ଲଗାଣ ବର୍ଷାରେ ବଢିଲା ନଦୀର ଜଳସ୍ତର, ପୋଲ ଉପରେ ଚାଲୁଛି ୨-୩ ଫୁଟ୍‌ର ପାଣି

ମାଲକାନଗିରି ୦୧।୦୮: ମାଲକାନଗିରି ଜିଲ୍ଲାରେ ପୁଣି ବୁଡିଲା ପୋଲ । ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଳକ ଅନ୍ତର୍ଗତ କାଙ୍କୁରୁକୋଣ୍ଡା ଓ ଏମଭି-90 ପୋଲ ଉପରେ ୨ରୁ ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ 326 ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ସେହିପରି ପୋଲ ଉପରେ ପାଣି ଚାଲୁଥିବାରୁ  ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଶନିବାର ଦିନ ମଧ୍ୟ ଏହି ପୋଲ ଉପରେ ପାଣି ଚାଲିଥିଲା । ଯାହାଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । 

ଲଗାଣ ବର୍ଷାରେ ବଢିଲା ନଦୀର ଜଳସ୍ତର, ପୋଲ ଉପରେ ଚାଲୁଛି ୨-୩ ଫୁଟ୍‌ର ପାଣି

ମାଲକାନଗିରି ୦୧।୦୮: ମାଲକାନଗିରି ଜିଲ୍ଲାରେ ପୁଣି ବୁଡିଲା ପୋଲ । ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଳକ ଅନ୍ତର୍ଗତ କାଙ୍କୁରୁକୋଣ୍ଡା ଓ ଏମଭି-90 ପୋଲ ଉପରେ ୨ରୁ ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ 326 ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ କାଲିମେଳା ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । 

ସେହିପରି ପୋଲ ଉପରେ ପାଣି ଚାଲୁଥିବାରୁ  ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଶନିବାର ଦିନ ମଧ୍ୟ ଏହି ପୋଲ ଉପରେ ପାଣି ଚାଲିଥିଲା । ଯାହାଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।