ଲଘୁଚାପ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା, ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ପରାମର୍ଶ
ପୁରୀ ୦୯।୦୯ : ଲଘୁଚାପ ଯୋଗୁ ପୁରୀରେ ପ୍ରବଳ ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଘୁଚାପ ଯୋଗୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ କଟକଣା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ଜିଲ୍ଲା ମତ୍ସ୍ୟ ବିଭିଗ ପକ୍ଷରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ଡାକାବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାହାଫଳରେ ଶହ ଶହ ମତ୍ସ୍ୟଜୀବୀ ହତାଶ ହୋଇ ହାତ ବାନ୍ଧି ବସିଛନ୍ତି। ସେହିପରି ଡ଼ଙ୍ଗା ଓ ଜାଲକୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ପେଣ୍ଠକଟା ମତ୍ସ୍ୟଜୀବୀଙ୍କ କହିବା କଥା ଲଘୁଚାପ ଯୋଗୁ ସମୁଦ୍ର ଏବେ ସମ୍ପୂର୍ଣ୍ଣ ଅଶାନ୍ତ ରହିଛି। ପ୍ରଶାସନର ସମସ୍ତ ନିର୍ଦ୍ଦେଶକୁ ସେମାନେ ପାଳନ କରୁଛନ୍ତି। ଆସନ୍ତା ୧୨ ତାରିଖ ପରେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀ ୦୯।୦୯ : ଲଘୁଚାପ ଯୋଗୁ ପୁରୀରେ ପ୍ରବଳ ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଘୁଚାପ ଯୋଗୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ କଟକଣା ଜାରି କରାଯାଇଛି।
ସମୁଦ୍ର ଅଶାନ୍ତ ଥିବାରୁ ଜିଲ୍ଲା ମତ୍ସ୍ୟ ବିଭିଗ ପକ୍ଷରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ଡାକାବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାହାଫଳରେ ଶହ ଶହ ମତ୍ସ୍ୟଜୀବୀ ହତାଶ ହୋଇ ହାତ ବାନ୍ଧି ବସିଛନ୍ତି।
ସେହିପରି ଡ଼ଙ୍ଗା ଓ ଜାଲକୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ପେଣ୍ଠକଟା ମତ୍ସ୍ୟଜୀବୀଙ୍କ କହିବା କଥା ଲଘୁଚାପ ଯୋଗୁ ସମୁଦ୍ର ଏବେ ସମ୍ପୂର୍ଣ୍ଣ ଅଶାନ୍ତ ରହିଛି। ପ୍ରଶାସନର ସମସ୍ତ ନିର୍ଦ୍ଦେଶକୁ ସେମାନେ ପାଳନ କରୁଛନ୍ତି। ଆସନ୍ତା ୧୨ ତାରିଖ ପରେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।