ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି, ଗଛ ଉପୁଡି ରାସ୍ତା ଅବରୋଧ
ଗୋପାଳପୁର : ଗତ ଦୁଇଦିନ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ବିକ୍ଷିପ୍ତ ବର୍ଷା ହୋଇଥିବା ବେଳେ ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପରିଲିକ୍ଷିତ ହୋଇଥିଲା। ଗୋପାଳପୁରରେ ବିକ୍ଷିପ୍ତ ବର୍ଷା ଯୋଗୁଁ ଓ୍ବାର୍ଡ ନଂ ୧ ଓ ୨ ର ତଳିଆ ଅଞ୍ଚଳର ମେଫେୟାର ରୋଡ କଡ଼ ସାହି ଓ ସତ୍ୟ ସାହି ବାବା ସାହିରେ ବର୍ଷା ଜଳ ଜମିବା ସହ ଘର ମଧ୍ୟରେ ପସି ଯାଇଥିଲା। ଏହା ନେଇ ସାହି ବାସିନ୍ଦାଙ୍କ […]

ଗୋପାଳପୁର : ଗତ ଦୁଇଦିନ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ବିକ୍ଷିପ୍ତ ବର୍ଷା ହୋଇଥିବା ବେଳେ ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପରିଲିକ୍ଷିତ ହୋଇଥିଲା। ଗୋପାଳପୁରରେ ବିକ୍ଷିପ୍ତ ବର୍ଷା ଯୋଗୁଁ ଓ୍ବାର୍ଡ ନଂ ୧ ଓ ୨ ର ତଳିଆ ଅଞ୍ଚଳର ମେଫେୟାର ରୋଡ କଡ଼ ସାହି ଓ ସତ୍ୟ ସାହି ବାବା ସାହିରେ ବର୍ଷା ଜଳ ଜମିବା ସହ ଘର ମଧ୍ୟରେ ପସି ଯାଇଥିଲା। ଏହା ନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏନଏସି ପକ୍ଷରୁ ଉଭୟ ସ୍ଥାନରେ ତୁରନ୍ତ କର୍ମଚାରୀମାନେ ପମ୍ପ ନେଇ ଉଭୟ ସ୍ଥାନରେ ପହଞ୍ଚି ଜମି ରହିଥିବା ବର୍ଷା ଜଳକୁ ନିଷ୍କାସନ କରିଥିଲେ। ସେହିପରି ଆଜି ସକାଳ ୯ ଟା ବେଳେ ବସଷ୍ଟାଣ୍ଡ ରାସ୍ତାରେ ଥିବା ଏକ ବିରାଟ ଗଛ ହଠାତ ଉପୁଡ଼ି ପଡି ରାସ୍ତା ଅବରୋଧ କରିଥିଲା। ଖବର ପାଇ ଘଟଣାସ୍ଥଳରେ ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ ପହଞ୍ଚି ଅଗ୍ନିଶମ ବିଭାଗକୁ ଅବଗତ କରାଇବା ସହ ଏନଏସି କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କର ସହାୟତାରେ ଉପୁଡ଼ି ପଡ଼ିଥିବା ଗଛକୁ ତୁରନ୍ତ ରାସ୍ତା ଉପରୁ ଉଠାଇ ଯାତାୟାତ ସ୍ବାଭାବିକ କରିଥିଲେ।