ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ

ପୁରୁଷୋତ୍ତମପୁର,୨୨।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଭଲ ଧାନଫସଲ ହୋଇଥିବା ବେଳେ ଦୁଇଦିନଧରି ଚାଲିଥିବା ଲଗାଣ ବର୍ଷାରେ ଧାନ ଫସଲ ମାନ ଭଜୁଡିଯାଇଛି। ଫଳରେ ଚାଷୀକୁଳ ହତାସ ହୋଇପଡି କିଭଳି କରଜ ସୁଝିବେ ସେଥିନେଇ ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଅମଳ ହେବା ସମୟରେ ବର୍ଷା ହେବା ଯୋଗୁ ଚାଷୀମାନେ ଧାନକୁ କାଟି ଜମିରେ ରଖିଥିବାବେଳେ ତାହା ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଏପରିକି କିଛି ଜମିରେ ପାଣି ଭର୍ତ୍ତି ହୋଇଯାଇଛି। ଏହାସହ ଓଦା ହୋଇଯାଇଥିବାହେତୁ ଧାନର […] The post ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ appeared first on Dharitri Odia News.

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ

ପୁରୁଷୋତ୍ତମପୁର,୨୨।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଭଲ ଧାନଫସଲ ହୋଇଥିବା ବେଳେ ଦୁଇଦିନଧରି ଚାଲିଥିବା ଲଗାଣ ବର୍ଷାରେ ଧାନ ଫସଲ ମାନ ଭଜୁଡିଯାଇଛି। ଫଳରେ ଚାଷୀକୁଳ ହତାସ ହୋଇପଡି କିଭଳି କରଜ ସୁଝିବେ ସେଥିନେଇ ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଅମଳ ହେବା ସମୟରେ ବର୍ଷା ହେବା ଯୋଗୁ ଚାଷୀମାନେ ଧାନକୁ କାଟି ଜମିରେ ରଖିଥିବାବେଳେ ତାହା ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଏପରିକି କିଛି ଜମିରେ ପାଣି ଭର୍ତ୍ତି ହୋଇଯାଇଛି। ଏହାସହ ଓଦା ହୋଇଯାଇଥିବାହେତୁ ଧାନର ମାନ କମିଯିବାରନେଇ ସମ୍ପୁର୍ଣ ଆଶଙ୍କା ଦେଖାଦେଇଛି।

ସରକାର କେବଳ ଏଫଏକ୍ୟୁ ମାନର ଧାନ କିଣୁଥିବାବେଳେ ଚଳିତ ବର୍ଷ ଧାନ ବର୍ଷାରେ ଓଦା ହୋଇଥିବା ଯୋଗୁ ଏହି ଧାନକୁ ମଧ୍ୟ ସରକାର କିଣନ୍ତୁ ବୋଲି ଚାଷୀମାନେ ଦାବି କରିବା ସହ ଆବଶ୍ୟକ ସ୍ଥଳରେ କ୍ଷତିପୂରଣ ପ୍ରଦାନ କରିବା ଲାଗି ସରକାର ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

ପୁରୁଷୋତ୍ତମପୁରରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ ନେଇ ରବିବାର ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀଙ୍କ ସମେତ ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷ ଜମିଗୁଡିକୁ ଯାଇ ବୁଲି ଦେଖି ସମୀକ୍ଷା କରିବାସହ ଚାଷୀମାନଙ୍କସହ ଆଲୋଚନା କରିଛନ୍ତି ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସମବେଦନା ଦେଇଛନ୍ତି।

The post ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ appeared first on Dharitri Odia News.