ପରିପେକ୍ଷିରେ ଆଜି ଦେବକୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରା ଯାଇଥିଲା । ଉକ୍ତ ସଭାରେ ବରିଷ୍ଠ ଶିକ୍ଷାବିଦ ଗିରିଶ ବିଶ୍ୱାଳ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଦୟାକର ପଧାନ ମୁଖ୍ୟବକ୍ତା ଏବଂ ପଡ଼ୋଶୀ ହେମଗିର ବ୍ଲକ କେନ୍ଦୁଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମ କୁମାର ପଧାନ,ବରିଷ୍ଠ ସଦସ୍ୟ ବ୍ରହ୍ମାନନ୍ଦ ବେହେରା, ପ୍ରସନ୍ନ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ପ୍ରଥମେ ବିଦ୍ୟା ଦାୟିନୀ ମା ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଦାମ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ସହ ସଭାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ଵାଳ, ମୁଖ୍ୟବକ୍ତା ଶ୍ରୀ ପଧାନ ଙ୍କ ସହ ଅନ୍ୟାନ୍ୟ ଅତିଥି ଗଣ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତୀ ଅର୍ଜନ କରିଥିବା ଛାତ୍ରୀ କ୍ରିଷ୍ଣା ପଧାନଙ୍କୁ ପୁଷ୍ପଗୁଚ୍ଛ ଓ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ସତ ମାର୍ଗ ଦର୍ଶନ କରିଥିଲେ । ଏଥିସହ ଛାତ୍ରୀ କ୍ରୀଷ୍ଣାଙ୍କ ବାପା ଗୋଲାପ ଚନ୍ଦ୍ର ପଧାନ ଓ ମା ବିଳାସିନୀ ପଧାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଭବିଷ୍ୟତରେ ଜଣେ ଦକ୍ଷ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା କ୍ରୀଷ୍ଣା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଦେବକୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦଲାଲ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ କନକଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଙ୍କ ସହ ସହକାରୀ ଶିକ୍ଷକ ବାବୁଲାଲ ବିଶ୍ଵାଳ, ସହକାରୀ ଶିକ୍ଷୟିତ୍ରୀ ହୀରାମିନି ପଧାନ, କନକଲତା ସାହୁ, ନିରୂପମା ମିଶ୍ର, ସବିତା ପାଢ଼ୀ, ଭୁବନେଶ୍ଵରୀ ମାଝୀ ଏବଂ କର୍ମଚାରୀ ଶୈଳେନ୍ଦ୍ରୀ ବେହେରା, ସେବକରାମ ବଂଜାରା ଓ ପବିତ୍ର ଭୋଇ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।
The post ଲଖନପୁର ବ୍ଲକ ଟପ୍ପର ଛାତ୍ରୀ କ୍ରିଷ୍ଣା ପଧାନଙ୍କୁ ସମ୍ବର୍ଦ୍ଧନା ଭବିଷ୍ୟତରେ ଜଣେ ଆଇଏଏସ ହେବାପାଇଁ ଲକ୍ଷ୍ୟ appeared first on Odisha.News.