ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ପରିବାର ବାସହରା
ନୂଆପଡ଼ା,୨୩ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ ସିଆଲଲଟି ପଞ୍ଚାୟତ ଭାଲୁକୋନା ଗାଁରେ ଲଘୁଚାପଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ୩ ପରିବାର ବାସହରା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଭାଲୁକୋନା ଗାଁର ବାବୁଲାଲ ଦୁରିଆ (୪୮)ଙ୍କ ୫ପ୍ରାଣୀ କୁଟୁମ୍ବ ୨ ବଖରା ବିଶିଷ୍ଟ ଏକ ମାଟି ଖପର ଘରେ ରହି ଆସୁଥିଲେ। ଲଘୁଚାପଜନିତ ଲଗାଣ ବର୍ଷରେ ଘର କାନ୍ଥ ପଡି ଖପର ପଡ଼ିବା ଅବସ୍ଥାରେ ରହିଛି। ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ […] The post ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ପରିବାର ବାସହରା appeared first on Dharitri Odia News.
ନୂଆପଡ଼ା,୨୩ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ ସିଆଲଲଟି ପଞ୍ଚାୟତ ଭାଲୁକୋନା ଗାଁରେ ଲଘୁଚାପଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ୩ ପରିବାର ବାସହରା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଭାଲୁକୋନା ଗାଁର ବାବୁଲାଲ ଦୁରିଆ (୪୮)ଙ୍କ ୫ପ୍ରାଣୀ କୁଟୁମ୍ବ ୨ ବଖରା ବିଶିଷ୍ଟ ଏକ ମାଟି ଖପର ଘରେ ରହି ଆସୁଥିଲେ। ଲଘୁଚାପଜନିତ ଲଗାଣ ବର୍ଷରେ ଘର କାନ୍ଥ ପଡି ଖପର ପଡ଼ିବା ଅବସ୍ଥାରେ ରହିଛି। ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସେହି ଭଙ୍ଗାଦଦରା ଘରେ ୫ କୁଟୁମ୍ବ ରହୁଛନ୍ତି। ସେହିପରି ଲଭ ଦୁରିଆ (୪୭)ଙ୍କ ସହ ତାଙ୍କ ସ୍ତ୍ରୀ ଓ ଝିଅ ଏକ ଖପରଘରେ ରହୁଥିଲେ। ହେଲେ ବର୍ଷାରେ ଘର ଭାଙ୍ଗିଯିବାରୁ ସେମାନେ ଅନ୍ୟ ଏକ ସ୍ଥାନରେ କୁଡ଼ିଆ ଉପରେ ତାର୍ପୋଲିନ ପକାଇ ରହୁଛନ୍ତି। ଉକ୍ତ ଗାଁର ଦୟାନିଧି ବାଗଙ୍କ ପରିବାରର ମଧ୍ୟ ସମାନ ଅବସ୍ଥା। ଏମାନେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଆବେଦନକରି ସରପଞ୍ଚ ଓ ବିଡିଓଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଅଧିକାରୀ ଭାଲୁକୋନା ଗାଁକୁ ଆସି ତଦନ୍ତ କରିଥିଲେ ସୁଦ୍ଧା ଗରିବ ହିତାଧିକାରୀ ଘର ଖଣ୍ଡିଏ ନ ପାଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଏ ସଂକ୍ରାନ୍ତରେ କୋମନା ବିଡିଓ ବିନୟ ଭୋଇଙ୍କୁ ପଚାରିବାରୁ ଗାଁକୁ ଯାଇ ତଦନ୍ତକରି ପ୍ରଥମେ ତହସିଲଦାରଙ୍କୁ କହି ପଲିଥିନ ବ୍ୟବସ୍ଥା କରାଯିବ। ପରେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
The post ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ପରିବାର ବାସହରା appeared first on Dharitri Odia News.